ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ: ବନ୍ୟପ୍ରାଣୀ ସପ୍ତାହ ସରିବାର ଦିନକ ପରେ ପୁଣି ଦନ୍ତା ହାତୀ ଶିକାର

The Sakala Picture
Published On

ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ରକ୍ଷା କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ବନ ବିଭାଗର ଖାମ ଖିଆଲ ନୀତି, ଲୋକସମ୍ପର୍କର ଅଭାବ […]

ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ରକ୍ଷା କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ବନ ବିଭାଗର ଖାମ ଖିଆଲ ନୀତି, ଲୋକସମ୍ପର୍କର ଅଭାବ ଯୋଗୁଁ ତଥା ମାଫିଆଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ହାତୀ ମୃତ୍ୟୁ ଅଭିଯୋଗ ଉଠିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ବଣ୍ୟପ୍ରାଣୀ ସପ୍ତାହ ନସରୁଣୁ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ତେବେ ହାତୀଟି ଗୁଳି ଖାଇ ଜଙ୍ଗଲ ବାହାରକୁ ଆସି ଗାଁ ପାଖରେ ମରି ପଡିଥିବା କୁହାଯାଉଛି। ହାତୀ ପଡିଥିବା ଜାଗାରେ ଉପର ପଟକୁ କୌଣସି କ୍ଷତ ନଥିବାରୁ ଏହା ଗୁଳି କିମ୍ବା ବିଷ ପ୍ରୟୋଗରୁ ମୃତ୍ୟୁ ସଠିକ ଜଣାପଡିନାହିଁ। ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନର ଭେଜିଡିହା ବିଟର ମଙ୍ଗଳକଚାରେ ହାତୀଟି ଜୀବନ ହାରିଥିବା ଦେଖାଯାଇଛି । ହାତୀ ମୃତ୍ୟୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣାପଡିବ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

10 Oct 2022 By The Sakala

ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ: ବନ୍ୟପ୍ରାଣୀ ସପ୍ତାହ ସରିବାର ଦିନକ ପରେ ପୁଣି ଦନ୍ତା ହାତୀ ଶିକାର

ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ରକ୍ଷା କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ବନ ବିଭାଗର ଖାମ ଖିଆଲ ନୀତି, ଲୋକସମ୍ପର୍କର ଅଭାବ ଯୋଗୁଁ ତଥା ମାଫିଆଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ହାତୀ ମୃତ୍ୟୁ ଅଭିଯୋଗ ଉଠିଛି।

ବଣ୍ୟପ୍ରାଣୀ ସପ୍ତାହ ନସରୁଣୁ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ତେବେ ହାତୀଟି ଗୁଳି ଖାଇ ଜଙ୍ଗଲ ବାହାରକୁ ଆସି ଗାଁ ପାଖରେ ମରି ପଡିଥିବା କୁହାଯାଉଛି। ହାତୀ ପଡିଥିବା ଜାଗାରେ ଉପର ପଟକୁ କୌଣସି କ୍ଷତ ନଥିବାରୁ ଏହା ଗୁଳି କିମ୍ବା ବିଷ ପ୍ରୟୋଗରୁ ମୃତ୍ୟୁ ସଠିକ ଜଣାପଡିନାହିଁ। ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନର ଭେଜିଡିହା ବିଟର ମଙ୍ଗଳକଚାରେ ହାତୀଟି ଜୀବନ ହାରିଥିବା ଦେଖାଯାଇଛି । ହାତୀ ମୃତ୍ୟୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣାପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର