ଗାଁ ଭିତରେ ପଶି ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ କେନ୍ଦୁଛାଟିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ବଣୁଆ ହାତୀ ଆକ୍ରମଣରେ ଜନୈକା ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଗଣ ଦେହୁରୀଙ୍କ ସ୍ତ୍ରୀ କମଳୀ ଦେହୁରୀ (୬୮) । ମିଳିଥିବା ସୂଚନା ମୁତାବକ, ଖାଦ୍ୟ ଅନ୍ୱେଷଣରେ ଦୁଇଟି ବଣୁଆହାତୀ ଜଙ୍ଗଲରୁ ବାହାରି ଅପରାହ୍ନ ସାଢେ ଚାରିଟା ପାଖାପାଖି ସମୟରେ କେନ୍ଦୁଛାଟିଆ ଗାଁକୁ ପଶି ଆସିଥିଲେ । ତେବେ ଘର ଆଗରେ ବଣୁଆ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ କେନ୍ଦୁଛାଟିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ବଣୁଆ ହାତୀ ଆକ୍ରମଣରେ ଜନୈକା ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଗଣ ଦେହୁରୀଙ୍କ ସ୍ତ୍ରୀ କମଳୀ ଦେହୁରୀ (୬୮) । ମିଳିଥିବା ସୂଚନା ମୁତାବକ, ଖାଦ୍ୟ ଅନ୍ୱେଷଣରେ ଦୁଇଟି ବଣୁଆହାତୀ ଜଙ୍ଗଲରୁ ବାହାରି ଅପରାହ୍ନ ସାଢେ ଚାରିଟା ପାଖାପାଖି ସମୟରେ କେନ୍ଦୁଛାଟିଆ ଗାଁକୁ ପଶି ଆସିଥିଲେ । ତେବେ ଘର ଆଗରେ ବଣୁଆ ହାତୀକୁ ଦେଖି ଭୟଭୀତ ଗ୍ରାମବାସୀ ଜୀବନ ବଞ୍ଚାଇ ଦୌଡ଼ି ପଳାଇ ଯାଇଥିବା ବେଳେ ବୃଦ୍ଧା କମଳୀ କିନ୍ତୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଗ୍ରାମବାସୀଙ୍କ ସମ୍ମୁଖରେ କମଳୀଙ୍କୁ ଶୁଣ୍ଢରେ କଚାଡିବା ପରେ ପାଦରେ ଦଳି ଦେଇଥିଲା ହାତୀ । ଫଳରେ ଘଟଣାସ୍ଥଳରେ ହିଁ କମଳୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ତେବେ କମଳୀଙ୍କୁ ଆକ୍ରମଣ କରି ମାରିବା ପରେ ସେହି ଆଖପାଖରେ ଦୁଇଟି ହାତୀ ବିଚରଣ କରୁଥିଲେ । ଫଳରେ ଭୟରେ କମଳୀଙ୍କୁ ଉଦ୍ଧାର କରିବା ପାଇଁ ପାଖକୁ ଯିବାରେ ସାହସ କରିପାରିନଥିଲେ ଗ୍ରାମବାସୀ । ଖବରପାଇ ବେତନଟୀ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ତେବେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ବନବିଭାଗର ଅପାରଗତା ପାଇଁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

08 Jun 2023 By The Sakala

ଗାଁ ଭିତରେ ପଶି ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ କେନ୍ଦୁଛାଟିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ବଣୁଆ ହାତୀ ଆକ୍ରମଣରେ ଜନୈକା ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଗ୍ରାମର ଗଣ ଦେହୁରୀଙ୍କ ସ୍ତ୍ରୀ କମଳୀ ଦେହୁରୀ (୬୮) । ମିଳିଥିବା ସୂଚନା ମୁତାବକ, ଖାଦ୍ୟ ଅନ୍ୱେଷଣରେ ଦୁଇଟି ବଣୁଆହାତୀ ଜଙ୍ଗଲରୁ ବାହାରି ଅପରାହ୍ନ ସାଢେ ଚାରିଟା ପାଖାପାଖି ସମୟରେ କେନ୍ଦୁଛାଟିଆ ଗାଁକୁ ପଶି ଆସିଥିଲେ । ତେବେ ଘର ଆଗରେ ବଣୁଆ ହାତୀକୁ ଦେଖି ଭୟଭୀତ ଗ୍ରାମବାସୀ ଜୀବନ ବଞ୍ଚାଇ ଦୌଡ଼ି ପଳାଇ ଯାଇଥିବା ବେଳେ ବୃଦ୍ଧା କମଳୀ କିନ୍ତୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଗ୍ରାମବାସୀଙ୍କ ସମ୍ମୁଖରେ କମଳୀଙ୍କୁ ଶୁଣ୍ଢରେ କଚାଡିବା ପରେ ପାଦରେ ଦଳି ଦେଇଥିଲା ହାତୀ । ଫଳରେ ଘଟଣାସ୍ଥଳରେ ହିଁ କମଳୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ।

ତେବେ କମଳୀଙ୍କୁ ଆକ୍ରମଣ କରି ମାରିବା ପରେ ସେହି ଆଖପାଖରେ ଦୁଇଟି ହାତୀ ବିଚରଣ କରୁଥିଲେ । ଫଳରେ ଭୟରେ କମଳୀଙ୍କୁ ଉଦ୍ଧାର କରିବା ପାଇଁ ପାଖକୁ ଯିବାରେ ସାହସ କରିପାରିନଥିଲେ ଗ୍ରାମବାସୀ । ଖବରପାଇ ବେତନଟୀ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ତେବେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ବନବିଭାଗର ଅପାରଗତା ପାଇଁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର