ଶିମିଳିପାଳ ଅଭୟାରଣ୍ୟରେ ନିହତ ବନରକ୍ଷୀଙ୍କ ପରିବାରକୁ ଭେଟି ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳିମାଡ଼ରେ ନିହତ ହୋଇଥିବା ବନରକ୍ଷୀ ସ୍ବର୍ଗତ ବିମଳ ଜେନାଙ୍କ ଏକାଦଶାହରେ ତାଙ୍କ ପରିବାରବର୍ଗଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଭେଟିଛନ୍ତି । ସ୍ଥାନୀୟ ଭୁଗୁଡାକଟା ଠାରେ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ସହ ସହାୟତା ଯୋଗାଇ ଦିଆଯିବ ସେ ନେଇ ପ୍ରତିଶୃତି ଦେଇଛନ୍ତି । ସ୍ୱର୍ଗତ ଶ୍ରୀ ଜେନାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନିକଟରେ ସେମାନଙ୍କ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳିମାଡ଼ରେ ନିହତ ହୋଇଥିବା ବନରକ୍ଷୀ ସ୍ବର୍ଗତ ବିମଳ ଜେନାଙ୍କ ଏକାଦଶାହରେ ତାଙ୍କ ପରିବାରବର୍ଗଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଭେଟିଛନ୍ତି । ସ୍ଥାନୀୟ ଭୁଗୁଡାକଟା ଠାରେ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ସହ ସହାୟତା ଯୋଗାଇ ଦିଆଯିବ ସେ ନେଇ ପ୍ରତିଶୃତି ଦେଇଛନ୍ତି । ସ୍ୱର୍ଗତ ଶ୍ରୀ ଜେନାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟ ପରିବାରକୁ ବହୁ କଷ୍ଟ ଦେଇଛି । ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ମନ୍ତ୍ରୀଙ୍କୁ ପରିବାର ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଆଜି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପରିବାର ଲୋକଙ୍କୁ ଭେଟି ୧ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ସ୍ୱର୍ଗତ ବନରକ୍ଷୀଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେବେ ବ୍ୟର୍ଥ ଯିବନି । ଆଗକୁ ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଜି ଶିମିଳିପାଳ ଫାଉଣ୍ଡେସନ ତରଫରୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

01 Jun 2023 By The Sakala

ଶିମିଳିପାଳ ଅଭୟାରଣ୍ୟରେ ନିହତ ବନରକ୍ଷୀଙ୍କ ପରିବାରକୁ ଭେଟି ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳିମାଡ଼ରେ ନିହତ ହୋଇଥିବା ବନରକ୍ଷୀ ସ୍ବର୍ଗତ ବିମଳ ଜେନାଙ୍କ ଏକାଦଶାହରେ ତାଙ୍କ ପରିବାରବର୍ଗଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଭେଟିଛନ୍ତି । ସ୍ଥାନୀୟ ଭୁଗୁଡାକଟା ଠାରେ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ସହ ସହାୟତା ଯୋଗାଇ ଦିଆଯିବ ସେ ନେଇ ପ୍ରତିଶୃତି ଦେଇଛନ୍ତି । ସ୍ୱର୍ଗତ ଶ୍ରୀ ଜେନାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟ ପରିବାରକୁ ବହୁ କଷ୍ଟ ଦେଇଛି । ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ମନ୍ତ୍ରୀଙ୍କୁ ପରିବାର ନିବେଦନ କରିଥିଲେ।

ଆଜି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପରିବାର ଲୋକଙ୍କୁ ଭେଟି ୧ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ସ୍ୱର୍ଗତ ବନରକ୍ଷୀଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେବେ ବ୍ୟର୍ଥ ଯିବନି । ଆଗକୁ ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଜି ଶିମିଳିପାଳ ଫାଉଣ୍ଡେସନ ତରଫରୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର