ରାଜ୍ୟର ଆଉ ୪ ଜିଲ୍ଲାରେ ପ୍ରବେଶ କଲା ମୌସୁମୀ ବାୟୁ

The Sakala Picture
Published On

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛ ମୌସୁମୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁବା ପରେ ଆଜି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ୩ରୁ ୪ ଦିନ ଭିତରେ ଆହୁରି ଆଗକୁ ଅଗ୍ରସର ହୋଇ ଅନ୍ୟ ଜିଲ୍ଲାକୁ ପ୍ରବେଶ କରିବ। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ଯାଏଁ ବର୍ଷାର ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ସହିତ […]

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛ ମୌସୁମୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁବା ପରେ ଆଜି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ୩ରୁ ୪ ଦିନ ଭିତରେ ଆହୁରି ଆଗକୁ ଅଗ୍ରସର ହୋଇ ଅନ୍ୟ ଜିଲ୍ଲାକୁ ପ୍ରବେଶ କରିବ।

ଆହୁରି ପଢ଼ନ୍ତୁ: ୩୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ଯାଏଁ ବର୍ଷାର ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବ। ପବନ ବି ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ୨୧ ଓ ୨୨ ତାରିଖରେ ବଢିବ ବର୍ଷାର ବିସ୍ତୃତି। ୨୩ରେ ବି ହେବ ବର୍ଷା। ପବନର ଦିଗ ସହ ନିମ୍ନଚାପ ରେଖା ଯୋଗୁଁ ଆସନ୍ତା ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗର ନିର୍ଦ୍ଦେଶିକା କହିଛନ୍ତି। ଅନ୍ୟପଟେ ଉପକୂଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ ଗୁଳୁଗୁଳି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ହେବା ନେଇ କହିଛି ବିଭାଗ। ତା’ପରେ ଗୁଳୁଗୁଳି କମିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଡିଜିପିଙ୍କ ରଥଯାତ୍ରା ସମୀକ୍ଷା: ପୁରୀରେ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ସହ ମୁତୟନ ହେବେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ସୂଚନାଯୋଗ୍ୟ ଯେ, ଏଥର ମୋୖସୁମୀ ଆଗୁଆ ଓଡ଼ିଶା ଛୁଇଁ ପ୍ରଥମେ ମାଲକାନଗିରିରେ ସକ୍ରିୟ ହୋଇଥିଲା । କିନ୍ତୁ ଆଗକୁ ଅଗ୍ରସର ହୋଇପାରିନଥିଲା । ତେଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରଲମ୍ବିତ ହୋଇଛି।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ଓଡ଼ିଆ ଧାବକ ଅନିମେଶ କୁଜୁର, ୧୦୦ ମିଟରରେ କଲେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

20 Jun 2024 By The Sakala

ରାଜ୍ୟର ଆଉ ୪ ଜିଲ୍ଲାରେ ପ୍ରବେଶ କଲା ମୌସୁମୀ ବାୟୁ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛ ମୌସୁମୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁବା ପରେ ଆଜି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ୩ରୁ ୪ ଦିନ ଭିତରେ ଆହୁରି ଆଗକୁ ଅଗ୍ରସର ହୋଇ ଅନ୍ୟ ଜିଲ୍ଲାକୁ ପ୍ରବେଶ କରିବ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ଯାଏଁ ବର୍ଷାର ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବ। ପବନ ବି ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ୨୧ ଓ ୨୨ ତାରିଖରେ ବଢିବ ବର୍ଷାର ବିସ୍ତୃତି। ୨୩ରେ ବି ହେବ ବର୍ଷା। ପବନର ଦିଗ ସହ ନିମ୍ନଚାପ ରେଖା ଯୋଗୁଁ ଆସନ୍ତା ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗର ନିର୍ଦ୍ଦେଶିକା କହିଛନ୍ତି। ଅନ୍ୟପଟେ ଉପକୂଳ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ ଗୁଳୁଗୁଳି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ହେବା ନେଇ କହିଛି ବିଭାଗ। ତା’ପରେ ଗୁଳୁଗୁଳି କମିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ଏଥର ମୋୖସୁମୀ ଆଗୁଆ ଓଡ଼ିଶା ଛୁଇଁ ପ୍ରଥମେ ମାଲକାନଗିରିରେ ସକ୍ରିୟ ହୋଇଥିଲା । କିନ୍ତୁ ଆଗକୁ ଅଗ୍ରସର ହୋଇପାରିନଥିଲା । ତେଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରଲମ୍ବିତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର