ରାଜ୍ୟରେ ୧ ତଳକୁ ଖସିଲା ଆର ଭ୍ୟାଲୁ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୫୦ କୋଭିଡ୍ ପଜିଟିଭ୍

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ଲାଗିଛି ବ୍ରେକ । ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ  ୨୦୧୨  ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୩୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୩୬ ଜଣ […]

ଭୁବନେଶ୍ବର : ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ଲାଗିଛି ବ୍ରେକ । ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ  ୨୦୧୨  ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୩୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୩୬ ଜଣ ପଜିଟିଭ ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର; ତଣ୍ଟି ଚିପି ହତ୍ୟା ସନ୍ଦେହ, ମାଇଁ ଅଟକ

ଆଜି  ୧୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୨୮୭, କଟକରୁ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୦ ସଂକ୍ରମିତ । ସେହିପରି ଅନୁଗୋଳରୁ ୧୫୨, ସମ୍ୱଲପୁରରୁ ୧୩୧, ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ ୧୦୫, ବଲାଙ୍ଗିର ଜିଲ୍ଲାରୁ ଆଉ ୧୦୩ ଜଣ ଆକ୍ରାନ୍ତ ବାହାରିଛନ୍ତି ।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୫୭୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୭୭୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୦୯୩୧୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୭୪୫୫୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ଅନ୍ୟପଟେ ରାଜ୍ୟରେ  ରାଜ୍ୟରେ ଆର ଭ୍ୟାଲୁ ୧ ତଳକୁ ଖସି ଆସିଛି । ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ଆର ଭ୍ୟାଲୁ ଶୂନ ଦଶମିକ ୬୫ ରହିଛି । ଅର୍ଥାତ୍ ବର୍ତମାନ ୩ ଜଣ ସଂକ୍ରମିତ ଅନ୍ୟ ଦୁଇ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଫଳରେ ତୃତୀୟ ଲହରରେ ଯେଉଁଭଳି ସଂକ୍ରମଣ ମାଡୁଥିଲା ସେଥିରେ ବ୍ରେକ୍ ଲାଗିଛି ।ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ଆର ଭ୍ୟାଲୁ ୪ ଟପିଥିଲା । ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିଲା । ଗତ ମାସ ୧୮ ତାରିଖରେ ରାଜ୍ୟରେ ଶୀର୍ଷ ସଂକ୍ରମଣ ଦେଖିବାକୁ ମିଳିଥିଲା । ଯେଉଁ ଜିଲ୍ଲା ଗୁଡ଼ିକ ସଂକ୍ରମଣର ହଟସ୍ପଟ୍ ପାଲଟିଥିଲା ଏବେ ସେସବୁ ଜିଲ୍ଲାରେ ଆର ଭ୍ୟାଲୁ ହ୍ରାସ ପାଇଛି । କେବଳ ନୟାଗଡ଼କୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଆର ଭ୍ୟାଲୁ ୧ ତଳେ ରହିଛି ।

02 Feb 2022 By The Sakala

ରାଜ୍ୟରେ ୧ ତଳକୁ ଖସିଲା ଆର ଭ୍ୟାଲୁ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୫୦ କୋଭିଡ୍ ପଜିଟିଭ୍

ଭୁବନେଶ୍ବର : ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ଲାଗିଛି ବ୍ରେକ । ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ  ୨୦୧୨  ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୩୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୩୬ ଜଣ ପଜିଟିଭ ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି  ୧୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୨୮୭, କଟକରୁ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୦ ସଂକ୍ରମିତ । ସେହିପରି ଅନୁଗୋଳରୁ ୧୫୨, ସମ୍ୱଲପୁରରୁ ୧୩୧, ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ ୧୦୫, ବଲାଙ୍ଗିର ଜିଲ୍ଲାରୁ ଆଉ ୧୦୩ ଜଣ ଆକ୍ରାନ୍ତ ବାହାରିଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୫୭୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୭୭୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୦୯୩୧୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୭୪୫୫୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଅନ୍ୟପଟେ ରାଜ୍ୟରେ  ରାଜ୍ୟରେ ଆର ଭ୍ୟାଲୁ ୧ ତଳକୁ ଖସି ଆସିଛି । ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ଆର ଭ୍ୟାଲୁ ଶୂନ ଦଶମିକ ୬୫ ରହିଛି । ଅର୍ଥାତ୍ ବର୍ତମାନ ୩ ଜଣ ସଂକ୍ରମିତ ଅନ୍ୟ ଦୁଇ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଫଳରେ ତୃତୀୟ ଲହରରେ ଯେଉଁଭଳି ସଂକ୍ରମଣ ମାଡୁଥିଲା ସେଥିରେ ବ୍ରେକ୍ ଲାଗିଛି ।ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ଆର ଭ୍ୟାଲୁ ୪ ଟପିଥିଲା । ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିଲା । ଗତ ମାସ ୧୮ ତାରିଖରେ ରାଜ୍ୟରେ ଶୀର୍ଷ ସଂକ୍ରମଣ ଦେଖିବାକୁ ମିଳିଥିଲା । ଯେଉଁ ଜିଲ୍ଲା ଗୁଡ଼ିକ ସଂକ୍ରମଣର ହଟସ୍ପଟ୍ ପାଲଟିଥିଲା ଏବେ ସେସବୁ ଜିଲ୍ଲାରେ ଆର ଭ୍ୟାଲୁ ହ୍ରାସ ପାଇଛି । କେବଳ ନୟାଗଡ଼କୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଆର ଭ୍ୟାଲୁ ୧ ତଳେ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର