ଆନ୍ତର୍ଜାତୀୟ ଟାର୍ଗେଟ ବଲ ଆଚିଭର୍ସ କପ୍ ଜିତିଲା ଭାରତ ଜୁନିୟର ଟିମ୍

The Sakala Picture
Published On

ବାରିପଦା:  ଆନ୍ତର୍ଜାତୀୟ ଟାର୍ଗେଟ ବଲ ‘ଆଚିଭର୍ସ କପ୍’ରେ ନିଜର ପାରଦର୍ଶିତା ଦେଖାଇଛି ଭାରତ ଜୁନିୟର ଦଳ । ବାଂଲାଦେଶର ଢାକା ଠାରେ ଅଗଷ୍ଟ ୪ ଠାରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ଟାର୍ଗେଟ ବଲର ର ଆଚିଭର୍ସ କପ୍-୨୦୨୨ ଟୁର୍ଣାମେଣ୍ଟରେ ଭାରତରୁ ସିନିୟର ବୟେଜ୍ , ଜୁନିୟର ବୟେଜ ଏବଂ ସିନୟର ଗାର୍ଲ ଓ ଜୁନିୟର ଗାର୍ଲ ଭଳି ୪ଟି ବିଭାଗରେ ଭାଗ ନେବାପାଇଁ ସମସ୍ତ ଟିମ୍ ଢାକା ଅଭିମୁଖେ ଯାତ୍ରା କରିଥିଲେ । ତେବେ ଭାରତର […]

ବାରିପଦା:  ଆନ୍ତର୍ଜାତୀୟ ଟାର୍ଗେଟ ବଲ ‘ଆଚିଭର୍ସ କପ୍’ରେ ନିଜର ପାରଦର୍ଶିତା ଦେଖାଇଛି ଭାରତ ଜୁନିୟର ଦଳ । ବାଂଲାଦେଶର ଢାକା ଠାରେ ଅଗଷ୍ଟ ୪ ଠାରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ଟାର୍ଗେଟ ବଲର ର ଆଚିଭର୍ସ କପ୍-୨୦୨୨ ଟୁର୍ଣାମେଣ୍ଟରେ ଭାରତରୁ ସିନିୟର ବୟେଜ୍ , ଜୁନିୟର ବୟେଜ ଏବଂ ସିନୟର ଗାର୍ଲ ଓ ଜୁନିୟର ଗାର୍ଲ ଭଳି ୪ଟି ବିଭାଗରେ ଭାଗ ନେବାପାଇଁ ସମସ୍ତ ଟିମ୍ ଢାକା ଅଭିମୁଖେ ଯାତ୍ରା କରିଥିଲେ । ତେବେ ଭାରତର ଅନ୍ୟ ଦଳ ଗୁଡିକ ରୌପ୍ୟ କପ୍ ପାଇଥିବା ବେଳେ ଜୁନିୟର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ସ୍ବର୍ଣ୍ଣ କପ୍ ଜିତି ଦେଶର ଟେକ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ

ଭାରତର ଏହି ଜୁନିୟର ଗୃପରେ ଦେଶର ଅନ୍ଯାନ୍ୟ ରାଜ୍ୟର ଖେଳାଳୀ ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଦୁଇ ଖେଳାଳୀ ବିକାଶ ରଞ୍ଜନ ଦାସ ଏବଂ ହରିଶଚନ୍ଦ୍ର ହାତୀ ସ୍ଥାନ ପାଇଛନ୍ତି । ଓଡିଶା ଟାର୍ଗେଟ ବଲ୍ ଆସୋସିଏସନର ସାଧାରଣ ସମ୍ପାଦିକା ରାଗିଣୀ ମିତ୍ର ଓଡିଶାରୁ ସିନୟର ବିଭାଗରେ ୨ ଜଣ ଏବଂ ଜୁନିୟର ବିଭାଗରେ ୨ ଜଣଙ୍କୁ ନେଇ ବାଂଲାଦେଶ ଯାଇଥିଲେ । ସେଠାରେ ଜୁନିୟର ବୟେଜ ଦଳ ସ୍ବର୍ଣ୍ଣ କପ୍ ଜିତିବା ପରେ ନିଜର ପ୍ରତିକ୍ରିୟାରେ ଖୁସି ପ୍ରକାଶ କରିଛନ୍ତି । ଏହାସହ ଜୁନିୟର ଦଳର ଅଧିନାୟକ ଏବଂ ବିକାଶ ରଞ୍ଜନ ଦାସ ମଧ୍ୟ ନିଜର ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି । ଭାରତରୁ ଜନ୍ମଲାଭ କରିଥିବା ଟାର୍ଗେଟ ବଲ କ୍ରିଡା ଖୁବ୍‌ କମ ସମୟ‌ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ କରିପାରିଥିବା ବେଳେ ଆଗକୁ ଏହା ଦେଶବ୍ୟାପୀ ଲୋକାଦୃତ ହେଉଥିବାର ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର