ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା : ମହାନଦୀ ପଠାରୁ ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମଙ୍କ ମୃତଦେହ

The Sakala Picture
Published On

କଟକ : ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ମହାନଦୀର କଖଡି ଘାଟରୁ ସୀତାରାମଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।ଗତକାଲି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ବୋଟ୍। ଆଉ ନିଖୋଜ ହୋଇଯାଇଥିଲେ ଏହି ଓଡ୍ରାଫ ଯବାନ ଜଣଙ୍କ। ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଓଡ୍ରାଫ୍ ଓ ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା। କିନ୍ତୁ ସୀତାରାମ ମୁର୍ମୁଙ୍କର କୌଣସି ପତ୍ତା ମିଳିନଥିଲା। Just now […]

କଟକ : ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ମହାନଦୀର କଖଡି ଘାଟରୁ ସୀତାରାମଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।ଗତକାଲି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ବୋଟ୍। ଆଉ ନିଖୋଜ ହୋଇଯାଇଥିଲେ ଏହି ଓଡ୍ରାଫ ଯବାନ ଜଣଙ୍କ। ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଓଡ୍ରାଫ୍ ଓ ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା। କିନ୍ତୁ ସୀତାରାମ ମୁର୍ମୁଙ୍କର କୌଣସି ପତ୍ତା ମିଳିନଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ


ଗତକାଲି ମହାନଦୀରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟ୍ରେ ଯାଇଥିଲେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ପରେ ଏକ ମାଛଧରା ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ନିଖୋଜ ଥିଲେ ସୀତାରାମ ମୁର୍ମୁ । ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା।

ଆଜି ସକାଳୁ ନରାଜ ନିକଟରୁ ଏକ ମୃତଦେହ ମିଳିଥିଲା । ତାହା ଓଡ୍ରାଫ୍‌ ଯବାନ ସୀତାରାମଙ୍କ ବୋଲି ସନ୍ଦେହ କରାଯାଉଥିଲେ ବି ପରେ ତାହା ତାଙ୍କର ମୃତଦେହ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ଏସ୍‌ଆର୍‌ସି । ଏହାପରେ  ଚୌଦ୍ବାର ଥାନା କଖଡି ମାହଳାପଡା ଘାଟ ନିକଟରୁ ମିଳିଛି ନିଖୋଜ ଓଡ୍ରାଫ ଯବାନ ସୀତାରାମଙ୍କ ମୃତଦେହ । ୨ ଜଣ ଗାଁ ଲୋକ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର