ମନୋରଞ୍ଜନ
ଓଡ଼ିଶା
ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ , ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା
ଭୁବନେଶ୍ୱର: କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୟୁ ଟ୍ୟୁବ ଲାଇଭ୍ ଜରିଆରେ ୧୦.୪୫ ରୁ ୧ ଟା ପର୍ଯ୍ୟନ୍ତ ଚାଲିବ କ୍ଳାସ ହେବ। ପ୍ରତିଦିନ ୪ ଟି ପିରିୟଡ଼ କରାଯିବ। ପ୍ରତି କ୍ଳାସ ୩୦ ମିନିଟର କରାଯିବ। ସୋମବାରରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ […]
ଭୁବନେଶ୍ୱର: କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୟୁ ଟ୍ୟୁବ ଲାଇଭ୍ ଜରିଆରେ ୧୦.୪୫ ରୁ ୧ ଟା ପର୍ଯ୍ୟନ୍ତ ଚାଲିବ କ୍ଳାସ ହେବ। ପ୍ରତିଦିନ ୪ ଟି ପିରିୟଡ଼ କରାଯିବ। ପ୍ରତି କ୍ଳାସ ୩୦ ମିନିଟର କରାଯିବ। ସୋମବାରରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ ଟି ପିରିୟଡ଼ ପାଠ ପଢା ହେବ।
ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ
ତେବେ ପାଠପଢା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଆନୁସାଙ୍ଗିକ ବ୍ୟବସ୍ଥା କରିବେ। କରୋ ଅନଲାଇନ୍ ରେ ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
ସେହିପରି, ଜୁନ ଶେଷ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶ କରିବାକୁ ପ୍ରୟାସ ଚାଲିଛି। ମାଟ୍ରିକ ମୂଲ୍ୟାୟନ ଜୋରଦାର ଚାଲିଛି। ଯୁକ୍ତ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତି ନେବେ।






