କଲାଗଣ୍ଡା ବିଦ୍ୟାଳୟରେ ବ୍ୟାପିଛି ଅଜଣା ରୋଗ: ଦୁଇଦିନରେ ଦୁଇ ଛାତ୍ରଙ୍କ ମୃତ୍ୟୁ, ଅନେକ ଛାତ୍ରଛାତ୍ରୀ ଗୁରୁତର 

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡା ମଙ୍ଗଳ ବିଭାଗ ବିଦ୍ୟାଳୟରେ ଗତ ଦୁଇଦିନ ମଧ୍ୟରେ ଅଜଣା ରୋଗରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗ କଣ ଏବଂ କେଉଁ କାରଣରୁ ଏଭଳି ହେଉଛି ତାହା ବର୍ତ୍ତମାନ ଶୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ବର୍ତ୍ତମାନ ୧୧ ଜଣ ଓ ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡା ମଙ୍ଗଳ ବିଭାଗ ବିଦ୍ୟାଳୟରେ ଗତ ଦୁଇଦିନ ମଧ୍ୟରେ ଅଜଣା ରୋଗରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗ କଣ ଏବଂ କେଉଁ କାରଣରୁ ଏଭଳି ହେଉଛି ତାହା ବର୍ତ୍ତମାନ ଶୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ବର୍ତ୍ତମାନ ୧୧ ଜଣ ଓ ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ ଜଣ ଛାତ୍ରଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ବିଗତ ଦୁଇଦିନରେ ମୃତବରଣ କରିଥିବା ଛାତ୍ର ମାନେ ହେଲେ ପ୍ରଦୀପ ମୁଚାକି ଜିଏକି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲୋ ଅନ୍ୟ ଜଣେ ଛାତ୍ର ହେଉଛନ୍ତି ଶନ୍ତୁ କୁରାମି । ଯିଏକି ପଡିଆ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମିଳିଥିବା ସୂଚନା ଅନୁଯାୟୀ, ଗତକିଛିଦିନ ହେବ କଲାଗଣ୍ଡା ମଙ୍ଗଳ ବିଭାଗ ବିଦ୍ୟାଳୟରେ ଥିବା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଜ୍ଵର ହେବା ସହ ହଠତ୍ ସେମାନଙ୍କ ଗୋଡ ହାତ ଫୁଲିବାରେ ଲାଗିଥିଲା । ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗୁରୁତର ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ନେଇ ସାମାନ୍ୟ ସୁସ୍ଥ ହେବାପରେ ତାଙ୍କୁ ଘରକୁ ପଠାଇ ଦେଉଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ଏଭଳି ଅବସ୍ଥା ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଥିବା ବେଳେ ଏନେଇ ଗତକାଲି ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଉକ୍ତ ବିଦ୍ୟାଳୟକୁ ଯାଇ ଛାତ୍ର ମୃତ୍ୟୁର ଘଟଣା ଏବଂ ରୋଗରେ ପୀଡିତ ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସହ ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ପଠେଇବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ନେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: ବିଜେଡ଼ି

ତେବେ ବର୍ତ୍ତମାନ ଏହି ବିଦ୍ୟାଳୟର ମୋଟ ୨୨ ଜଣ ଛାତ୍ରଛାତ୍ରୀ ମାନେ ଗୁରୁତର ଅବସ୍ଥାରେ ମାଲକାନଗିରି ଓ ପଡିଆ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଆହୁରି ଅନେକ ଛାତ୍ରଛାତ୍ରୀ ଯେଉଁ ମାନେ ବିଦ୍ୟାଳୟରେ ଅଛନ୍ତି। ସେମାନେ ମଧ୍ୟ ରୋଗାଗସ୍ତ ଥିବା ଜଣାପଡିଛି । ତେବେ ଇତି ମଧ୍ୟରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏହି ରୋଗର ଓ ଏହାର ପ୍ରକୃତ କାରଣ କଣ ତାହା ତଦନ୍ତ ଆବଶ୍ୟକ ଥିବା ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅନ୍ୟପଟେ ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ର ଛାତ୍ରୀଙ୍କ ସହ ତାଙ୍କ ପରିବାର ଲୋକେ ବର୍ତ୍ତମାନ ଏହାକୁ ନେଇ ଭୟଭୀତ ଥିବା ସହ ନିଜ ପିଲାଙ୍କୁ ନିଜ ଘରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏନେଇ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ପ୍ରକାଶ କରିଛନ୍ତି ଯେ, ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି । ତେବେ ରିପୋର୍ଟ ଆସିବାକୁ ୩ ରୁ ୪ ଦିନ ଲାଗିବ, ତେଣୁ ବିଦ୍ୟାଳୟରେ ଏକ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ଚିକିତ୍ସା ସେବା ଯୋଗାଉଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସିଂ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ କୋରାପୁଟର ଏକ ବିଶେଷଜ୍ଞ ଟିମ ମଧ୍ୟ ଆସି ଏହାର ତଦନ୍ତ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସିଂ ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp