ବଜ୍ରାଘାତରେ ଦୁଇ ମୃତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ତଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ଦାମାଗୁଡା ଗ୍ରାମରେ ବୁଧବାର ସନ୍ଧ୍ଯା ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏହି ଗ୍ରାମର ନିଜ ଚାଷ ଜମିରେ କାମ କରି ଫେରୁଥିବା ସମୟରେ ବିଜୁଳି ସହ ଘଡଘଡି ମାରିବାରୁ ଘଟଣା ସ୍ଥଳରେ ହିଁ ମିଥୁନ ଦୁରୁଆ ବୟସ (୨୬)ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ପଦ ବଗେଲ ବୟସ(୨୮) ଗୁରୁତର ଆହତ ହୋଇଛନ୍ତି। ଆହତ ସମ୍ପଦଙ୍କୁ ଆମ୍ବୁଲାଏନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ପଠା ଯାଇ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ତଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ଦାମାଗୁଡା ଗ୍ରାମରେ ବୁଧବାର ସନ୍ଧ୍ଯା ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏହି ଗ୍ରାମର ନିଜ ଚାଷ ଜମିରେ କାମ କରି ଫେରୁଥିବା ସମୟରେ ବିଜୁଳି ସହ ଘଡଘଡି ମାରିବାରୁ ଘଟଣା ସ୍ଥଳରେ ହିଁ ମିଥୁନ ଦୁରୁଆ ବୟସ (୨୬)ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ପଦ ବଗେଲ ବୟସ(୨୮) ଗୁରୁତର ଆହତ ହୋଇଛନ୍ତି। ଆହତ ସମ୍ପଦଙ୍କୁ ଆମ୍ବୁଲାଏନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ପଠା ଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଅନ୍ୟ ପଟେ ମାଲକାନଗିରି କୁଡୁମୁଲଗୁମ୍ମା ନିକଟସ୍ଥ ବାହାଲଗୁଡା ଗ୍ରାମ ପଞ୍ଚାୟତର ପେଦାଗୁଡା ଗ୍ରାମରେ ଗ୍ରାମର ସାତ ଜଣ ଗାଈଗୋରୁ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଫେରିବା ସମୟରେ ଜୋରରେ ଘଡଘଡି ସହ ବର୍ଷା ହୋଇଥିଲା ଓ ଏହି ବର୍ଷାରୁ ବର୍ତ୍ତିବା ପାଇଁ ସମସ୍ତେ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଚାନକ ଘଡଘଡି ମାରିବା ସହ ବିଜୁଳି ଉକ୍ତ ଗଛରେ ମାଡ଼ ହୋଇଥିଲା । ଘଟଣା ସ୍ଥଳରେ ହିଁ ସମସ୍ତେ ଅଚେତ ହୋଇଯାଇଥିଲେ। ତାଙ୍କ ମଧ୍ୟରୁ ବନ୍ଧୁ ମାଦେମୀଙ୍କ ଝିଅ ସବିତା ମଦେମୀ ନାମକ ୧୫ ବର୍ଷର ବାଳିକା ଅତ୍ୟନ୍ତ ଗୁରୁତର ହେବାରୁ ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

11 Aug 2021 By The Sakala

ବଜ୍ରାଘାତରେ ଦୁଇ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ତଣ୍ଡିକି ପଞ୍ଚାୟତ ଅନ୍ତର୍ଗତ ଦାମାଗୁଡା ଗ୍ରାମରେ ବୁଧବାର ସନ୍ଧ୍ଯା ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏହି ଗ୍ରାମର ନିଜ ଚାଷ ଜମିରେ କାମ କରି ଫେରୁଥିବା ସମୟରେ ବିଜୁଳି ସହ ଘଡଘଡି ମାରିବାରୁ ଘଟଣା ସ୍ଥଳରେ ହିଁ ମିଥୁନ ଦୁରୁଆ ବୟସ (୨୬)ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ପଦ ବଗେଲ ବୟସ(୨୮) ଗୁରୁତର ଆହତ ହୋଇଛନ୍ତି। ଆହତ ସମ୍ପଦଙ୍କୁ ଆମ୍ବୁଲାଏନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ପଠା ଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଅନ୍ୟ ପଟେ ମାଲକାନଗିରି କୁଡୁମୁଲଗୁମ୍ମା ନିକଟସ୍ଥ ବାହାଲଗୁଡା ଗ୍ରାମ ପଞ୍ଚାୟତର ପେଦାଗୁଡା ଗ୍ରାମରେ ଗ୍ରାମର ସାତ ଜଣ ଗାଈଗୋରୁ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଫେରିବା ସମୟରେ ଜୋରରେ ଘଡଘଡି ସହ ବର୍ଷା ହୋଇଥିଲା ଓ ଏହି ବର୍ଷାରୁ ବର୍ତ୍ତିବା ପାଇଁ ସମସ୍ତେ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଚାନକ ଘଡଘଡି ମାରିବା ସହ ବିଜୁଳି ଉକ୍ତ ଗଛରେ ମାଡ଼ ହୋଇଥିଲା । ଘଟଣା ସ୍ଥଳରେ ହିଁ ସମସ୍ତେ ଅଚେତ ହୋଇଯାଇଥିଲେ। ତାଙ୍କ ମଧ୍ୟରୁ ବନ୍ଧୁ ମାଦେମୀଙ୍କ ଝିଅ ସବିତା ମଦେମୀ ନାମକ ୧୫ ବର୍ଷର ବାଳିକା ଅତ୍ୟନ୍ତ ଗୁରୁତର ହେବାରୁ ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ।

https://www.thesakala.in/latest-odisha-news/malkangiri/two-killed-in-lightning/article-4549
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର