ବର୍ଷା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ୨ଦିନ ବନ୍ଦ ରହିବ ଶିମିଳିପାଳ ପ୍ରବେଶ

The Sakala Picture
Published On

ବାରିପଦା: କାଳବୈଶାଖୀ ଜନିତ ଅଦିନିଆ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ଶନିବାର ଓ ରବିବାର ୨ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଥିବା ବେଳେ ମଧ୍ୟମରୁ ଭାରି ବର୍ଷା ହୋଇଛି। ତତସହିତ ୨ଦିନ ପାଇଁ ବର୍ଷା ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ କରାଯାଇଛି। ଶିମିଳିପାଳ […]

ବାରିପଦା: କାଳବୈଶାଖୀ ଜନିତ ଅଦିନିଆ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ଶନିବାର ଓ ରବିବାର ୨ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଥିବା ବେଳେ ମଧ୍ୟମରୁ ଭାରି ବର୍ଷା ହୋଇଛି। ତତସହିତ ୨ଦିନ ପାଇଁ ବର୍ଷା ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟୁ କାଲିକାପ୍ରସାଦ ଓ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ବର୍ଷା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର