ସର୍ଟ ସର୍କିଟରୁ ବିସ୍ଫୋରଣ: ବାଣ ବ୍ୟବସାୟୀ ଜୀବନ୍ତ ଦଗ୍ଧ

The Sakala Picture
Published On

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ୧୫ମିନିଟ ସମୟରେ ଇଲେକ୍ଟ୍ରି ସର୍ଟସର୍କିଟରୁ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ(୫୬) । ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ । […]

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ୧୫ମିନିଟ ସମୟରେ ଇଲେକ୍ଟ୍ରି ସର୍ଟସର୍କିଟରୁ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ(୫୬) । ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ

ସେଠାରେ ବିଦ୍ୟୁତ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସମସ୍ତେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ । ସେଠାରେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ବେଳେ ଅସ୍ଥାୟୀ ଘରର ଛପର ଉଡି ଯାଇଥିଲା । ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

22 Jun 2024 By The Sakala

ସର୍ଟ ସର୍କିଟରୁ ବିସ୍ଫୋରଣ: ବାଣ ବ୍ୟବସାୟୀ ଜୀବନ୍ତ ଦଗ୍ଧ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ୧୫ମିନିଟ ସମୟରେ ଇଲେକ୍ଟ୍ରି ସର୍ଟସର୍କିଟରୁ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ୱର ପଲେଇ(୫୬) । ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ଶନିବାର ଅପରାହ୍ନ ସମୟରେ ଘର ନିକଟ ଏକ ଅସ୍ଥାୟୀଘରେ ଥିବା ବାଣ ଗୋଦାମକୁ ଯାଇଥିଲେ ।

ସେଠାରେ ବିଦ୍ୟୁତ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବାଣ, ବାରୂଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ଅସ୍ଥାୟୀଘରେ ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସମସ୍ତେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ । ସେଠାରେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ବେଳେ ଅସ୍ଥାୟୀ ଘରର ଛପର ଉଡି ଯାଇଥିଲା । ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର