ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ

Madhusudan Das Picture
Published On

ବାଲେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି । ବ୍ଲୁ ବୁକ୍ ଅନୁସାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ପୁଲିସର ରିହଲସେଲ୍ ଓ ବ୍ରିଫିଁ ସରିଥିବା ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନ ରୁ ଅଧିକ ଫୋର୍ସ। ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୁରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ। 

ଆହୁରି ପଢ଼ନ୍ତୁ: ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଷ୍ଟ୍ରପତି ୩ ତାରିଖରେ ବାଲେଶ୍ୱର ଓ ୪,୫,୬ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ପରବର୍ତ୍ତୀ ସମୟରେ ମୟୁରଭଞ୍ଜ ଗସ୍ତ ରହିଛି। ଦୁଇଟି ଜିଲ୍ଲାରେ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସୁରକ୍ଷା ନିୟମ ଅନୁଯାୟୀ ଦୁଇ ଜିଲ୍ଲାର ଏସ୍ପି ତଦାରଖ କରୁଛନ୍ତି। ଏହାକୁ ନେଇ ବିଭାଗୀୟ କତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି। ହେଲିପ୍ୟାଡ଼, ଟ୍ରାଫିକ, କ୍ରାଉଡ ମ୍ୟାନେଜମେଣ୍ଟକୁ ଗୁରୁତ୍ଵ ସହକାରେ କରାଯାଏ। ଆଜି ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ପୁଲିସ ରିହଲସେଲ୍ ଓ ବ୍ରିଫିଁ ସାରିଛି। ଏଫ୍ଏମ ବିଶ୍ୱବିଦ୍ୟାଳୟରେ ୩ଜଣ ଏସ୍ପି ରେଙ୍କ ଅଫିସର, ୬ଜଣ ଅତିରିକ୍ତ ଏସ୍ପି , 10ରୁ ଉର୍ଦ୍ଧ୍ବ ଡ଼ିଏସପିଙ୍କ ସହ ୩୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୟୁରଭଞ୍ଜରେ ୪ରୁ ଅଧିକ ଏସ୍ପି ରେଙ୍କ ଅଫିସର, ୬ଜଣ ଅତିରିକ୍ତ ଏସ୍ପି, ୧୨ରୁ ଉର୍ଦ୍ଧ୍ବ ଡ଼ିଏସପି ସହିତ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ ବୋଲି ପୂର୍ବାଞ୍ଚଳ ଡି ଆଇ ଜି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

02 Feb 2026 By Madhusudan Das

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ

ବାଲେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି । ବ୍ଲୁ ବୁକ୍ ଅନୁସାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ପୁଲିସର ରିହଲସେଲ୍ ଓ ବ୍ରିଫିଁ ସରିଥିବା ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନ ରୁ ଅଧିକ ଫୋର୍ସ। ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୁରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ। 

ରାଷ୍ଟ୍ରପତି ୩ ତାରିଖରେ ବାଲେଶ୍ୱର ଓ ୪,୫,୬ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ପରବର୍ତ୍ତୀ ସମୟରେ ମୟୁରଭଞ୍ଜ ଗସ୍ତ ରହିଛି। ଦୁଇଟି ଜିଲ୍ଲାରେ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସୁରକ୍ଷା ନିୟମ ଅନୁଯାୟୀ ଦୁଇ ଜିଲ୍ଲାର ଏସ୍ପି ତଦାରଖ କରୁଛନ୍ତି। ଏହାକୁ ନେଇ ବିଭାଗୀୟ କତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି। ହେଲିପ୍ୟାଡ଼, ଟ୍ରାଫିକ, କ୍ରାଉଡ ମ୍ୟାନେଜମେଣ୍ଟକୁ ଗୁରୁତ୍ଵ ସହକାରେ କରାଯାଏ। ଆଜି ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ପୁଲିସ ରିହଲସେଲ୍ ଓ ବ୍ରିଫିଁ ସାରିଛି। ଏଫ୍ଏମ ବିଶ୍ୱବିଦ୍ୟାଳୟରେ ୩ଜଣ ଏସ୍ପି ରେଙ୍କ ଅଫିସର, ୬ଜଣ ଅତିରିକ୍ତ ଏସ୍ପି , 10ରୁ ଉର୍ଦ୍ଧ୍ବ ଡ଼ିଏସପିଙ୍କ ସହ ୩୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୟୁରଭଞ୍ଜରେ ୪ରୁ ଅଧିକ ଏସ୍ପି ରେଙ୍କ ଅଫିସର, ୬ଜଣ ଅତିରିକ୍ତ ଏସ୍ପି, ୧୨ରୁ ଉର୍ଦ୍ଧ୍ବ ଡ଼ିଏସପି ସହିତ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ ବୋଲି ପୂର୍ବାଞ୍ଚଳ ଡି ଆଇ ଜି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର