ଏମଏସସିବି ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି: ୮ଜଣଙ୍କୁ ପ୍ରଦାନ କରାଯିବ ଡି.ଲିଟ/ଡିଏସସି ଉପାଧି

The Sakala Picture
Published On

ବାରିପଦା: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲେଖନୀୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି, ୯୦ଜଣ ଗବେଷକଙ୍କୁ ପିଏଚଡି ଉପାଧି ଓ ୩୪ଜଣ କୃତିଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ।  ଏନେଇ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକର ସୁପାରିଶ ନାମ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲଙ୍କ ଅନୁମୋଦନ ଲାଭ କରିଛି । ୮ଜଣ ବ୍ୟକ୍ତିତ୍ବ ମାନେ ହେଲେ […]

ବାରିପଦା: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲେଖନୀୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି, ୯୦ଜଣ ଗବେଷକଙ୍କୁ ପିଏଚଡି ଉପାଧି ଓ ୩୪ଜଣ କୃତିଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ।  ଏନେଇ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକର ସୁପାରିଶ ନାମ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲଙ୍କ ଅନୁମୋଦନ ଲାଭ କରିଛି । ୮ଜଣ ବ୍ୟକ୍ତିତ୍ବ ମାନେ ହେଲେ ରାଜ ଯୋଗିନୀ ବ୍ରହ୍ମକୁମାରୀ କମଳେଶ, କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡ ବୀଣାପାଣି ମହାନ୍ତ, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ ଓ ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହିତ୍ୟିକ ଅର୍ଜୁନ ଚରଣ ହେମ୍ବ୍ରମ ରହିଛନ୍ତି । ସମସ୍ତଙ୍କୁ ବିଶ୍ବବିଦ୍ୟାଳୟର ଡିଲିଟ ଉପାଧି ମିଳିବାକୁ ଥିବା ବେଳେ ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ମିଳିବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଶନିବାର ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ ଗଣେଶୀଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ଜଣଙ୍କୁ ସମ୍ବର୍ଦ୍ଧିତ କରିଯିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

05 May 2023 By The Sakala

ଏମଏସସିବି ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି: ୮ଜଣଙ୍କୁ ପ୍ରଦାନ କରାଯିବ ଡି.ଲିଟ/ଡିଏସସି ଉପାଧି

ବାରିପଦା: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲେଖନୀୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି, ୯୦ଜଣ ଗବେଷକଙ୍କୁ ପିଏଚଡି ଉପାଧି ଓ ୩୪ଜଣ କୃତିଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବ।  ଏନେଇ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକର ସୁପାରିଶ ନାମ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲଙ୍କ ଅନୁମୋଦନ ଲାଭ କରିଛି । ୮ଜଣ ବ୍ୟକ୍ତିତ୍ବ ମାନେ ହେଲେ ରାଜ ଯୋଗିନୀ ବ୍ରହ୍ମକୁମାରୀ କମଳେଶ, କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡ ବୀଣାପାଣି ମହାନ୍ତ, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ ଓ ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହିତ୍ୟିକ ଅର୍ଜୁନ ଚରଣ ହେମ୍ବ୍ରମ ରହିଛନ୍ତି । ସମସ୍ତଙ୍କୁ ବିଶ୍ବବିଦ୍ୟାଳୟର ଡିଲିଟ ଉପାଧି ମିଳିବାକୁ ଥିବା ବେଳେ ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ମିଳିବ ।

ଶନିବାର ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ ଗଣେଶୀଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ଜଣଙ୍କୁ ସମ୍ବର୍ଦ୍ଧିତ କରିଯିବାର କାର୍ଯ୍ୟକ୍ରମ ରହିଛି ।

https://www.thesakala.in/latest-odisha-news/mayurbhanj/president-droupadi-murmu-will-attend-the-convocation-ceremony-of-mscb-university/article-21360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର