ହାତୀ ପାଇଁ ଜଳିଗଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

The Sakala Picture
Published On

ବେତନଟୀ/ତୋଟାପଡା: ହାତୀ ପାଇଁ ଘରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଫାଳଝରୀ ଗାଁ ରେ । ଗତ ରାତିରେ ଗାଁରେ ହାତୀ ପଶି ଘର ଭାଙ୍ଗିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରର ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା । ତେବେ ଏହି ନଡ଼ା ସବୁ ଘର ସମ୍ମୁଖରେ ଥିବା ଅଧା ଲିଭା ଚୁଲିରେ ପଡ଼ି ନିଆଁ ଲାଗିବାରୁ […]

ବେତନଟୀ/ତୋଟାପଡା: ହାତୀ ପାଇଁ ଘରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଫାଳଝରୀ ଗାଁ ରେ । ଗତ ରାତିରେ ଗାଁରେ ହାତୀ ପଶି ଘର ଭାଙ୍ଗିଥିଲା । ଗାଁର ସୁରେଇ ମୁର୍ମୁଙ୍କ ଘରର ନଡ଼ା ସବୁ ଟାଣି ତଳେ ପକାଇ ଦେଇଥିଲା । ତେବେ ଏହି ନଡ଼ା ସବୁ ଘର ସମ୍ମୁଖରେ ଥିବା ଅଧା ଲିଭା ଚୁଲିରେ ପଡ଼ି ନିଆଁ ଲାଗିବାରୁ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା ।ଘର ଭିତରେ ଜୀବନ ବଞ୍ଚାଇ ଲୁଚିଥିବା ପରିବାରର ଚାରି ସଦସ୍ୟ କବାଟ ଖୋଲି ବାହାରି ବାକୁ ଚେଷ୍ଟା କରିଥିଲେ ହେଲେ ସମ୍ମୁଖରେ ହାତୀ ଥିବାରୁ ସେମାନେ ବାହାରକୁ ବାହାରି ପାରି ନ ଥିଲେ। ପଛ ପଟ ଝରକା ତାଡି ବାହାରକୁ ବାହାରିଥିଲେ। ସୁରେଇଙ୍କ ଦୁଇ ବଖରା ଘର ଏବଂ ଆସବା ପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି। ଗତ କିଛି ଦିନ ହେଲା ବେତନଟୀ ରେଞ୍ଜର ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଲାଗିରହିଛି । ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର