ଛାତ୍ରର ବିଷଖାଇ ମୃତ୍ୟୁ ଘଟଣା, ପ୍ରେମିକା ଗିରଫ

The Sakala Picture
Published On

ଗୋପବନ୍ଧୁନଗର/ଖୁଣ୍ଟା: ଖୁଣ୍ଟା ଥାନା ଅଧୀନ ଡୁକୁରା ଗ୍ରାମର ଜନୈକ କଲେଜ ଛାତ୍ର ଗତ ମାର୍ଚ୍ଚ ମାସ ୯ ତାରିଖ ଦିନ ବିଷ ଖାଇ ମୃତ୍ୟୁ ବରଣ କରିଥିବା ଘଟଣାରେ ପୁଲିସ ତାର ପ୍ରେମିକାକୁ ଗିରଫ କରିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ମୃତ କଲେଜ ଛାତ୍ର ହେଉଛି ଡୁକୁରା ଗ୍ରାମର କ୍ଷୀତିଶ ଚନ୍ଦ୍ର ଦାସଙ୍କ ପୁଅ ଜ୍ୟୋତିପ୍ରକାଶ(୨୦)। ଜ୍ୟାତିପ୍ରକାଶ ଗତ ୯ ତାରିଖ ଦିନ ଅଧ୍ୟୟନ କରୁଥିବା ପଡୋଶୀ […]

ଗୋପବନ୍ଧୁନଗର/ଖୁଣ୍ଟା: ଖୁଣ୍ଟା ଥାନା ଅଧୀନ ଡୁକୁରା ଗ୍ରାମର ଜନୈକ କଲେଜ ଛାତ୍ର ଗତ ମାର୍ଚ୍ଚ ମାସ ୯ ତାରିଖ ଦିନ ବିଷ ଖାଇ ମୃତ୍ୟୁ ବରଣ କରିଥିବା ଘଟଣାରେ ପୁଲିସ ତାର ପ୍ରେମିକାକୁ ଗିରଫ କରିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ମୃତ କଲେଜ ଛାତ୍ର ହେଉଛି ଡୁକୁରା ଗ୍ରାମର କ୍ଷୀତିଶ ଚନ୍ଦ୍ର ଦାସଙ୍କ ପୁଅ ଜ୍ୟୋତିପ୍ରକାଶ(୨୦)। ଜ୍ୟାତିପ୍ରକାଶ ଗତ ୯ ତାରିଖ ଦିନ ଅଧ୍ୟୟନ କରୁଥିବା ପଡୋଶୀ ବ୍ଲକର ଏକ କଲେଜକୁ ଯାଇଥିଲା। ତେବେ ଅପରାହ୍ନରେ ସେ ବିଷ ଖାଇଥିବା ଅବସ୍ଥାରେ ଘରକୁ ଫେରିଥିଲା। ପରିବାର ଲୋକେ ତାକୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ନେଇଯାଇଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା। ପ୍ରାରମ୍ଭରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ବାପାର ଅଭିଯୋଗ କ୍ରମେ ତାହା ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଥିଲା। ତାଙ୍କ ପୁଅକୁ ହତ୍ୟା କରାଯାଇଛି ଓ ସେଥିରେ ମୃତ ଜ୍ୟୋତିପ୍ରକାଶର ପ୍ରେମିକା ଓ ଅନ୍ୟ ବନ୍ଧୁ ମାନଙ୍କ ସମ୍ପୃକ୍ତିି ଥିବା ନେଇ ଗତ ୧୫ ତାରିଖରେ ବାପା କ୍ଷୀତିଶ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଜ୍ୟାତିପ୍ରକାଶ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିଲେ। ଅନୁସନ୍ଧାନ ପରେ ପୁଲିସ ୩୦୬ ଦଫାରେ ବଡସାହି ଥାନା ତାଳପଦା ଅଞ୍ଚଳରୁ ଜ୍ୟାତିପ୍ରକାଶ ସହିତ ଗୋଟିଏ କଲେଜରେ ପଢୁଥିବା ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ତଥା ତାର ପ୍ରେମିକାକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

26 Mar 2021 By The Sakala

https://www.thesakala.in/latest-odisha-news/mayurbhanj/khunta-news-girlfriend-arrested/article-1020
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର