ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ

The Sakala Picture
Published On

ବାରିପଦା: ମୟୂରଭଞ୍ଜର ନାରୀ ନେତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭରେ ଉପାଧ୍ୟକ୍ଷ ଜଗଦୀପ ଧନକଡ ସାଂସଦ ଶ୍ରୀମତୀ ମହାନ୍ତଙ୍କ ନାମ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଥିଲେ। ଏଥିରେ ମଧ୍ୟ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା ସେ କହିଥିଲେ। ବିଜୁ ଜନତା ଦଳର ରାଜ୍ୟସଭା ସଂସଦ ଶ୍ରୀମତୀ ମହାନ୍ତଙ୍କୁ ଏହି ନିଯୁକ୍ତି […]

ବାରିପଦା: ମୟୂରଭଞ୍ଜର ନାରୀ ନେତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭରେ ଉପାଧ୍ୟକ୍ଷ ଜଗଦୀପ ଧନକଡ ସାଂସଦ ଶ୍ରୀମତୀ ମହାନ୍ତଙ୍କ ନାମ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଥିଲେ। ଏଥିରେ ମଧ୍ୟ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା ସେ କହିଥିଲେ। ବିଜୁ ଜନତା ଦଳର ରାଜ୍ୟସଭା ସଂସଦ ଶ୍ରୀମତୀ ମହାନ୍ତଙ୍କୁ ଏହି ନିଯୁକ୍ତି ମିଳିବା ନିଶ୍ଚିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାର ଗୌରବର ବିଷୟ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

ସେହିପରି ତାଙ୍କ ନାମ ଘୋଷଣା ହେବାର ପ୍ରଥମ ଦିନରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ପଞ୍ଚାୟତ ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ମହାନ୍ତ ରାଜ୍ୟସଭାର ବହୁ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି। ବିଭିନ୍ନ ସମୟରେ ସେ ସଂସଦରେ କୁଡୁମି ଜାତିକୁ ଜନଜାତି ମାନ୍ୟତା ଦେବା, ବାଙ୍ଗିରିପୋଷି ଘାଟି ରାସ୍ତା ସାମ୍ପ୍ରସାରଣ, ମୟୂରଭଞ୍ଜରେ ରେଳ ବିକାଶ ଭଳି ଦାବି ସହ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ବହୁ ଦାବି ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୦୨୦ରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିବା ସହ ସାଂସଦ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର