ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୮ ଜଣଙ୍କୁ ଗିରଫ କଲା ବନ ବିଭାଗ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ଚଢଉ ସମୟରେ ରାକେଟର ୮ ଜଣ ସଦସ୍ୟଙ୍କୁ ବନ ବିଭାଗର ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ବିଲୁପ୍ତ ହେବାକୁ ଲାଗିଥିବା ବଜ୍ରକାପ୍ତାର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ବଢୁଥିବାରୁ ଏହାକୁ ଚୋରା ଚାଲାଣ କରିବା ପାଇଁ ଅନେକ ରାକେଟ ବର୍ତ୍ତମାନ ସକ୍ରିୟ ହେଉଥିବା ବେଳେ ପୂର୍ବରୁ ଅନେକ ବଜ୍ରକାପ୍ତାକୁ ଉଦ୍ଧାର ଏବଂ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ରାକେଟକୁ ଠାବ କରିଛି ବନ ବିଭାଗ । ଆଜିର ଏହି ଚଢଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

16 Sep 2022 By The Sakala

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୮ ଜଣଙ୍କୁ ଗିରଫ କଲା ବନ ବିଭାଗ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ଚଢଉ ସମୟରେ ରାକେଟର ୮ ଜଣ ସଦସ୍ୟଙ୍କୁ ବନ ବିଭାଗର ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ବିଲୁପ୍ତ ହେବାକୁ ଲାଗିଥିବା ବଜ୍ରକାପ୍ତାର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ବଢୁଥିବାରୁ ଏହାକୁ ଚୋରା ଚାଲାଣ କରିବା ପାଇଁ ଅନେକ ରାକେଟ ବର୍ତ୍ତମାନ ସକ୍ରିୟ ହେଉଥିବା ବେଳେ ପୂର୍ବରୁ ଅନେକ ବଜ୍ରକାପ୍ତାକୁ ଉଦ୍ଧାର ଏବଂ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ରାକେଟକୁ ଠାବ କରିଛି ବନ ବିଭାଗ । ଆଜିର ଏହି ଚଢଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।

https://www.thesakala.in/latest-odisha-news/malkangiri/forest-department-arrested-8-people-while-smuggling-pangolins/article-15027
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର