ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ବାଇଁ ଗିରଫ

The Sakala Picture
Published On

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଗିରଫ କରାଯାଇଛି। ଭୁବନେଶ୍ବରରୁ ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଯାଜପୁର ପୁଲିସ ଗିରଫ କରିଛି । ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ଯାଜପୁର ପୁଲିସ। ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକ ପ୍ରଥମେ ପୁଲିସ ଗିରଫ କରିଥିବା ବେଳେ ପରେ ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ କରିଥିଲା। ତୃତୀୟ ଅଭିଯୁକ୍ତ ଶକ୍ତି […]

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଗିରଫ କରାଯାଇଛି। ଭୁବନେଶ୍ବରରୁ ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଯାଜପୁର ପୁଲିସ ଗିରଫ କରିଛି । ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ଯାଜପୁର ପୁଲିସ। ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକ ପ୍ରଥମେ ପୁଲିସ ଗିରଫ କରିଥିବା ବେଳେ ପରେ ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ କରିଥିଲା। ତୃତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁ ଫେରାର୍‌ ଥିବା ବେଳେ ଆଜି ତାକୁ ଗିରଫ କରିଛି ଯାଜପୁର ପୁଲିସ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨୭ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟ ରାସ୍ତାପାର୍ଶ୍ଵରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ତାହାକୁ ଜବତ କରି ତଦନ୍ତ ଚଳାଇଥିଲା।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଝରାଫୁଲ ଗତ ୨୪ ତାରିଖରେ ଭୁବନେଶ୍ୱର ଆସି ସମ୍ପର୍କୀୟଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇଥିଲେ। ୨୬ ତାରିଖ ସକାଳେ ସେ ବସରେ ଘରକୁ ଯାଉଥିବା କହିଥିଲେ। କିନ୍ତୁ ଘରକୁ ନ ଯାଇ ଦେହ ଖରାପ ଅଛି ବୋଲି ବାପାଙ୍କୁ କହି ବସରୁ ଓହ୍ଲାଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ବାପା ଫୋନ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ସୋନାଲି ଘରେ ଅଛି ବୋଲି କହିଥିଲେ। ହେଲେ ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି । ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଥିଲା ଯାଜପୁର ପୋଲିସ । ଏହାପରେ ଆଜି ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁ ଗିରଫ ହୋଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର