ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ବ ଲୋକ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।  ସେ କହିଛନ୍ତି, ଏବେ ସୁଦ୍ଧା ସ୍କ୍ରବ୍ ଟାଇଫସ୍‌ରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି । କେନ୍ଦ୍ରୀୟ ଟିମ୍ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ହେଲେ ଜ୍ୱର ହେବା […]

ଭୁବନେଶ୍ବର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।  ସେ କହିଛନ୍ତି, ଏବେ ସୁଦ୍ଧା ସ୍କ୍ରବ୍ ଟାଇଫସ୍‌ରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି । କେନ୍ଦ୍ରୀୟ ଟିମ୍ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ହେଲେ ଜ୍ୱର ହେବା ସହ ପୋକ କାମୁଡିଥିବା ସ୍ଥାନରେ ଘା’ ସୃଷ୍ଟି ହୋଇଥାଏ । ଏଥିପାଇଁ କେଉଁ ମେଡିସିନ ରୋଗୀଙ୍କୁ ଦିଆଯିବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୮ ନମୁନା ପରୀକ୍ଷାରୁ ୨୫ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି। ଏଥିସହ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ କୁ ବୃଦ୍ଧି ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର