୧୦ ଘଣ୍ଟାପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

The Sakala Picture
Published On

ବାରିପଦା: ରବିବାର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀ  ଶାବକକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ କୂଅରେ ହାତୀଛୁଆ ପଡିଯିବାପରେ ରାତି ତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଛନ୍ତି । ଏହି ଅଞ୍ଚଳରେ ଏକ ୧୪ଟିକିଆ ହାତୀପଲ କିଛିଦିନ ଧରି ବିଚରଣ କରୁଥିବା ବେଳେ ସବୁଦି ନଭଳି ଶନିବାର […]

ବାରିପଦା: ରବିବାର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀ  ଶାବକକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ କୂଅରେ ହାତୀଛୁଆ ପଡିଯିବାପରେ ରାତି ତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଛନ୍ତି । ଏହି ଅଞ୍ଚଳରେ ଏକ ୧୪ଟିକିଆ ହାତୀପଲ କିଛିଦିନ ଧରି ବିଚରଣ କରୁଥିବା ବେଳେ ସବୁଦି ନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ୬ମାସର ହାତୀଛୁଆ ପଡିଯାଇଥିଲା । ଶାବକକୁ ନପାଇ ହାତୀପଲଙ୍କ ଦୌରାତ୍ମ୍ୟ ବୄଦ୍ଧି ପାଇଥିଲା । ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ଚିତ୍ରଡାରୁ ଆସିଥିବା ଦୁଇଟି ଟିମ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ ଯିବାକୁ ଦେଇନଥିଲେ । ପୁନଶ୍ଚ ହାତୀଛୁଆ କୂଅରେ ପଡିଯିବାପରେ ପୁରା ହାତୀପଲ ଉଗ୍ର ରୂପରେ ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସେହିପରି ହାତୀଛୁଆକୁ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ହାତୀପଲ ଗୋଡ଼ାଇବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ହାତୀଛୁଆକୁ ଉଦ୍ଧାର ପାଇଁ ବନବିଭାଗ ଏବଂ ଅଗ୍ନିଶମ ବିଭାଗ ମିଶି ୧୦ ଘଣ୍ଟାର ଅପରେସନ ପରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ,ଏସିଏଫ୍ ରବୀନ୍ଦ୍ର ନାଥ ମହାନ୍ତି, ରେଞ୍ଜର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

09 Jan 2022 By The Sakala

୧୦ ଘଣ୍ଟାପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

ବାରିପଦା: ରବିବାର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀ  ଶାବକକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ କୂଅରେ ହାତୀଛୁଆ ପଡିଯିବାପରେ ରାତି ତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଛନ୍ତି । ଏହି ଅଞ୍ଚଳରେ ଏକ ୧୪ଟିକିଆ ହାତୀପଲ କିଛିଦିନ ଧରି ବିଚରଣ କରୁଥିବା ବେଳେ ସବୁଦି ନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ୬ମାସର ହାତୀଛୁଆ ପଡିଯାଇଥିଲା । ଶାବକକୁ ନପାଇ ହାତୀପଲଙ୍କ ଦୌରାତ୍ମ୍ୟ ବୄଦ୍ଧି ପାଇଥିଲା । ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ଚିତ୍ରଡାରୁ ଆସିଥିବା ଦୁଇଟି ଟିମ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ ଯିବାକୁ ଦେଇନଥିଲେ । ପୁନଶ୍ଚ ହାତୀଛୁଆ କୂଅରେ ପଡିଯିବାପରେ ପୁରା ହାତୀପଲ ଉଗ୍ର ରୂପରେ ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସେହିପରି ହାତୀଛୁଆକୁ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ହାତୀପଲ ଗୋଡ଼ାଇବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ହାତୀଛୁଆକୁ ଉଦ୍ଧାର ପାଇଁ ବନବିଭାଗ ଏବଂ ଅଗ୍ନିଶମ ବିଭାଗ ମିଶି ୧୦ ଘଣ୍ଟାର ଅପରେସନ ପରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ,ଏସିଏଫ୍ ରବୀନ୍ଦ୍ର ନାଥ ମହାନ୍ତି, ରେଞ୍ଜର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର