ଲକ୍‌ଡାଉନ୍‌ରେ ବିକିଲେ ଲକ୍ଷେ ଅଣ୍ଡା

The Sakala Picture
Published On

ଭୁବନେଶ୍ୱର : ‘ମିଶନ ଶକ୍ତି’ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର କରିଛନ୍ତି ଲକ୍ଷ୍ୟଭେଦୀ ଯୋଜନା। ଆଉ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ‘ମିଶନ’ ଭାବରେ ଗ୍ରହଣ କରିଛନ୍ତି ଓ ଆର୍ଥିକ ଭାବରେ ‘ଶକ୍ତିଶାଳୀ’ ହୋଇଛନ୍ତି। କୁକୁଡ଼ା ଚାଷ କରି ଲକଡ଼ାଉନରେ ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହୋଇଛନ୍ତି। ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ସ୍ୱତନ୍ତ୍ରଭାବେ କୁକୁଡ଼ା ଚାଷ ଓ […]

ଭୁବନେଶ୍ୱର : ‘ମିଶନ ଶକ୍ତି’ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର କରିଛନ୍ତି ଲକ୍ଷ୍ୟଭେଦୀ ଯୋଜନା। ଆଉ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ‘ମିଶନ’ ଭାବରେ ଗ୍ରହଣ କରିଛନ୍ତି ଓ ଆର୍ଥିକ ଭାବରେ ‘ଶକ୍ତିଶାଳୀ’ ହୋଇଛନ୍ତି। କୁକୁଡ଼ା ଚାଷ କରି ଲକଡ଼ାଉନରେ ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହୋଇଛନ୍ତି। ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ସ୍ୱତନ୍ତ୍ରଭାବେ କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନର ଦାୟିତ୍ୱ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜୀବନଜୀବିକା ଯୋଗାଇଦେବା ପାଇଁ ମିଶନ ଶକ୍ତିର ନିଆରା ପ୍ରୟାସ। କୁକୁଡା ଚାଷ (ଲେୟାର୍‍ ବାର୍ଡ ଫାର୍ମିଂ) ଓ ଅଣ୍ଡା ଉତ୍ପାଦନ କରିବା ପାଇଁ ଗୋଷ୍ଠୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇଦିଆଯାଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୁକୁଡ଼ାମାନଙ୍କର ଯତ୍ନ ନେଉଛନ୍ତି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ସହଭାଗିତାରେ ମିଶନ ଶକ୍ତିର ମହିଳା ସଦସ୍ୟମାନଙ୍କୁ ଅଣ୍ଡା ଉତ୍ପାଦନ ଓ କୁକୁଡ଼ା ଚାଷ ସମ୍ପର୍କରେ ବ୍ଲକ ମୁଖ୍ୟାଳୟ କିମ୍ବା ବିଭିନ୍ନ ଏସ୍‍ଏଚ୍‍ଜିଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଇଛି। କୁକୁଡ଼ାଛୁଆଙ୍କର ପାଳନଠାରୁ ଆରମ୍ଭ କରି ସେମାନଙ୍କୁ ଖୁଆଇବା, ପାଣି ପିଆଇବାର ଆଦିର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ୨୦୨୦-୨୧ ମସିହାରେ ୨୩୩ଟି ଏସ୍‍ଏଚ୍‍ଜିର ସଦସ୍ୟଙ୍କୁ ଡିପ୍‍ ଲିଟ୍ଟର୍‍ ପୋଲଟ୍ରୀ ଫାର୍ମିଂ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟ ମିଶନ ଶକ୍ତି ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ସେମାନଙ୍କୁ ୩୪୦ଲକ୍ଷ ଟଙ୍କାର ସବ୍‍ସିଡ଼ି ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏବେ ସୁଦ୍ଧା ୪୨୯ଟି ଏସ୍‍ଏଚ୍‍ଜିର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯିବାପରେ ଏହି ଦାୟିତ୍ୱ ଦିଆଯାଇଛି। ସବ୍‍ସିଡ଼ି ହିସାବରେ ସେମାନଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏପ୍ରିଲ୍‍ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁକୁଡ଼ା ଚାଷ କରି ୧ଲକ୍ଷରୁ ଊର୍ଦ୍ଧ୍ବ ଅଣ୍ଡା ଉତ୍ପାଦନ କରିଛନ୍ତି। ଏହାସହିତ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିଛନ୍ତି। କେବଳ କୁକୁଡା ଚାଷ କରି ଅଣ୍ଡା ଉତ୍ପାଦନରେ ସୀମିତ ରହିଯାଇନାହାଁନ୍ତି। କରୋନା ମହାମାରୀ ସମୟରେ ଏହି ଅଣ୍ଡା ସବୁକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଛି। ଏହାସହିତ ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡ଼ିକୁ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ଯୋଡ଼ିବା ଲକ୍ଷ୍ୟ ରଖାଯାଇଥିବାବେଳେ ଆଗକୁ ସାରା ରାଜ୍ୟରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ଏସ୍‍ଏଚ୍‍ଜିଙ୍କୁ ଏଥିରେ ଯୋଡ଼ିବାର ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ବିଶେଷକରି କରୋନା ମହାମାରୀ ସମୟରେ ମହିଳାମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଛି। ରାଜ୍ୟରେ ଅଧିକ ପରିମାଣର କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନ ପାଇଁ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ଅଂଶୀଦାର କରାଯାଇଛି। ଏହାଦ୍ୱାରା ମହିଳାମାନେ ଲାଭବାନ୍‍ ମଧ୍ୟ ହୋଇପାରିଛନ୍ତି। ରାଜ୍ୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ଏସ୍‍ଏଚ୍‍ଜିଙ୍କୁ ୨ଶହଟି କୁକୁଡ଼ା ଛୁଆଁ ପ୍ରଦାନ କରାଯାଇଥିଲା। ଏହାସହିତ ସେମାନଙ୍କୁ ଲାଳନପାଳନର ପ୍ରଶିକ୍ଷଣ ଦେବା ସହ ଖାଦ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ତେଇଶିପୁର କାଳି ସାହି ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଉମାମଣି ରଥ ସୂଚନା ଦେଇଛନ୍ତି।

10 Jul 2021 By The Sakala

ଲକ୍‌ଡାଉନ୍‌ରେ ବିକିଲେ ଲକ୍ଷେ ଅଣ୍ଡା

ଭୁବନେଶ୍ୱର : ‘ମିଶନ ଶକ୍ତି’ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର କରିଛନ୍ତି ଲକ୍ଷ୍ୟଭେଦୀ ଯୋଜନା। ଆଉ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ‘ମିଶନ’ ଭାବରେ ଗ୍ରହଣ କରିଛନ୍ତି ଓ ଆର୍ଥିକ ଭାବରେ ‘ଶକ୍ତିଶାଳୀ’ ହୋଇଛନ୍ତି। କୁକୁଡ଼ା ଚାଷ କରି ଲକଡ଼ାଉନରେ ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହୋଇଛନ୍ତି। ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ସ୍ୱତନ୍ତ୍ରଭାବେ କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନର ଦାୟିତ୍ୱ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜୀବନଜୀବିକା ଯୋଗାଇଦେବା ପାଇଁ ମିଶନ ଶକ୍ତିର ନିଆରା ପ୍ରୟାସ। କୁକୁଡା ଚାଷ (ଲେୟାର୍‍ ବାର୍ଡ ଫାର୍ମିଂ) ଓ ଅଣ୍ଡା ଉତ୍ପାଦନ କରିବା ପାଇଁ ଗୋଷ୍ଠୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇଦିଆଯାଉଛି।

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୁକୁଡ଼ାମାନଙ୍କର ଯତ୍ନ ନେଉଛନ୍ତି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ସହଭାଗିତାରେ ମିଶନ ଶକ୍ତିର ମହିଳା ସଦସ୍ୟମାନଙ୍କୁ ଅଣ୍ଡା ଉତ୍ପାଦନ ଓ କୁକୁଡ଼ା ଚାଷ ସମ୍ପର୍କରେ ବ୍ଲକ ମୁଖ୍ୟାଳୟ କିମ୍ବା ବିଭିନ୍ନ ଏସ୍‍ଏଚ୍‍ଜିଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଇଛି। କୁକୁଡ଼ାଛୁଆଙ୍କର ପାଳନଠାରୁ ଆରମ୍ଭ କରି ସେମାନଙ୍କୁ ଖୁଆଇବା, ପାଣି ପିଆଇବାର ଆଦିର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ୨୦୨୦-୨୧ ମସିହାରେ ୨୩୩ଟି ଏସ୍‍ଏଚ୍‍ଜିର ସଦସ୍ୟଙ୍କୁ ଡିପ୍‍ ଲିଟ୍ଟର୍‍ ପୋଲଟ୍ରୀ ଫାର୍ମିଂ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟ ମିଶନ ଶକ୍ତି ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ସେମାନଙ୍କୁ ୩୪୦ଲକ୍ଷ ଟଙ୍କାର ସବ୍‍ସିଡ଼ି ପ୍ରଦାନ କରାଯାଇଥିଲା।

ଏବେ ସୁଦ୍ଧା ୪୨୯ଟି ଏସ୍‍ଏଚ୍‍ଜିର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯିବାପରେ ଏହି ଦାୟିତ୍ୱ ଦିଆଯାଇଛି। ସବ୍‍ସିଡ଼ି ହିସାବରେ ସେମାନଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏପ୍ରିଲ୍‍ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁକୁଡ଼ା ଚାଷ କରି ୧ଲକ୍ଷରୁ ଊର୍ଦ୍ଧ୍ବ ଅଣ୍ଡା ଉତ୍ପାଦନ କରିଛନ୍ତି। ଏହାସହିତ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିଛନ୍ତି। କେବଳ କୁକୁଡା ଚାଷ କରି ଅଣ୍ଡା ଉତ୍ପାଦନରେ ସୀମିତ ରହିଯାଇନାହାଁନ୍ତି। କରୋନା ମହାମାରୀ ସମୟରେ ଏହି ଅଣ୍ଡା ସବୁକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଛି। ଏହାସହିତ ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡ଼ିକୁ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ଯୋଡ଼ିବା ଲକ୍ଷ୍ୟ ରଖାଯାଇଥିବାବେଳେ ଆଗକୁ ସାରା ରାଜ୍ୟରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ଏସ୍‍ଏଚ୍‍ଜିଙ୍କୁ ଏଥିରେ ଯୋଡ଼ିବାର ଯୋଜନା ରହିଛି।

ବିଶେଷକରି କରୋନା ମହାମାରୀ ସମୟରେ ମହିଳାମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଛି। ରାଜ୍ୟରେ ଅଧିକ ପରିମାଣର କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନ ପାଇଁ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ଅଂଶୀଦାର କରାଯାଇଛି। ଏହାଦ୍ୱାରା ମହିଳାମାନେ ଲାଭବାନ୍‍ ମଧ୍ୟ ହୋଇପାରିଛନ୍ତି। ରାଜ୍ୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ଏସ୍‍ଏଚ୍‍ଜିଙ୍କୁ ୨ଶହଟି କୁକୁଡ଼ା ଛୁଆଁ ପ୍ରଦାନ କରାଯାଇଥିଲା। ଏହାସହିତ ସେମାନଙ୍କୁ ଲାଳନପାଳନର ପ୍ରଶିକ୍ଷଣ ଦେବା ସହ ଖାଦ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ତେଇଶିପୁର କାଳି ସାହି ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଉମାମଣି ରଥ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର