ରାସଗୋବିନ୍ଦପୁରରେ ଡେଙ୍ଗୁ ଆତଙ୍କ: ଜଣେ ମୃତ, ୧୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

The Sakala Picture
Published On

ବାରିପଦା/ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ବ୍ଲକ ସଦର ରାସଗୋବିନ୍ଦପୁର ପଞ୍ଚାୟତରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ସ୍ବାମୀ ସମେତ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ନେବାରେ ଜଣାପଡିଛି କି, ରାସଗୋବିନ୍ଦପୁର ପଞ୍ଚାୟତ ତକଡ଼ିଦା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ପତ୍ନୀ ଅଞ୍ଜନା ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଆ […]

ବାରିପଦା/ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ବ୍ଲକ ସଦର ରାସଗୋବିନ୍ଦପୁର ପଞ୍ଚାୟତରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ସ୍ବାମୀ ସମେତ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ନେବାରେ ଜଣାପଡିଛି କି, ରାସଗୋବିନ୍ଦପୁର ପଞ୍ଚାୟତ ତକଡ଼ିଦା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ପତ୍ନୀ ଅଞ୍ଜନା ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଆ ଯାଉଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ୱାମୀ ଲକ୍ଷ୍ମୀଧର ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ତାଙ୍କ ପଡୋଶୀ ତଥା ରାସଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଏହାଛଡା ଅନ୍ୟ ୧୦ରୁ ଉର୍ଦ୍ଧ୍ଵ ଏହି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଥିବା ଜଣାପଡିଛି। ପୂର୍ବରୁ ୫/୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥାଇ ଆରୋଗ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ଦିନକୁ ଦିନ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ରାସଗୋବିନ୍ଦପୁର ପଞ୍ଚାୟତର ୮ ନମ୍ବର ଓ୍ବାର୍ଡ ଏବଂ ତକଡିଦା ତଳସାହି ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା ବନମାଳୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମହିଳା ଯଦିଓ ଢେଙ୍ଗୁ ଆକ୍ରାନ୍ତ ଥିଲେ କିନ୍ତୁ ମୃତ୍ୟୁର କାରଣ ଡେଙ୍ଗୁ ନୁହେଁ ବରଂ ଅନ୍ୟ ରୋଗ ଜନିତ ହୋଇଥାଇପାରେ ବୋଲି କହିଛନ୍ତି। ଗତ ଜାନୁଆରୀ ମାସରୁ ଆଜି ମଧ୍ୟରେ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରହିଛି। ରାସଗୋବିନ୍ଦପୁରରେ ଡେଙ୍ଗୁ ରୋଗ ବ୍ୟାପିବା ସମ୍ବନ୍ଧରେ କୌଣସି ସୂଚନା ଆସିନି। ଜନସାଧାରଣ ନିଜ ଘର ଚତୁପାର୍ଶ୍ବ ପାଣି ଜମା ନରଖି ପରିଷ୍କାର ରଖିଲେ ମଶାବଂଶ ବୃଦ୍ଧି ହେବନାହିଁ। ଏହା ପରିବେଶ ପାଇଁ ହୋଇଥାଏ। ଏପାଇଁ ବ୍ୟାପକ ସଚେତନତା କରାଯାଉଛି। ଜନସାଧାରଣ ନିଜେ ଏଥିପ୍ରତି ଯତ୍ନବାନ ରହିବା ଜରୁରୀ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ମହାପ୍ରସାଦକୁ ଘୋର ଅସମ୍ମାନ: ଗୋଡ଼ରେ ଚପଲ ପିନ୍ଧି ଡାଇନିଂ ଟେବୁଲରେ ବସି ଖାଇଲେ ପର୍ଯ୍ୟଟକ; ଭିଡିଓ ଭାଇରାଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp