ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ବିଜେଡି ଓ କଂଗ୍ରେସର ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

Madhusudan Das Picture
Published On

ଭଦ୍ରକ: ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ବିଜେଡି ଓ କଂଗ୍ରେସର ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିବେ ଉଭୟ ବିଜେଡି ଓ କଂଗ୍ରେସ।  ଏହି ସମୟରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ନେଇ ଅଭିଯୋଗ । ଭୋରରୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦ ପାଳନ ପାଇଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇ ଯାଇଥିଲା। ବସ୍, ଟ୍ରକ୍ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ବିକ୍ଷୋଭକାରୀମାନେ ପିକେଟିଂ କରୁଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ଏହାପରେ ଲୋକେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତା ପରେ ପୁଲିସ ଜଗତସିଂହପୁର ଜିଲାରୁ ମୁଖ୍ୟ ଅଭିଯୁକ୍ତ ବାବୁଲ ଦାସକୁ ଗିରଫ କରିଥିଲା। ଗିରଫ ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

25 Dec 2025 By Madhusudan Das

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ବିଜେଡି ଓ କଂଗ୍ରେସର ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଭଦ୍ରକ: ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ବିଜେଡି ଓ କଂଗ୍ରେସର ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିବେ ଉଭୟ ବିଜେଡି ଓ କଂଗ୍ରେସ।  ଏହି ସମୟରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ନେଇ ଅଭିଯୋଗ । ଭୋରରୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦ ପାଳନ ପାଇଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇ ଯାଇଥିଲା। ବସ୍, ଟ୍ରକ୍ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ବିକ୍ଷୋଭକାରୀମାନେ ପିକେଟିଂ କରୁଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ଏହାପରେ ଲୋକେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତା ପରେ ପୁଲିସ ଜଗତସିଂହପୁର ଜିଲାରୁ ମୁଖ୍ୟ ଅଭିଯୁକ୍ତ ବାବୁଲ ଦାସକୁ ଗିରଫ କରିଥିଲା। ଗିରଫ ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଥିଲେ।

https://www.thesakala.in/latest-odisha-news/minor-girls-death-6-hour-chandbali-bandh-by-bjd-and-congress/article-43770
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର