ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେ: ଜାତୀୟ ସ୍ତରରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ନୂଆଦିଲ୍ଲୀ : ପୁଣି ନବୀନ ନମ୍ବର-୧ । ଜାତୀୟ ସ୍ତରରେ ପୁଣି ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା ସହ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପାନ୍ୱୟନ ମାଧ୍ୟମରେ ସ୍ଥାନୀୟ […]

ନୂଆଦିଲ୍ଲୀ : ପୁଣି ନବୀନ ନମ୍ବର-୧ । ଜାତୀୟ ସ୍ତରରେ ପୁଣି ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା ସହ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପାନ୍ୱୟନ ମାଧ୍ୟମରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ନିମନ୍ତେ ଜନକଲ୍ୟାଣକାରୀ ଯୋଜନା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନବୀନ ସରକାରକୁ ଅଧିକ ଲୋକପ୍ରିୟ କରିଛି। ସର୍ଭେ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଦୁଇ ଦଶନ୍ଧିର ସ୍ଥିର ଶାସନ ରାଜ୍ୟର ବିକାଶ ଓ ରୂପାନ୍ତରଣରେ ନିର୍ଣ୍ଣାୟକ ହୋଇଛି। ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିବନ୍ଧକକୁ ପ୍ରତିହତ କରି ବିକାଶର ଲକ୍ଷ୍ୟ ପଥରେ ସରକାର ଯୋଜନାବଦ୍ଧ ଭାବେ ଅଗ୍ରସର ହେଉଛନ୍ତି। ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ହୃଦୟରେ ଯୋଡ଼ିହୋଇ ରହିଛନ୍ତି ନବୀନ । ବିଶ୍ବକପ୍‌ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ଆଦିରେ ସାରା ବିଶ୍ବରେ ବି ଶ୍ରେୟ ନେଇଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

26 Aug 2023 By The Sakala

ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେ: ଜାତୀୟ ସ୍ତରରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ପୁଣି ନବୀନ ନମ୍ବର-୧ । ଜାତୀୟ ସ୍ତରରେ ପୁଣି ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା ସହ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପାନ୍ୱୟନ ମାଧ୍ୟମରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ନିମନ୍ତେ ଜନକଲ୍ୟାଣକାରୀ ଯୋଜନା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନବୀନ ସରକାରକୁ ଅଧିକ ଲୋକପ୍ରିୟ କରିଛି। ସର୍ଭେ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଦୁଇ ଦଶନ୍ଧିର ସ୍ଥିର ଶାସନ ରାଜ୍ୟର ବିକାଶ ଓ ରୂପାନ୍ତରଣରେ ନିର୍ଣ୍ଣାୟକ ହୋଇଛି। ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିବନ୍ଧକକୁ ପ୍ରତିହତ କରି ବିକାଶର ଲକ୍ଷ୍ୟ ପଥରେ ସରକାର ଯୋଜନାବଦ୍ଧ ଭାବେ ଅଗ୍ରସର ହେଉଛନ୍ତି। ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ହୃଦୟରେ ଯୋଡ଼ିହୋଇ ରହିଛନ୍ତି ନବୀନ । ବିଶ୍ବକପ୍‌ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ଆଦିରେ ସାରା ବିଶ୍ବରେ ବି ଶ୍ରେୟ ନେଇଛନ୍ତି ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର