ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କଲେ ନବ ଦାସ

The Sakala Picture
Published On

ଭୁବନେଶ୍ବର : ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ବିଭିନ୍ନ ମେଡିକାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଭାରତ ଫେରିଥିଲେ। ସେଠାରୁ ଫେରିବା ପରେ ଏମ୍‌ବିବିଏସ୍‌ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ୟୁକ୍ରେନ୍‌ ଫେରନ୍ତା ଓଡ଼ିଶାର ଛାତ୍ରଛାତ୍ରୀମାନେ ଏସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡିକାଲ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। […]

ଭୁବନେଶ୍ବର : ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ବିଭିନ୍ନ ମେଡିକାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଭାରତ ଫେରିଥିଲେ। ସେଠାରୁ ଫେରିବା ପରେ ଏମ୍‌ବିବିଏସ୍‌ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ୟୁକ୍ରେନ୍‌ ଫେରନ୍ତା ଓଡ଼ିଶାର ଛାତ୍ରଛାତ୍ରୀମାନେ ଏସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଖୋଲିଲା ଚାଉଳ ATM: ହିତାଧିକାରୀଙ୍କ ପାଇଁ ସହଜ ହେଲା ରାସନ ସାମଗ୍ରୀ ସଂଗ୍ରହ

ଓଡ଼ିଶାର ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌ରେ ୪୭୦ ଜଣ ମେଡିକାଲ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କର ଏକ ପ୍ରତିନିଧି ଦଳ ଇତି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇବା ସହ କିଭଳି ନିଜର ପାଠ୍ୟକ୍ରମ ଜାରି ରଖିପାରିବେ ସେ ସଂପର୍କରେ ସହାୟତା ଆଶା କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା


ଏ ସଂପର୍କରେ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟାଙ୍କୁ ପତ୍ର ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ୟୁକ୍ରେନ୍‌ ଯୁଦ୍ଧର ଭୟାବହତା ସମୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ ପଢୁଥିବା ଡାକ୍ତରୀ ଛାତ୍ରମାନଙ୍କୁ ନିରାପଦ ଭାବରେ ଉଦ୍ଧାର କରି ଦେଶକୁ ଆଣିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦ‌କ୍ଷେପ। ଯୁଦ୍ଧକାଳୀନ ପରିସ୍ଥିତିରେ ଏହି ନିକଟ ଭବିଷ୍ୟତରେ ଏହାର ପୁନଃଉଦ୍ଧାର ସମ୍ଭବ ନୁହେଁ। ଏହା ମଧ୍ୟରେ ମେଡିକାଲ ଛାତ୍ରଛାତ୍ରୀମାନେ କରିଥିବା ଆବେଦନ ବିଚାର ନିମନ୍ତେ ଅନୁରୋଧ ଜଣାଇଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କର ସ୍ଥିତିକୁ ହୃଦୟଙ୍ଗମ କରି ମାନବିକତାର ସହ ସେମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଦେବା ସହ ଏହାର ସମାଧାନ ବାଟ ସ୍ଥିତ କରନ୍ତୁ। ଫଳରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର