ମାର୍ଚ୍ଚ ମାସ ସୁଦ୍ଧା ଖୋଲିବ ମିଶନ୍‌‌ ଶକ୍ତି ବଜାର ! ସହରବାସୀଙ୍କ ପାଖରେ ପହଞ୍ଚିବ ଗ୍ରାମୀଣ ସାମଗ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀବାସୀ ଗ୍ରାମୀଣ ସାମଗ୍ରୀ କ୍ରୟ କରିବାର ସୁବିଧା ପାଇପାରିବେ। ବର୍ଷ ତମାମ ବିକ୍ରିହେବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ। ଏଥିପାଇଁ ଆରମ୍ଭ ହେବ ଖୋଲା ବଜାର। ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଫଳରେ ସ୍ୱତନ୍ତ୍ର ବ୍ରାଣ୍ଡିଂ ହୋଇପାରିବ। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଏବଂ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ […]

ଭୁବନେଶ୍ୱର: ରାଜଧାନୀବାସୀ ଗ୍ରାମୀଣ ସାମଗ୍ରୀ କ୍ରୟ କରିବାର ସୁବିଧା ପାଇପାରିବେ। ବର୍ଷ ତମାମ ବିକ୍ରିହେବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ। ଏଥିପାଇଁ ଆରମ୍ଭ ହେବ ଖୋଲା ବଜାର। ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଫଳରେ ସ୍ୱତନ୍ତ୍ର ବ୍ରାଣ୍ଡିଂ ହୋଇପାରିବ। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଏବଂ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶିତ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଓ ଓର୍‌‌ମାସ୍‌‌ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ଓରମାସ୍‌‌ ପରିସରରେ ଏକ ମିଶନ୍‌‌ ଶକ୍ତି ବଜାର କାମ ଚାଲିଥିବାବେଳେ ଏହି ବଜାରକୁ ନେଇ ଏବେ ସମୀକ୍ଷା ବୈଠକ ମଧ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏଥର ମହିଳା ଏସ୍‌‌ଏଚ୍‌‌ଜିଙ୍କ ପ୍ରସ୍ତୁତ ସାମଗ୍ରୀକୁ ମିଶନ ଶକ୍ତି ଓ ଓର୍‌‌ମାସ୍‌‌ ପ୍ୟାକେଜିଂ ଓ ବ୍ରାଣ୍ଡିଂରେ ବିକ୍ରି କରାଯିବ। ଏଥିପାଇଁ ମାତୃଶକ୍ତି ପ୍ରଡ୍ୟୁସର୍‌‌ କମ୍ପାନୀରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯିବ। ସେହି କମ୍ପାନୀରେ ମାର୍କେଟିଂ ପାଇଁ ବିଭିନ୍ନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ମିଶନ ଶକ୍ତି ବଜାରର ପରିଚାଳନା କରିବେ। ଏଥିରେ ଏକାଥରରେ ପ୍ରାୟ ୨୫ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇପାରିବ। ଏଥିପାଇଁ ମିଶନ ଶକ୍ତି, ଓର୍‌‌ମାସ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ନିଆଯାଉଛି ପଦକ୍ଷେପ। ଖୋର୍ଦ୍ଧା ଜିଲ୍ଲାର ୧୩ଟି ବ୍ଲକର ବ୍ଲକସ୍ତରୀୟ ଫେଡେରେସନ୍‌‌ ବା ମହାସଂଘଙ୍କୁ ଚୟନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଅଧୀନରେ ୧୦ଟି ବ୍ଲକ ଓ ଭୁବନେଶ୍ୱରର ୩ଟି ଜୋନ୍‌‌ରେ ଥିବା ମହିଳା ମହାସଂଘର କର୍ମକର୍ତ୍ତା ଏସ୍‌‌ଏଚ୍‌‌ଜି ମିଶନ ଶକ୍ତି ବଜାରର ସମସ୍ତ ଦାୟିତ୍ୱ ସମ୍ଭାଳିବେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମହିଳା ଏସ୍‌‌ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ପିଠା, ହଳଦୀ, ବଡ଼ି, ପାମ୍ପଡ଼, ସବାଇ ହସ୍ତଶିଳ୍ପ, ଝୋଟ ସାମଗ୍ରୀ ସମେତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଆଦିର ବିକ୍ରି ପାଇଁ ବର୍ଷତମାମ ସୁବିଧାସୁଯୋଗ ପାଇପାରିବେ। ଏହାସହିତ ଗ୍ରାମାଞ୍ଚଳର ସାମଗ୍ରୀକୁ ସହଜ ଉପାୟରେ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରାଯାଇ ବିକ୍ରି କରାଯିବ। ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ମାର୍କେଟ ଲିଙ୍କେଜ୍‌‌ ପାଇଁ ଓଡ଼ିଶା ଜୀବିକା ମିଶନ ଓ ଓର୍‌‌ମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ। ଏହାସହିତ ଏହି ବଜାରରେ ଏସ୍‌‌ଏଚ୍‌‌ଜିଙ୍କ ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ କରାଯିବ। ଯେକୌଣସି ସମୟରେ ଗ୍ରାହକମାନେ ‘ମିଶନ ଶକ୍ତି ବଜାର’ ଯାଇ ମହିଳାମାନଙ୍କ ହାତତିଆରି ସାମଗ୍ରୀ ଦେଖିବା ସହ କିଣିପାରିବେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ଏହି ମିଶନ ଶକ୍ତି ବଜାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଖୁବ୍‌‌ଶୀଘ୍ର ଏହି ବଜାର କାମ ଶେଷ ହେବାପରେ ବିକ୍ରିବଟାର ବ୍ୟବସ୍ଥା କରାଯିବ। ମାର୍ଚ୍ଚ ମାସ ସୁଦ୍ଧା ଅର୍ଥାତ୍‌‌ ମହିଳା ଦିବସରେ ମିଶନ ଶକ୍ତି ବଜାର ଆରମ୍ଭ ହେବା ନେଇ ଆକଳନ କରାଯାଉଛି। ସହଜ ଓ ସରଳ ଉପାୟରେ ବିକ୍ରିବଟା କରିବା ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ମାର୍କେଟିଂ ସୁବିଧା ପାଇଁ ସହଯୋଗ ଯୋଗାଇଦିଆଯିବ। ବୋର୍ଡର ସଦସ୍ୟାମାନେ ବିଭିନ୍ନ ଜିଲ୍ଲାର ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରିବଟା ନେଇ ନିଷ୍ପତ୍ତି ନେବେ। ଉତ୍ପାଦକ ଗୋଷ୍ଠୀମାନ କରାଯାଇ ବିକ୍ରିବଟା ପରେ ଲାଭାଂଶ ସିଧାସଳଖ ଏସ୍‌‌ଏଚ୍‌‌ଜିଗୁଡ଼ିକ ନିକଟକୁ ଯିବ। ଏଥିପାଇଁ ନିକଟରେ ମିଶନ୍‌‌ ଶକ୍ତି, ଓର୍‌‌ମାସ୍‌‌, ନିର୍ମାଣ ବିଭାଗ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକ କରିବା ସହ ବଜାର ଖୋଲିବା ନେଇ ନକ୍ସା ପ୍ରସ୍ତୁତ କରିଛନ୍ତି। ଦ୍ରୁତଗତିରେ ମିଶନଶକ୍ତି ବଜାର କାମ ଶେଷ କରିବା ଓ ଗ୍ରାମୀଣ ସାମଗ୍ରୀ ଆସି ସହରବାସୀଙ୍କ ପାଖରେ କିଭଳିଭାବେ ପହଞ୍ଚିପାରିବ, ଏ ନେଇ ଆଲୋଚନା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର