ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାରରେ ଭୟାଭହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାରରେ ଭୟାଭହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ବାର୍ । ଧୂଆଁମୟ ହୋଇଗଲା ସାରା ଅଞ୍ଚଳ। ନିଆଁକୁ ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦୀର୍ଘ ସମୟ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବି ନିଆଁ ବ୍ୟାପିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିଆଁ କେମିତି ଲାଗିଲା ଜଣାପଡ଼ିନି, ହେଲେ ଜୋର ସେ ପବନ ବୋହୁଥିବା କାରଣରୁ ନିଆଁ ଅଧିକ ଲାଗିଥିଲା ।

ଆହୁରି ପଢ଼ନ୍ତୁ: ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ, ଭଙ୍ଗାରୁଜା ସହ ଯାତ୍ରା ପେଣ୍ଡାଲ ଉପରକୁ ଫୋପାଡିଲେ ଚେୟାର

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୋଆର ଏକ ପବରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ଏହାପରେ ଓଡ଼ିଶାରେ ମଧ୍ୟ ବାର୍ ଓ ପବର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା । ନିଜେ ଏ ସମ୍ପର୍କରେ ଅଗ୍ନିଶମ ଡିଜି ସୂଚନା ଦେଇଥିଲେ । କିନ୍ତୁ ନିର୍ଦ୍ଦେଶ ପରେ ଆଜି ଏହି ଅଘଟଣ ଅଗ୍ନିଶମ ବିଭାଗ ପାଇଁ ଚ୍ୟଲେଞ୍ଜ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ବାରବାଟୀ ପ୍ରସ୍ତୁତ; ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ...

Join Us @ WhatsApp

About The Author

Google News
Join Us @ WhatsApp