ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ରାତ୍ରଜଗୁଆଳି ମୃତ, ସ୍କୁଲ ପ୍ରିନ୍ସପାଲ ଗୁରୁତର ଆହତ

Madhusudan Das Picture
Published On

ବାରିପଦା:  ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ରାତ୍ରଜଗୁଆଳି ମୃତ ଓ ପ୍ରିନ୍ସପାଲ ଗୁରୁତର ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଘଟିଛି  ଏପରି ହତ୍ୟାକାଣ୍ଡ । ମୃତକ ହେଲେ ବୈଶିଙ୍ଗା ଥାନା  ଧନାପାଳ ଅଞ୍ଚଳର ସନ୍ୟାସୀ ଦାସ(୫୦)। ଗୁରୁତର ମହିଳା ହେଲେ କଳମାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ (୬୦)। 

ଆହୁରି ପଢ଼ନ୍ତୁ: SCB ମେଡିକାଲ ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ସୂଚନା ଅନୁସାରେ, ରାତ୍ରଜଗୁଆଳି ସନ୍ୟାସୀଙ୍କ ଦେହ ଅସୁସ୍ଥ ହେବାରୁ, ସେ ପ୍ରିନ୍ସପାଲଙ୍କ ସହ ବାଇକ୍‌ରେ କଳମାରେ ଥିବା ଶିକ୍ଷା କେନ୍ଦ୍ର ମାଲିକ ବା ଡା ବିଜୟ ରାଉତଙ୍କ  କ୍ଲିନିକକୁ  ଯାଉଥିଲେ। ସ୍କୁଲ୍‌ରୁ ମାତ୍ର କିଛି ଦୂର ଏନଏଚ ୧୮ରେ ପହଞ୍ଚିବା ପୂର୍ବରୁ କେହି ଦୁର୍ବୁତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୫୦ ବର୍ଷୀୟ ରାତ୍ରଜଗୁଆଳି ସନ୍ୟାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରିନ୍ସପାଲ କାଦମ୍ବିନୀ ରାଉତ ରକ୍ତ ଜଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଖବର ପାଇ ବିଦ୍ୟାଳୟର ମାଲିକ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମରଣାନ୍ତ୍ରକ ଆକ୍ରମଣ ଘଟଣାରେ ବିଦ୍ୟାଳୟ ମାଲିକ ଡା ବିଜୟ ରାଉତଙ୍କ ଅଭିଯୋଗ କ୍ରମେ ବାଲେଶ୍ବର ପୁଲିସ ଓ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ ଏହି ବର୍ବର ଆକ୍ରମଣ ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ୍‌, ସଂତୃପ୍ତଙ୍କ ସହଜ ବିଜୟ; ଦିଲ୍ଲୀପଙ୍କୁ ଜିତାଇଲା ୧୧ ବିଧାୟକଙ୍କ କ୍ରସ ଭୋଟିଂ

21 Mar 2026 By Madhusudan Das

ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ରାତ୍ରଜଗୁଆଳି ମୃତ, ସ୍କୁଲ ପ୍ରିନ୍ସପାଲ ଗୁରୁତର ଆହତ

ବାରିପଦା:  ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ରାତ୍ରଜଗୁଆଳି ମୃତ ଓ ପ୍ରିନ୍ସପାଲ ଗୁରୁତର ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଘଟିଛି  ଏପରି ହତ୍ୟାକାଣ୍ଡ । ମୃତକ ହେଲେ ବୈଶିଙ୍ଗା ଥାନା  ଧନାପାଳ ଅଞ୍ଚଳର ସନ୍ୟାସୀ ଦାସ(୫୦)। ଗୁରୁତର ମହିଳା ହେଲେ କଳମାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ (୬୦)। 

ସୂଚନା ଅନୁସାରେ, ରାତ୍ରଜଗୁଆଳି ସନ୍ୟାସୀଙ୍କ ଦେହ ଅସୁସ୍ଥ ହେବାରୁ, ସେ ପ୍ରିନ୍ସପାଲଙ୍କ ସହ ବାଇକ୍‌ରେ କଳମାରେ ଥିବା ଶିକ୍ଷା କେନ୍ଦ୍ର ମାଲିକ ବା ଡା ବିଜୟ ରାଉତଙ୍କ  କ୍ଲିନିକକୁ  ଯାଉଥିଲେ। ସ୍କୁଲ୍‌ରୁ ମାତ୍ର କିଛି ଦୂର ଏନଏଚ ୧୮ରେ ପହଞ୍ଚିବା ପୂର୍ବରୁ କେହି ଦୁର୍ବୁତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୫୦ ବର୍ଷୀୟ ରାତ୍ରଜଗୁଆଳି ସନ୍ୟାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରିନ୍ସପାଲ କାଦମ୍ବିନୀ ରାଉତ ରକ୍ତ ଜଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଖବର ପାଇ ବିଦ୍ୟାଳୟର ମାଲିକ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମରଣାନ୍ତ୍ରକ ଆକ୍ରମଣ ଘଟଣାରେ ବିଦ୍ୟାଳୟ ମାଲିକ ଡା ବିଜୟ ରାଉତଙ୍କ ଅଭିଯୋଗ କ୍ରମେ ବାଲେଶ୍ବର ପୁଲିସ ଓ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ ଏହି ବର୍ବର ଆକ୍ରମଣ ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର