ଦିବ୍ୟାଙ୍ଗ ଯୁବତୀକୁ ଦୁର୍ଷ୍କମ ମାମଲା : ମାନବାଧିକାର କମିଶନଙ୍କ କାରଣ ଦର୍ଶାଅ ନୋଟିସ

The Sakala Picture
Published On

ବାରିପଦା : ଜଣେ ଦିବ୍ୟାଙ୍ଗ ଯୁବତୀକୁ ଦୁର୍ଷ୍କମ କରିଥିବା ଅଭିଯୋଗରେ ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରକାଶ ଯେ, ୨୦୨୦ମସିହା ଜୁନ ମାସ ପହିଲାରେ ମୟୂରଭଞ୍ଜ ଜଲ୍ଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଏମ୍‍.ଡି.ଅଜାରୁଦ୍ଦିନ ଖାଁ ଥାନା ପରିସରରେ ଥିବା ସରକାରୀ କ୍ୱାଟର୍ସରେ ରହୁଥିବା ଜନୈକ କନେଷ୍ଟବଳଙ୍କ ଦିବ୍ୟାଙ୍ଗ ଝିଅକୁ ଦୁର୍ଷ୍କମ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ […]

ବାରିପଦା : ଜଣେ ଦିବ୍ୟାଙ୍ଗ ଯୁବତୀକୁ ଦୁର୍ଷ୍କମ କରିଥିବା ଅଭିଯୋଗରେ ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରକାଶ ଯେ, ୨୦୨୦ମସିହା ଜୁନ ମାସ ପହିଲାରେ ମୟୂରଭଞ୍ଜ ଜଲ୍ଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଏମ୍‍.ଡି.ଅଜାରୁଦ୍ଦିନ ଖାଁ ଥାନା ପରିସରରେ ଥିବା ସରକାରୀ କ୍ୱାଟର୍ସରେ ରହୁଥିବା ଜନୈକ କନେଷ୍ଟବଳଙ୍କ ଦିବ୍ୟାଙ୍ଗ ଝିଅକୁ ଦୁର୍ଷ୍କମ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୁର୍ଷ୍କମ ଅଭିଯୋଗ ପରେ ସମ୍ପୃକ୍ତ ଡ୍ରାଇଭରକୁ ତତ୍କାଳୀନ ଏସପି କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତେବେ ଏନେଇ ମାନବଧିକାର କର୍ମୀ ହିମାଂଶୁ ନାୟକ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଅଭିଯୋଗ କରିଥିଲେ। କମିଶନ ସବିଶେଷ ରିପୋର୍ଟ ୪ସପ୍ତାହ ମଧ୍ୟରେ ଦେବା ପାଇଁ କହିଥିଲେ ହେଁ ୨୦୨୧ ଜୁନ ୨୮ତାରିଖରେ ଦାଖଲ କରିଥିଲେ। ମାନବିକ ଅଧିକାରର ଉଲଂଘନ ପାଇଁ ଦୁର୍ଷ୍କମ ପୀଡିତାଙ୍କୁ ପର୍ଯ୍ୟାପ୍ତ ପରିମାଣର ମଧ୍ୟବର୍ତ୍ତୀ କାଳୀନ ରିଲିଫ କାହିଁକି ସୁପାରିଶ କରାଯାଇପାରି ନାହିଁ ବୋଲି ୬ମାସ ମଧ୍ୟରେ କାରଣ ଦର୍ଶାଇବା ପାଇଁ ନୋଟିସ୍‍ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

02 Sep 2021 By The Sakala

ଦିବ୍ୟାଙ୍ଗ ଯୁବତୀକୁ ଦୁର୍ଷ୍କମ ମାମଲା : ମାନବାଧିକାର କମିଶନଙ୍କ କାରଣ ଦର୍ଶାଅ ନୋଟିସ

ବାରିପଦା : ଜଣେ ଦିବ୍ୟାଙ୍ଗ ଯୁବତୀକୁ ଦୁର୍ଷ୍କମ କରିଥିବା ଅଭିଯୋଗରେ ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରକାଶ ଯେ, ୨୦୨୦ମସିହା ଜୁନ ମାସ ପହିଲାରେ ମୟୂରଭଞ୍ଜ ଜଲ୍ଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଏମ୍‍.ଡି.ଅଜାରୁଦ୍ଦିନ ଖାଁ ଥାନା ପରିସରରେ ଥିବା ସରକାରୀ କ୍ୱାଟର୍ସରେ ରହୁଥିବା ଜନୈକ କନେଷ୍ଟବଳଙ୍କ ଦିବ୍ୟାଙ୍ଗ ଝିଅକୁ ଦୁର୍ଷ୍କମ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୁର୍ଷ୍କମ ଅଭିଯୋଗ ପରେ ସମ୍ପୃକ୍ତ ଡ୍ରାଇଭରକୁ ତତ୍କାଳୀନ ଏସପି କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତେବେ ଏନେଇ ମାନବଧିକାର କର୍ମୀ ହିମାଂଶୁ ନାୟକ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଅଭିଯୋଗ କରିଥିଲେ। କମିଶନ ସବିଶେଷ ରିପୋର୍ଟ ୪ସପ୍ତାହ ମଧ୍ୟରେ ଦେବା ପାଇଁ କହିଥିଲେ ହେଁ ୨୦୨୧ ଜୁନ ୨୮ତାରିଖରେ ଦାଖଲ କରିଥିଲେ। ମାନବିକ ଅଧିକାରର ଉଲଂଘନ ପାଇଁ ଦୁର୍ଷ୍କମ ପୀଡିତାଙ୍କୁ ପର୍ଯ୍ୟାପ୍ତ ପରିମାଣର ମଧ୍ୟବର୍ତ୍ତୀ କାଳୀନ ରିଲିଫ କାହିଁକି ସୁପାରିଶ କରାଯାଇପାରି ନାହିଁ ବୋଲି ୬ମାସ ମଧ୍ୟରେ କାରଣ ଦର୍ଶାଇବା ପାଇଁ ନୋଟିସ୍‍ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର