ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କୁମ୍ଭହାରୁ ଗ୍ରାମ ନିକଟ ଜଙ୍ଗଲରେ ଗତ ୨୧ ତାରିଖ ସକାଳେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ସର୍ଚ୍ଚ ଅପେରସନ ସମୟରେ କୁମ୍ବିଂ ଟିମ ବହୁ ମାଓ ସାମଗ୍ରୀ ଜବତ କରିଛି। ଏ ନେଇ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ। ଗତ ୨୧ତାରିଖରେ ମାଓବାଦୀ ମାନଙ୍କ କୁମ୍ଭହାରୁ ଜଙ୍ଗଲରେ ଚଳପ୍ରଚଳ ରହିଥିବା ନେଇଁ ବିଶେଷ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କୁମ୍ଭହାରୁ ଗ୍ରାମ ନିକଟ ଜଙ୍ଗଲରେ ଗତ ୨୧ ତାରିଖ ସକାଳେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ସର୍ଚ୍ଚ ଅପେରସନ ସମୟରେ କୁମ୍ବିଂ ଟିମ ବହୁ ମାଓ ସାମଗ୍ରୀ ଜବତ କରିଛି। ଏ ନେଇ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ।

ଆହୁରି ପଢ଼ନ୍ତୁ: ବିଜେପିର ଚକ୍ରାନ୍ତ ଜେନ ଜିଙ୍କୁ ଅଟକାଇ ପାରିଲାନି, ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର: ବିଜେଡି

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଗତ ୨୧ତାରିଖରେ ମାଓବାଦୀ ମାନଙ୍କ କୁମ୍ଭହାରୁ ଜଙ୍ଗଲରେ ଚଳପ୍ରଚଳ ରହିଥିବା ନେଇଁ ବିଶେଷ ସୂତ୍ରରୁ ଖବର ପାଇଁ କନ୍ଧମାଳ ଜିଲ୍ଲା ପୋଲିସର କୁମ୍ବିଂ ଟିମ SOG ଓ DVF ଯବାନ ସେହି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ ୨୧ତାରିଖ ସକାଳ ସମୟରେ କୁମ୍ବିଂ ଟିମ ଉପରକୁ ପ୍ରାୟ ୨୦/୨୫ ଜଣ ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ, ଫଳରେ ନିଜ ଆତ୍ମ ରକ୍ଷା ପାଇଁ କୁମ୍ବିଂ ଟିମ ମାଓବାଦୀ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ୨୫ମିନିଟ ଧରି ଗୁଳିବିନିମୟ ହୋଇଥିଲା, ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଖସି ପଳାଇବାରେ ସମର୍ଥ ହୋଇଥିଲେ ଦୁଇ ପକ୍ଷରୁ ଗୁଳି ବିନିମୟ ବନ୍ଦ ହେବା ପରେ କୁମ୍ବିଂ ଟିମ ସେହି ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ।  ମାଓ ପୁସ୍ତିକା , ଦୁଇଟି ବନ୍ଧୁକ, ୮ଟି ଜୀବନ୍ତ ଗୁଳି , ଡିଟେନେଟର, ବ୍ୟାଟେରୀ, ଇଲେକ୍ଟ୍ରି ତାର ସହିତ ବହୁ ମାଓ ବ୍ୟବହୃତ ସାମଗ୍ରୀ ମିଳିଥିଲା। ତେବେ ଖସି ଯାଇଥିବା ମାଓବାଦୀ ମାନେ ସମସ୍ତେ KKBN Division ର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ଗୁଳି ବିନିମୟରେ କୁମ୍ବିଂ ଟିମର କୌଣସି କ୍ଷତି ହୋଇନି କିନ୍ତୁ ମାଓବାଦୀ ମାନେ ଆହତ ହୋଇଥିବା ସନ୍ଦେହ କରାଯାଉଛି ଏବଂ ବର୍ତମାନ ମଧ୍ୟ କୁମ୍ବିଂ ଅପେରସନ ଜାରି ରହିଛି ବୋଲି କନ୍ଧମାଳ ଏସପି କହିଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର