ଚଢ଼ାଉବେଳେ ୭ କେ.ଜି ଗଞ୍ଜେଇ ଜବତ କଲା ବେତନଟୀ ଅବକାରୀ ବିଭାଗ, ଜଣେ ଗିରଫ

The Sakala Picture
Published On

ବେତନଟୀ/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଅଧୀନ ବେତନଟୀ ଅବକାରୀ ଥାନା ପକ୍ଷରୁ ଆଜି ବଡ଼ସାହି ଥାନା ଅଧୀନ କୋଲକୋଠା ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ବାପି ଓରଫ କ୍ଷୀରୋଦ । ସୂଚନା ମୁତାବକ, ଗଞ୍ଜେଇ ଚୋରାଚାଲାଣ ଓ ବ୍ୟବସାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ବିଶ୍ୱସ୍ତସୂତ୍ରରୁ […]

ବେତନଟୀ/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଅଧୀନ ବେତନଟୀ ଅବକାରୀ ଥାନା ପକ୍ଷରୁ ଆଜି ବଡ଼ସାହି ଥାନା ଅଧୀନ କୋଲକୋଠା ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ବାପି ଓରଫ କ୍ଷୀରୋଦ ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ସୂଚନା ମୁତାବକ, ଗଞ୍ଜେଇ ଚୋରାଚାଲାଣ ଓ ବ୍ୟବସାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ବେତନଟୀ ଅବକାରୀ ଥାନାକୁ ଚଢ଼ାଉପାଇଁ ନିର୍ଦେଶ ଦେଇଥିଲେ l ବେତନଟୀ ଅବକାରୀ ଥାନା ଅଧିକାରୀ ନିରଞ୍ଜନ ସାହୁ, ଏଏସଆଇ ସୁଧାଂଶୁ ବେହେରାଙ୍କ ସମେତ ପ୍ରକାଶ ଦେବତା, ଦୀପିକା ପରିଡା, କାଶୀନାଥ ସୋରେନ ପ୍ରମୁଖ ସଦଳବେଳେ ଆଜି ଚଢ଼ାଉକରି ଅଭିଯୁକ୍ତ କ୍ଷୀରୋଦ ନିକଟରୁ ୭ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହିତ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି l ତେବେ କ୍ଷୀରୋଦ ଗଞ୍ଜେଇ କିଭଳି ଏବଂ କେଉଁଠାରୁ ଆଣୁଥିଲା ଏବଂ ସେ କେବଳ ନିଜେ ବ୍ୟବସାୟ କରୁଥିଲା ନାଁ ଆଉ କେଉଁକେଉଁ ନିଶା ବ୍ୟବସାୟୀଙ୍କୁ ଗଞ୍ଜେଇ ଚାଲାଣ କରୁଥିଲା ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

07 Sep 2023 By The Sakala

ଚଢ଼ାଉବେଳେ ୭ କେ.ଜି ଗଞ୍ଜେଇ ଜବତ କଲା ବେତନଟୀ ଅବକାରୀ ବିଭାଗ, ଜଣେ ଗିରଫ

ବେତନଟୀ/ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା ଅଧୀନ ବେତନଟୀ ଅବକାରୀ ଥାନା ପକ୍ଷରୁ ଆଜି ବଡ଼ସାହି ଥାନା ଅଧୀନ କୋଲକୋଠା ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ବାପି ଓରଫ କ୍ଷୀରୋଦ ।

ସୂଚନା ମୁତାବକ, ଗଞ୍ଜେଇ ଚୋରାଚାଲାଣ ଓ ବ୍ୟବସାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ବେତନଟୀ ଅବକାରୀ ଥାନାକୁ ଚଢ଼ାଉପାଇଁ ନିର୍ଦେଶ ଦେଇଥିଲେ l ବେତନଟୀ ଅବକାରୀ ଥାନା ଅଧିକାରୀ ନିରଞ୍ଜନ ସାହୁ, ଏଏସଆଇ ସୁଧାଂଶୁ ବେହେରାଙ୍କ ସମେତ ପ୍ରକାଶ ଦେବତା, ଦୀପିକା ପରିଡା, କାଶୀନାଥ ସୋରେନ ପ୍ରମୁଖ ସଦଳବେଳେ ଆଜି ଚଢ଼ାଉକରି ଅଭିଯୁକ୍ତ କ୍ଷୀରୋଦ ନିକଟରୁ ୭ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହିତ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି l ତେବେ କ୍ଷୀରୋଦ ଗଞ୍ଜେଇ କିଭଳି ଏବଂ କେଉଁଠାରୁ ଆଣୁଥିଲା ଏବଂ ସେ କେବଳ ନିଜେ ବ୍ୟବସାୟ କରୁଥିଲା ନାଁ ଆଉ କେଉଁକେଉଁ ନିଶା ବ୍ୟବସାୟୀଙ୍କୁ ଗଞ୍ଜେଇ ଚାଲାଣ କରୁଥିଲା ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର