ମୋ କର୍ମଭୂମି ହେଉଛି ଓଡ଼ିଶା, ଜୀବନତମାମ୍ ଓଡ଼ିଶା ମାଟିର ସେବା କରିବି : କାର୍ତ୍ତିକ ପାଣ୍ଡିଆନ୍
ଭୁବନେଶ୍ୱର : ନବୀନ ପଟ୍ଟନାୟକ ମୋ ଗୁରୁ। ତାଙ୍କ ଜୀବନର ପ୍ରତିଟି କାର୍ଯ୍ୟ ମୋ ପାଇଁ ପ୍ରେରଣାର ଉତ୍ସ। କୋଭିଡ୍ ମହାମାରୀ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ଯେତେବେଳେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ, ସମସ୍ୟା, ପ୍ରସ୍ତାବ ଗ୍ରହଣ କରିବା ଆରମ୍ଭ କଲି; ସେତେବେଳେ ଜାଣିଲି ମୋ ପ୍ରତି ଓଡ଼ିଶାବାସୀଙ୍କର କେତେ ଭଲ ପାଇବା ଅଛି। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ବି ଲୋକେ ମୋତେ ହସହସ ମୁହଁରେ ସ୍ୱାଗତ କରିଥିଲେ। ତାଙ୍କ ମୁହଁରେ ଆଶା ଓ […]
ଭୁବନେଶ୍ୱର : ନବୀନ ପଟ୍ଟନାୟକ ମୋ ଗୁରୁ। ତାଙ୍କ ଜୀବନର ପ୍ରତିଟି କାର୍ଯ୍ୟ ମୋ ପାଇଁ ପ୍ରେରଣାର ଉତ୍ସ। କୋଭିଡ୍ ମହାମାରୀ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ଯେତେବେଳେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ, ସମସ୍ୟା, ପ୍ରସ୍ତାବ ଗ୍ରହଣ କରିବା ଆରମ୍ଭ କଲି; ସେତେବେଳେ ଜାଣିଲି ମୋ ପ୍ରତି ଓଡ଼ିଶାବାସୀଙ୍କର କେତେ ଭଲ ପାଇବା ଅଛି। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ବି ଲୋକେ ମୋତେ ହସହସ ମୁହଁରେ ସ୍ୱାଗତ କରିଥିଲେ। ତାଙ୍କ ମୁହଁରେ ଆଶା ଓ ଭରସାର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଁ ସରକାରୀ ଚାକିରି ଛାଡ଼ି ରାଜନୀତିରେ ପାଦ ଦେଲି। ରାଜନୀତିରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ କେବେ ବି ମୋ ଉପରେ ଚାପ ପକାଇ ନାହାନ୍ତି; ବରଂ କହିଛନ୍ତି, ନିଜର ଅନ୍ତଃସ୍ୱର ଯାହା କହୁଛି ତାହା ହିଁ କର। ଲୋକଙ୍କ ପାଇଁ ଆମେ ଯେଉଁ କାମ କରିଛୁ, ସେଥିପାଇଁ ସେମାନେ ଆମକୁ ଭଲ ପାଉଛନ୍ତି। ଆଜି ଜାତୀୟ ଗଣମାଧ୍ୟମ ଦି ପ୍ରିଣ୍ଟକୁ ସାକ୍ଷାତକାର ଦେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ଏହା କହିଛନ୍ତି।
ସେ କହିଛନ୍ତି, ବିଭିନ୍ନ ଉପାୟରେ ବିରୋଧୀ ମୋତେ ଆକ୍ରମଣ କରୁଛନ୍ତି। କିନ୍ତୁ ମୁଁ କେବେ ତାହାର ପ୍ରତିବାଦ କରି ନାହିଁ। ଏହା ମୁଁ ଲୋକଙ୍କ ଉପରେ ଛାଡ଼ିଛି, ସେମାନେ ତାହାର ପ୍ରତିବାଦ କରିବେ। ମୋ କାମ ହିଁ କଥା କହୁଛି। ମୋ କର୍ମଭୂମି ହେଉଛି ଓଡ଼ିଶା ଏବଂ ଜୀବନତମାମ୍ ଓଡ଼ିଶା ମାଟିର ସେବା କରିବି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ଜନସଭାରେ ଯୋଗଦେବା ସମୟରେ ମୁଁ ଚପଲ ବାହାର କରିଥାଏ। କାରଣ ଲୋକଙ୍କ ସଭା କୌଣସି ଦେବାଳୟଠାରୁ କମ୍ ନୁହେଁ।
ବିରୋଧୀ ଦଳ ଯାହା କହନ୍ତି, ତାହା କରନ୍ତି ନାହିଁ। ସେମାନେ ନିର୍ବାଚନ ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ସବୁ ଭଲିଯାନ୍ତି। କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବହୁ ଦିନ ଧରି ବିଜେପି ଓ କଂଗ୍ରେସ ଦୀର୍ଘ ଦିନ ଶାସନ କଲେ। କିନ୍ତୁ ଆଜି ସେହି ରାଜ୍ୟର ଅବସ୍ଥା କେତେ ବିପନ୍ନ, ତାହା ସମସ୍ତେ ଦେଖୁଛନ୍ତି। ସେମାନେ ବିକାଶ ନାମରେ ଯେଉଁ ଗବେଷଣା ଚଳାଇଲେ, ତାହା ଲୋକଙ୍କ ଉପରେ ବହୁତ ଭାରି ପଡ଼ିଲା। ଲୋକଙ୍କୁ କୋଟି କୋଟି ଟଙ୍କା ବାଣ୍ଟିବେ କହୁଛନ୍ତି, କିନ୍ତୁ ଟଙ୍କା ଆସିବ କେଉଁଠୁ ଜଣାନାହିଁ। ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ପୁଞ୍ଜିନିବେଶ ନାହିଁ, ରୋଜଗାର ନାହିଁ, ନିଯୁକ୍ତି ନାହିଁ। ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। କିନ୍ତୁ ନବୀନ ବାବୁ ଯାହା କହୁଛନ୍ତି ତାହା କରି ଚାଲିଛନ୍ତି। ଯେତେବେଳେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ନିଜ ହାତକୁ ନେଲେ ସେତେବେଳେ ଓଡ଼ିଶାରେ ମୁଣ୍ଡ ପିଛା ଋଣ ଭାର ସମଗ୍ର ଦେଶରେ ସର୍ବାଧିକ ଥିଲା। ଆଜି ସବୁଠାରୁ କମ୍ ଋଣ ଅଛି। ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ସେଥିପାଇଁ ୨୪ ବର୍ଷର ଶାସନ ପରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ।
ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ୨୦୧୯ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହା ହେଉଛି ନବୀନ ବାବୁଙ୍କର ଶେଷ ନିର୍ବାଚନ। ୨୦୨୪ରେ ନବୀନ ସରକାରର ଏକ୍ସପାଏରୀ ହେବ ବୋଲି କହୁଛନ୍ତି। ଏହାର ଦୁଇ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜବାବ ଦେଇଛନ୍ତି। ବିଜେଡିକୁ ସଂଖ୍ୟାଗରିଷ୍ଠତା ମିଳିସାରିଛି ଏବଂ ନବୀନ ବାବୁ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସୁନିଶ୍ଚିତ। ନବୀନ ବାବୁ ସର୍ବଦା ରାଜନୀତିରୁ ଊର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରନ୍ତି। ଲୋକଙ୍କ ବିଶ୍ୱାସକୁ ସେ ସମ୍ମାନ ଦିଅନ୍ତି। ବୋଧହୁଏ ପ୍ରଧାନମନ୍ତ୍ରୀ ନିଜ ଦଳର କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଁ ଏହା କହିଥାଇ ପାରନ୍ତି।
ସେ ଆହୁରି କହିଥିଲେ, ବିରୋଧୀ ଦଳ ମୋତେ ଯେତେ ଆକ୍ରମଣ କରିବେ ସବୁ ଗ୍ରହଣ କରିବା ପାଇଁ ମୁଁ ପ୍ରସ୍ତୁତ। ଏହା ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଶବ୍ଦ ସମଗ୍ର ରାଜ୍ୟରେ ଗୁଞ୍ଜରିତ ହୁଏ। ଲୋକେ ଜାଣିଛନ୍ତି ନବୀନ ବାବୁ ଯାହା କହନ୍ତି, ତାହା କରି ଦେଖାନ୍ତି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି। ଖାଦ୍ୟ ଅଭାବୀ ରାଜ୍ୟ ଆଜି ଖାଦ୍ୟ ବଳକା ରାଜ୍ୟ ହୋଇଛି। ଡାକ୍ତର ଅଭାବୀ ରାଜ୍ୟ ଆଜି ଡାକ୍ତର ବଳକା ରାଜ୍ୟ ହୋଇଛି। ଦାରିଦ୍ର ଦୂର ହୋଇଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ବଳ ପାଇଛନ୍ତି। ‘୫-ଟି’ରେ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ହୋଇଛି। ଲକ୍ଷ ଲକ୍ଷ ସାଧାରଣ ମହିଳା ସଶକ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ ଲୋକଙ୍କ ଚିନ୍ତା ଦୂର ହୋଇଛି। ବ୍ୟାପକ ପୁଞ୍ଜିନିବେଶ ଆସୁଛି, ଲୋକଙ୍କୁ ରୋଜଗାର ମିଳୁଛି। ମୁଁ ସବୁବେଳେ ସ୍ପଷ୍ଟ ଭାବେ କହିଛି ମୁଁ ନବୀନ ବାବୁଙ୍କ ପାଇଁ କାମ କରୁଛି। ନବୀନ ବାବୁ କହିଛନ୍ତି ମୋର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ନିର୍ଦ୍ଧାରଣ କରିବେ। କାରଣ ଗଣତନ୍ତ୍ରରେ ଜନତାଙ୍କ ନିଷ୍ପତ୍ତି ହିଁ ସର୍ବମାନ୍ୟ।