ସାମାନ୍ଯ ବଚସାରୁ ସ୍ତ୍ରୀର ତଣ୍ଟି ଚିପି ହତ୍ଯା କଲା ସ୍ଵାମୀ

The Sakala Picture
Published On

ପଡିଆ: ବାହାରେ କାମ ଧନ୍ଦା ସାରି ସନ୍ଧ୍ୟାରେ ଘରକୁ ଫେରିଲା ପରେ କୌଣସି କଥାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ ହଠାତ୍ ସ୍ଵାମୀ କ୍ରୋଧିତ ହୋଇ ସ୍ତ୍ରୀର ଗଳାକୁ ଚିପି  ହତ୍ୟା କରିଥିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ ମେଟାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦୁଲା ମାଡି କାମଦାମ ସାରି ସନ୍ଧ୍ୟାବେଳେ ନିଜର ଘରକୁ ଫେରିଥିଲେ। […]

ପଡିଆ: ବାହାରେ କାମ ଧନ୍ଦା ସାରି ସନ୍ଧ୍ୟାରେ ଘରକୁ ଫେରିଲା ପରେ କୌଣସି କଥାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ ହଠାତ୍ ସ୍ଵାମୀ କ୍ରୋଧିତ ହୋଇ ସ୍ତ୍ରୀର ଗଳାକୁ ଚିପି  ହତ୍ୟା କରିଥିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ ମେଟାଗୁଡା ଗ୍ରାମରେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁଯାୟୀ, ଗ୍ରାମର ଦୁଲା ମାଡି କାମଦାମ ସାରି ସନ୍ଧ୍ୟାବେଳେ ନିଜର ଘରକୁ ଫେରିଥିଲେ। ଏହା ପରେ କୌଣସି କାରଣରୁ ଦୁଲା ଓ ତାର ସ୍ତ୍ରୀ ପଦିଏ ମାଡି ମଧ୍ୟରେ ବଚସା ହୋଇଥିଲା। ଏତିକିବେଳେ ଦୁଲା ଅଚାନକ କ୍ରୋଧିତ ହୋଇ ପଦିଏର ଗାଲକୁ ଏକ ଚାପୁଡ଼ା ମାରିବା ସହ ଗଳାକୁ ଚିପି ଧରିଥିଲା। ପଦିଏ ଛାଟିପିଟି ହୋଇଥିଲେ ମଧ୍ୟ ଧୀରେଧୀରେ ଶରୀର କ୍ଷୀଣ ହୋଇ ପ୍ରାଣ ବାୟୁ ହରାଇଥିଲା। ଏହି ଘଟଣା ବାବଦରେ ଜାଣିବା ପରେ ଗ୍ରାମବାସୀ ଉତ୍ୟକ୍ତ ସ୍ୱାମୀକୁ କାବୁ କରିବା ସହ ପଡିଆ ପୁଲିସ ଥାନାରେ ମୃତ ପଦିଏର ଭାଇ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପଡିଆ ଥାନାରେ ଏକ ହତ୍ୟା ମାମଲା ସଂଖ୍ୟା ୪୩/୨୨ ରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ କହିଛନ୍ତି। ଏଥିସହ ପୁଲିସ ମୃତ ପଦିଏର ଶରୀରକୁ କାଲିମେଳା ନେଇ ଶବ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣାର ତଦନ୍ତ ପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚି ପୁଲିସ ସହ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵାମୀ ଦୁଲାକୁ ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

17 May 2022 By The Sakala

ସାମାନ୍ଯ ବଚସାରୁ ସ୍ତ୍ରୀର ତଣ୍ଟି ଚିପି ହତ୍ଯା କଲା ସ୍ଵାମୀ

ପଡିଆ: ବାହାରେ କାମ ଧନ୍ଦା ସାରି ସନ୍ଧ୍ୟାରେ ଘରକୁ ଫେରିଲା ପରେ କୌଣସି କଥାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ ହଠାତ୍ ସ୍ଵାମୀ କ୍ରୋଧିତ ହୋଇ ସ୍ତ୍ରୀର ଗଳାକୁ ଚିପି  ହତ୍ୟା କରିଥିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ ମେଟାଗୁଡା ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମର ଦୁଲା ମାଡି କାମଦାମ ସାରି ସନ୍ଧ୍ୟାବେଳେ ନିଜର ଘରକୁ ଫେରିଥିଲେ। ଏହା ପରେ କୌଣସି କାରଣରୁ ଦୁଲା ଓ ତାର ସ୍ତ୍ରୀ ପଦିଏ ମାଡି ମଧ୍ୟରେ ବଚସା ହୋଇଥିଲା। ଏତିକିବେଳେ ଦୁଲା ଅଚାନକ କ୍ରୋଧିତ ହୋଇ ପଦିଏର ଗାଲକୁ ଏକ ଚାପୁଡ଼ା ମାରିବା ସହ ଗଳାକୁ ଚିପି ଧରିଥିଲା। ପଦିଏ ଛାଟିପିଟି ହୋଇଥିଲେ ମଧ୍ୟ ଧୀରେଧୀରେ ଶରୀର କ୍ଷୀଣ ହୋଇ ପ୍ରାଣ ବାୟୁ ହରାଇଥିଲା। ଏହି ଘଟଣା ବାବଦରେ ଜାଣିବା ପରେ ଗ୍ରାମବାସୀ ଉତ୍ୟକ୍ତ ସ୍ୱାମୀକୁ କାବୁ କରିବା ସହ ପଡିଆ ପୁଲିସ ଥାନାରେ ମୃତ ପଦିଏର ଭାଇ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପଡିଆ ଥାନାରେ ଏକ ହତ୍ୟା ମାମଲା ସଂଖ୍ୟା ୪୩/୨୨ ରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ କହିଛନ୍ତି। ଏଥିସହ ପୁଲିସ ମୃତ ପଦିଏର ଶରୀରକୁ କାଲିମେଳା ନେଇ ଶବ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣାର ତଦନ୍ତ ପାଇଁ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚି ପୁଲିସ ସହ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵାମୀ ଦୁଲାକୁ ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି।

https://www.thesakala.in/latest-odisha-news/malkangiri/anger-took-life-malkangiri-news/article-11666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର