ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ୱର: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ । ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପାଇଁ […]

ଭୁବନେଶ୍ୱର: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପାଇଁ ୨୩ ତାରିଖରେ ମତଦାନ ହେବ । ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ଓ ୨୫ ତାରିଖରେ ଉପସଭାପତି ପାଇଁ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ ସହ ୬ଟି ସରପଞ୍ଚ, ୩ ସମିତି ସଭ୍ୟ ଓ ୧୩ ୱାର୍ଡ ମେମ୍ବର ନିର୍ବାଚନ ରଦ୍ଦ ହୋଇଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ନୂଆପଡ଼ା, ଯାଜପୁର, କଟକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏ ସରପଞ୍ଚ ଓ ବରଗଡ଼ରେ ୨ଟି ସରପଞ୍ଚ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ ବାଲେଶ୍ୱର ଓ ନୂଆପଡ଼ାରେ ଗୋଟିଏ ଲେଖାଏ ଆସନରେ ସମିତି ସଭ୍ୟ ନିର୍ବାଚନ ବାତିଲ୍ ହୋଇଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର