ପୁଣି ଶିମିଳିପାଳରୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛ ନଷ୍ଟ

The Sakala Picture
Published On

ବାରିପଦା: ଶୁକ୍ରବାର ପୁଣି ଶିମିଳିପାଳ ଅଭ୍ୟାରଣ୍ୟରେ ବେଆଇନ ଭାବେ ଚାଷ ହୋଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି । ବିଶେଷ ସୂତ୍ରରୁ ଖବର ପାଇ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବାରିପଦା ଉପ-ଅଧିକ୍ଷକ ତପସ୍ୱୀନୀ ନାଏକ, ମୋବାଇଲ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, କରଞ୍ଜିଆ ରେଞ୍ଜ ଅଧିକାରୀ […]

ବାରିପଦା: ଶୁକ୍ରବାର ପୁଣି ଶିମିଳିପାଳ ଅଭ୍ୟାରଣ୍ୟରେ ବେଆଇନ ଭାବେ ଚାଷ ହୋଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ବିଶେଷ ସୂତ୍ରରୁ ଖବର ପାଇ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବାରିପଦା ଉପ-ଅଧିକ୍ଷକ ତପସ୍ୱୀନୀ ନାଏକ, ମୋବାଇଲ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, କରଞ୍ଜିଆ ରେଞ୍ଜ ଅଧିକାରୀ ଭକ୍ତ ବତ୍ସଳ ବର୍ମା, ରାଇରଙ୍ଗପୁର ରେଞ୍ଜ ଇନ୍ସପେକ୍ଟର ବିନୟ ତିର୍କୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମିଶି ମୋଟ ୮୭ ଜଣ କର୍ମଚାରୀ ଚଢାଉ କରିଥିଲେ। ମିଳିତ ଉଦ୍ୟମରେ କରଞ୍ଜିଆ ଅତିରିକ୍ତ-ତହସିଲଦାର ନିତ୍ୟାନନ୍ଦ ସେଠୀ ଙ୍କ ଉପସ୍ଥିତିରେ ପ୍ରାୟ ୧୫ ଏକର ଜମିରେ ୫ ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ବ ଅଫିମ(ପପି) ଗଛକୁ ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୫୦ ଲକ୍ଷ ହେବ ବୋଲି ମୟୂରଭଞ୍ଜ ଅବକରୀ ଅଧୀକ୍ଷକ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସୂଚନା ଥାଉ କି, ଏହାପୂର୍ବରୁ ମାର୍ଚ୍ଚ ୧୦ତାରିଖରେ ଅବକାରୀ ବିଭାଗ ୧୧ଏକର ଜମିରେ ୭କୋଟି ୭୦ଲକ୍ଷ ଟଙ୍କାର ୩ଲକ୍ଷ ୮୫ହଜାର ଅଫିମ ଗଛ ନଷ୍ଟ କରିଥିଲେ । ସେହିପରି ପୁଲିସ ବିଭାଗର ୩ଟି ମିଳିତ ଚଢାଉରେ ୧୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୬ଲକ୍ଷ ୯୫ହଜାର ଅଫିମ ଗଛ ନଷ୍ଟ କରାଯାଇଥିଲା । ତେବେ ୫ଟି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କିମ୍ବା ଅବକାରୀ ବିଭାଗ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହାନ୍ତି । ବାହାର ରାଜ୍ୟର ମାଫିଆ ନୀରିହ ବନବାସୀଙ୍କୁ ପ୍ରଲୋଭିତ କରି ଚାଷ କରାଉଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

22 Mar 2024 By The Sakala

ପୁଣି ଶିମିଳିପାଳରୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛ ନଷ୍ଟ

ବାରିପଦା: ଶୁକ୍ରବାର ପୁଣି ଶିମିଳିପାଳ ଅଭ୍ୟାରଣ୍ୟରେ ବେଆଇନ ଭାବେ ଚାଷ ହୋଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି ।

ବିଶେଷ ସୂତ୍ରରୁ ଖବର ପାଇ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବାରିପଦା ଉପ-ଅଧିକ୍ଷକ ତପସ୍ୱୀନୀ ନାଏକ, ମୋବାଇଲ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, କରଞ୍ଜିଆ ରେଞ୍ଜ ଅଧିକାରୀ ଭକ୍ତ ବତ୍ସଳ ବର୍ମା, ରାଇରଙ୍ଗପୁର ରେଞ୍ଜ ଇନ୍ସପେକ୍ଟର ବିନୟ ତିର୍କୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମିଶି ମୋଟ ୮୭ ଜଣ କର୍ମଚାରୀ ଚଢାଉ କରିଥିଲେ। ମିଳିତ ଉଦ୍ୟମରେ କରଞ୍ଜିଆ ଅତିରିକ୍ତ-ତହସିଲଦାର ନିତ୍ୟାନନ୍ଦ ସେଠୀ ଙ୍କ ଉପସ୍ଥିତିରେ ପ୍ରାୟ ୧୫ ଏକର ଜମିରେ ୫ ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ବ ଅଫିମ(ପପି) ଗଛକୁ ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୫୦ ଲକ୍ଷ ହେବ ବୋଲି ମୟୂରଭଞ୍ଜ ଅବକରୀ ଅଧୀକ୍ଷକ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ଏହାପୂର୍ବରୁ ମାର୍ଚ୍ଚ ୧୦ତାରିଖରେ ଅବକାରୀ ବିଭାଗ ୧୧ଏକର ଜମିରେ ୭କୋଟି ୭୦ଲକ୍ଷ ଟଙ୍କାର ୩ଲକ୍ଷ ୮୫ହଜାର ଅଫିମ ଗଛ ନଷ୍ଟ କରିଥିଲେ । ସେହିପରି ପୁଲିସ ବିଭାଗର ୩ଟି ମିଳିତ ଚଢାଉରେ ୧୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୬ଲକ୍ଷ ୯୫ହଜାର ଅଫିମ ଗଛ ନଷ୍ଟ କରାଯାଇଥିଲା । ତେବେ ୫ଟି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କିମ୍ବା ଅବକାରୀ ବିଭାଗ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହାନ୍ତି । ବାହାର ରାଜ୍ୟର ମାଫିଆ ନୀରିହ ବନବାସୀଙ୍କୁ ପ୍ରଲୋଭିତ କରି ଚାଷ କରାଉଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର