ମାଲକାନଗିରିରେ ପୁଣି ଲଜ୍ଜା : ମାମୁଁ ଘରେ ଛାଡିଦେବେ କହି ନାବାଳିକାଙ୍କୁ ଦୁଷ୍କର୍ମ କଲେ ବାଇକ୍‌ ଚାଳକ

The Sakala Picture
Published On

କୋରୁକୋଣ୍ଡା, : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଲିପ୍ଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ। ଗତ ୨୦ ତାରିଖ ଦିନ ନିଜ ଘରକୁ ଆସି ପୁଣି ମାମୁଁ ଘରକୁ ଯାଉଥିବା ବେଳେ […]

କୋରୁକୋଣ୍ଡା, : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଲିପ୍ଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ। ଗତ ୨୦ ତାରିଖ ଦିନ ନିଜ ଘରକୁ ଆସି ପୁଣି ମାମୁଁ ଘରକୁ ଯାଉଥିବା ବେଳେ ଜଣେ ବାଇକଚାଳକ ତାଙ୍କୁ ଘରେ ଛାଡ଼ି ଦେବାକୁ କହି ଲିପ୍ଟ ଦେଇଥିଲେ। ସେ ବାଇକ୍‌ରେ ବସିବା ପରେ ବାଇକ୍‌ ଚାଳକ ତାଙ୍କୁ ମାମୁଁ ଘର ଗ୍ରାମକୁ ନ ନେଇ ଚିତ୍ରକୋଣ୍ଡା ଡ୍ୟାମ୍‌ ବୁଲାଇବାକୁ କହି ନେଇ ଯାଇଥିଲେ। ସନ୍ଧ୍ୟା ହେବାରୁ ଅନ୍ଧାରର ସୁଯୋଗ ନେଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ବାଇକଚାଳକ ରାତିରେ ନାବାଳିକାକୁ ନେଇ ତାଙ୍କ ମାମୁଁ ଘର ଗାଁ ମୁଣ୍ଡରେ ଛାଡି ଚାଲି ଯାଇଥିଲା।

ସକାଳେ ନାବାଳିକା ଜଣଙ୍କ ତାଙ୍କୁ ବାଇକଚାଳକ ଦୁଷ୍କର୍ମ କରିଥିବା ସମ୍ପର୍କରେ କହିବା ପରେ ମାମୁଁ ଘର ଗାଁ ଲୋକ ଏକ ବୈଠକ ଡାକିଥିଲେ। ଉକ୍ତ ବୈଠକକୁ ବାଇକ୍‌ଚାଳକ ଜଣଙ୍କ ନ ଆସି ଫେରାର୍‌ ହୋଇ ଯାଇଥଲା। ପୀଡ଼ିତାର ମାମୁଁ ବାଧ୍ୟହୋଇ ଶନିବାର ଓରକେଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା କ୍ରମେ ପୁଲିସ ଅଭିଯୁକ୍ତ ଦୟା ମାଢ଼ି(୪୫)କୁ ଗିରଫ କରିଥିବା ଅତିରିକ୍ତ ଏସ୍‌ପି ରଶ୍ମିରଞ୍ଜନ ସେନାପତି କହିଛନ୍ତି। ପୁଲିସ ପୀଡିତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇଛି।

28 Jul 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର