ସ୍କୁଲ ଆଗରେ ମା’ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

The Sakala Picture
Published On

ଭୁବନେଶ୍ୱର : ‘ପୁଅ ପରୀକ୍ଷା ଦେଇ ନ ପାରିଲେ ଆମେ ମା’-ପୁଅ ଦୁଇଜଣ ଆତ୍ମହତ୍ୟା କରିବୁ’। ମଙ୍ଗଳବାର ୟୁନିଟ-୯ କ୍ୟାପିଟାଲ ହାଇସ୍କୁଲ ସାମ୍‍ନାରେ ଜଣେ ମହିଳା ଏଭଳି କହୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଥିଲା, ଉକ୍ତ ଅଞ୍ଚଳର ଛାତ୍ର ଇମ୍ରାନ୍‍ ଖାନ୍‍ ଅଫ୍‍ଲାଇନ୍‍ରେ ଫର୍ମ ପୂରଣ କରି ନ ପାରିବାରୁ ମା’ ପୁଅ ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। […]

ଭୁବନେଶ୍ୱର : ‘ପୁଅ ପରୀକ୍ଷା ଦେଇ ନ ପାରିଲେ ଆମେ ମା’-ପୁଅ ଦୁଇଜଣ ଆତ୍ମହତ୍ୟା କରିବୁ’। ମଙ୍ଗଳବାର ୟୁନିଟ-୯ କ୍ୟାପିଟାଲ ହାଇସ୍କୁଲ ସାମ୍‍ନାରେ ଜଣେ ମହିଳା ଏଭଳି କହୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଥିଲା, ଉକ୍ତ ଅଞ୍ଚଳର ଛାତ୍ର ଇମ୍ରାନ୍‍ ଖାନ୍‍ ଅଫ୍‍ଲାଇନ୍‍ରେ ଫର୍ମ ପୂରଣ କରି ନ ପାରିବାରୁ ମା’ ପୁଅ ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରାଇନାହାନ୍ତି ବୋଲି ଇମ୍ରାନ୍‍ଙ୍କ ମା’ ଜସ୍ମିନ୍‍ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅମର କୁମାର ବେହେରା, ମା’ ପୁଅଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଛାତ୍ରର ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସି ନ ଥିଲେ। ତେଣୁ ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ ବୋଲି ସେ ସୂଚନା ଦେଇଛନ୍ତିି। ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍‍ ଖାନ୍‍, ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍‍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍‍ ଅଫ୍‍ଲାଇନ୍‍ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ସେଥିପାଇଁ ଫର୍ମ ପୂରଣ କରିବାକୁ ଆସିଥିଲେ। କିନ୍ତୁ ଅଫ୍‍ଲାଇନ୍‍ ପରୀକ୍ଷା ପାଇଁ ସମସ୍ତଙ୍କର ପରୀକ୍ଷା ଅନୁମତି ପତ୍ର ଆସିଥିଲା। ଇମ୍ରାନ୍‍ ଆଡମିଟ୍‍ କାର୍ଡ ପାଇଁ ସ୍କୁଲ ଯାଇଥିବା ବେଳେ ତାଙ୍କର ଫର୍ମପୂରଣ ହୋଇ ନ ଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିିଥିଲେ ଇମ୍ରାନ୍‍। ସେଥିପାଇଁ ଇମ୍ରାନ୍‍ ଓ ତାଙ୍କ ମାଆ ଜସ୍ମିନ୍‍ ଆଜି ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଆତ୍ମହତ୍ୟା କରିବେ ବୋଲି ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଖାରବେଳନଗର ଥାନା ପୁଲିସ ପହଞ୍ଚି, ମା’ ପୁଅଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

28 Jul 2021 By The Sakala

ସ୍କୁଲ ଆଗରେ ମା’ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ‘ପୁଅ ପରୀକ୍ଷା ଦେଇ ନ ପାରିଲେ ଆମେ ମା’-ପୁଅ ଦୁଇଜଣ ଆତ୍ମହତ୍ୟା କରିବୁ’। ମଙ୍ଗଳବାର ୟୁନିଟ-୯ କ୍ୟାପିଟାଲ ହାଇସ୍କୁଲ ସାମ୍‍ନାରେ ଜଣେ ମହିଳା ଏଭଳି କହୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଥିଲା, ଉକ୍ତ ଅଞ୍ଚଳର ଛାତ୍ର ଇମ୍ରାନ୍‍ ଖାନ୍‍ ଅଫ୍‍ଲାଇନ୍‍ରେ ଫର୍ମ ପୂରଣ କରି ନ ପାରିବାରୁ ମା’ ପୁଅ ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିପାଇଁ ସେମାନେ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରାଇନାହାନ୍ତି ବୋଲି ଇମ୍ରାନ୍‍ଙ୍କ ମା’ ଜସ୍ମିନ୍‍ ଅଭିଯୋଗ କରିଛନ୍ତି।

ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅମର କୁମାର ବେହେରା, ମା’ ପୁଅଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଛାତ୍ରର ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସି ନ ଥିଲେ। ତେଣୁ ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ ବୋଲି ସେ ସୂଚନା ଦେଇଛନ୍ତିି। ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍‍ ଖାନ୍‍, ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍‍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍‍ ଅଫ୍‍ଲାଇନ୍‍ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ।

ସେଥିପାଇଁ ଫର୍ମ ପୂରଣ କରିବାକୁ ଆସିଥିଲେ। କିନ୍ତୁ ଅଫ୍‍ଲାଇନ୍‍ ପରୀକ୍ଷା ପାଇଁ ସମସ୍ତଙ୍କର ପରୀକ୍ଷା ଅନୁମତି ପତ୍ର ଆସିଥିଲା। ଇମ୍ରାନ୍‍ ଆଡମିଟ୍‍ କାର୍ଡ ପାଇଁ ସ୍କୁଲ ଯାଇଥିବା ବେଳେ ତାଙ୍କର ଫର୍ମପୂରଣ ହୋଇ ନ ଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିିଥିଲେ ଇମ୍ରାନ୍‍। ସେଥିପାଇଁ ଇମ୍ରାନ୍‍ ଓ ତାଙ୍କ ମାଆ ଜସ୍ମିନ୍‍ ଆଜି ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଆତ୍ମହତ୍ୟା କରିବେ ବୋଲି ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଖାରବେଳନଗର ଥାନା ପୁଲିସ ପହଞ୍ଚି, ମା’ ପୁଅଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର