ମନୋରଞ୍ଜନ
କାଗଜ ପେନ୍ ଆଉ ପେନସିଲରୁ ଉଠୁଛି ଗଛ
ବାରିପଦା( ମନୋଜ ପଣ୍ଡା): ପ୍ଲାଷ୍ଟିକମୁକ୍ତ ଓ ଗଛଯୁକ୍ତ ପରିବେଶ ଗଠନ କରିବାରେ ସେ ଲାଗି ପଡ଼ିଛନ୍ତି। ଏଥିପାଇଁ ସେ ଇଞ୍ଜିନିୟର ଚାକିରି ଛାଡ଼ି ନଷ୍ଟ ହୋଇଯାଉଥିବା କାଗଜରୁ ପେନ୍ ଆଉ ପେନସିଲ୍ ତିଆରି କରିବାରେ ଲାଗିଛନ୍ତି। ଖାଲି ଏତିକ ନୁହେଁ; କାଗଜରୁ ତିଆରି ହେଉଥିବା ପେନ ଓ ପେନ୍ସିଲରୁ ଗଛ ମଧ୍ୟ ସୃଷ୍ଟି କରୁଛନ୍ତି। ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ସେ ନେଇଛନ୍ତି ସଙ୍କଳ୍ପ । ଯୁବ ଇଞ୍ଜିନିୟର ଲଲାଟେନ୍ଦୁ ପରିଡ଼ାଙ୍କ ପରିବେଶ ସନ୍ତୁଳନ […]
ବାରିପଦା( ମନୋଜ ପଣ୍ଡା): ପ୍ଲାଷ୍ଟିକମୁକ୍ତ ଓ ଗଛଯୁକ୍ତ ପରିବେଶ ଗଠନ କରିବାରେ ସେ ଲାଗି ପଡ଼ିଛନ୍ତି। ଏଥିପାଇଁ ସେ ଇଞ୍ଜିନିୟର ଚାକିରି ଛାଡ଼ି ନଷ୍ଟ ହୋଇଯାଉଥିବା କାଗଜରୁ ପେନ୍ ଆଉ ପେନସିଲ୍ ତିଆରି କରିବାରେ ଲାଗିଛନ୍ତି। ଖାଲି ଏତିକ ନୁହେଁ; କାଗଜରୁ ତିଆରି ହେଉଥିବା ପେନ ଓ ପେନ୍ସିଲରୁ ଗଛ ମଧ୍ୟ ସୃଷ୍ଟି କରୁଛନ୍ତି। ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ସେ ନେଇଛନ୍ତି ସଙ୍କଳ୍ପ ।
ଯୁବ ଇଞ୍ଜିନିୟର ଲଲାଟେନ୍ଦୁ ପରିଡ଼ାଙ୍କ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅଭିନବ ପ୍ରୟାସ ପ୍ରଶଂସା ସାଉଁଟୁଛି। କାଗଜ ନିର୍ମିତ କଲମରୁ ସେ ଗଛ ସୃଷ୍ଟି କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଦେବେନ୍ଦ୍ରପୁରର ୩୨ ବର୍ଷୀୟ ଯୁବକ ଲଲାଟେନ୍ଦୁ ପରିଡ଼ାଙ୍କ ପ୍ଲାଷ୍ଟିକ୍ ମୁକ୍ତ ସହର ଗଢିବା ରଖିଛନ୍ତି ଲକ୍ଷ୍ୟ। ଲଲାଟେନ୍ଦୁ ଏକ ଘରୋଇ କମ୍ପାନୀର ଇଞ୍ଜିନିୟର ଚାକିରି ଛାଡି ୨୦୧୭ ମସିହାରେ ସ୍ମୃତି ଏଣ୍ଟର ପ୍ରାଇଜେସ୍ ନାମରେ ଏକ ନିଜସ୍ୱ କମ୍ପାନୀ ଆରମ୍ଭ କରିଛନ୍ତି। ଏହି କମ୍ପାନୀରେ ସହରର ବିଭିନ୍ନ ସ୍ଥାନରେ ପଡ଼ି ନଷ୍ଟ ହେଉଥିବା ଏବଂ ଆବର୍ଜନା ସୃଷ୍ଟି କରୁଥିବା କାଗଜକୁ ସଂଗ୍ରହ କରି ସେଥିରୁ ପେନ ଆଉ ପେନସିଲ ତିଆରି କରୁଛନ୍ତି। କାଗଜକୁ ଏକ ବଣ୍ଡଲ କରାଯାଇ ତା’ ଭିତରେ କାଳି ଓ ବଲ ରଖାଯାଉଛି। ଏହାପରେ ପେନ୍ ଓ ପେନ୍ସିଲର ପଛ ପାଖରେ ବିଭିନ୍ନ ପ୍ରକାରର ଫଳ ପନିପରିବା କିମ୍ୱା ବୃକ୍ଷର ମଞ୍ଜି ଦେଇ ତାକୁ ଆବଦ୍ଧ କରାଯାଉଛି। ଯାହାକୁ କି ବଜାରରେ ଖୁବ କମ ଦରରେ ସେ ବିକ୍ରି କରୁଛନ୍ତି।
ଏହି ପେନ ଆଉ ପେନସିଲ୍ରେ କାଳି ସରିଯିବା ପରେ ତାକୁ ମାଟିରେ ପୋତିଦେଲେ ବା ଫୋପାଡି ଦେଲେ, କିଛି ଦିନ ପରେ କାଗଜ ପଚି ନଷ୍ଟ ହୋଇ ଯାଉଥିବା ବେଳେ ସେଥିରେ ଥିବା ମଞ୍ଜିରୁ ଏକ ଗଛ ଅଙ୍କୁରଦଗମ ହେଉଛି। କାଗଜରୁ ତିଆରି ହେଉଥିବା ପେନ୍ରେ ଏକ ରିଫିଲ ଦିଆଯାଉଥିବା ବେଳେ ପଛ ପାଖରେ ଦିଆଯାଇଥିବା ମଞ୍ଜିରୁ ଗଛ ସୃଷ୍ଟି ହେଉଛି। ଯାହାଫଳରେ ପ୍ଲାଷ୍ଟିକ୍ରେ ତିଆରି ପେନ ବ୍ୟବହାର ପରବର୍ତ୍ତୀ ପ୍ରଦୂଷଣକୁ ରୋକିପାରୁଛି। ସେହିପରି ଥରେ ବ୍ୟବହାର ହେଉଥିବା ପେନ୍ ତିଆରି ମଧ୍ୟ କରୁଛନ୍ତି। ଜଣେ ୧୦ଟି ପେନ୍ ବ୍ୟବହାର କରି ସାରି ପୁଣି ସେହି ପେନ୍କୁ ଫେରାଇଦେଲେ ତାଙ୍କୁ ୨ଟି ପେନ୍ କମ୍ପାନୀ ପକ୍ଷରୁ ଗିଫ୍ଟ ଆକାରରେ ଦିଆଯାଉଥିବା ସେ କହିଛନ୍ତି। ୨୦୧୭ ମସିହାରେ ଲଲାଟେନ୍ଦୁ ୮୦ ହଜାର ଟଙ୍କାରୁ ଆରମ୍ଭ କରିଥିବା ଏହି ସ୍ମୃତି ଏଣ୍ଟରପ୍ରାଇଜେଶ କମ୍ପାନୀ ଏବେ ଯୁବକ ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦେଇପାରିଛି। ପ୍ଲାଷ୍ଟିକ ଜାତୀୟ ପଦାର୍ଥର ବହୁଳ ବ୍ୟବହାର ରୋକିବା ପାଇଁ ସେ ସଂକଳ୍ପ ନେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି।