ମିଶନ ଶକ୍ତି ସ୍କୁଟର ଯାେଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଆଜି ୧୫ ହଜାର ମାଆ ନେଇଛନ୍ତି ସ୍କୁଟର

The Sakala Picture
Published On

ଭୁବନେଶ୍ବର : ମିଶନ ଶକ୍ତି ସ୍କୁଟର ଯାେଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି ଯୁଗାନ୍ତକାରୀ ସ୍କୁଟର ଯାେଜନାରେ ୧୫ ହଜାର ମାଆ ନେଇଛନ୍ତି ସ୍କୁଟର। ଆଗକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ମାଆ ମାନେ ସ୍କୁଟର ନେବେ ।ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣକୁ ଏକ ସ୍ଲୋଗାନ ନୁହେଁ ବରଂ ପ୍ରଗତିର ମନ୍ତ୍ର ଭାବେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ […]

ଭୁବନେଶ୍ବର : ମିଶନ ଶକ୍ତି ସ୍କୁଟର ଯାେଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି ଯୁଗାନ୍ତକାରୀ ସ୍କୁଟର ଯାେଜନାରେ ୧୫ ହଜାର ମାଆ ନେଇଛନ୍ତି ସ୍କୁଟର। ଆଗକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ମାଆ ମାନେ ସ୍କୁଟର ନେବେ ।ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣକୁ ଏକ ସ୍ଲୋଗାନ ନୁହେଁ ବରଂ ପ୍ରଗତିର ମନ୍ତ୍ର ଭାବେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ୍‌ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଆହୁରି ପଢ଼ନ୍ତୁ: ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ

ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଚଳିତ ବଜେଟରେ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି । ଆସନ୍ତା ୫ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ଆଜିଠୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କୁ ସ୍କୁଟର କିଣିବା ପାଇଁ ସହାୟତା କରାଯାଉଛି। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି କରାଯାଇଛି। ଯାହା ଫଳରେ ବ୍ୟାଙ୍କରୁ ସେମାନେ ଋଣ ନେଇ ସ୍କୁଟର କିଣିବା ନିଜ କାମ ପାଇଁ ଅନ୍ୟଉପରେ ନିର୍ଭର କରୁନାହାନ୍ତି। ମିଶନଶକ୍ତି ସ୍କୁଟର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଛି। ଆଜି ଏହି ଯୋଜନାରେ ପ୍ରାୟ ୧୫ ହଜାର ମାଆ ସ୍କୁଟର ନେଇଥିବା ବେଳେ ଆଗକୁ ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ମାଆ ସ୍କୁଟର ନେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

୨୦୦୧ ମସିହାରୁ ଓଡ଼ିଶାର ମହିଳାଙ୍କ ପାଇଁ ଅତୁଳନୀୟ ସାମର୍ଥ୍ୟ ଆଣିଦେଇଛି ମିଶନ ଶକ୍ତି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ୍‌ ଶକ୍ତି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସଙ୍ଗଠିତ ଓ ମଜବୁତ୍‌ କରିବା ଏହାର ମୂଳ ଲକ୍ଷ୍ୟ । ରାଜ୍ୟରେ ମିସନ ଶକ୍ତି ଅଧିନରେ ପ୍ରାଥମିକସ୍ତରରେ ୩୦ହଜାର ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀକୁ ପଞ୍ଜିକୃତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୮୦ଲକ୍ଷ ମହିଳା ସାମିଲ ହୋଇ ନିଜର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରସର ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp