ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହାତ

The Sakala Picture
Published On

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଅନ୍ତରଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅଣ୍ଡିରାପଲ୍ଲୀ ପଞ୍ଚାୟତର ଓରାପଦର ଗ୍ରାମରେ ଲଞ୍ଚ ଯୋଗେ ପହଞ୍ଚିଥିଲେ। ସେଠାରେ […]

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଅନ୍ତରଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅଣ୍ଡିରାପଲ୍ଲୀ ପଞ୍ଚାୟତର ଓରାପଦର ଗ୍ରାମରେ ଲଞ୍ଚ ଯୋଗେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ସିଙ୍ଗୋଇ ଗ୍ରାମରେ ଏକ ପିକ୍ ଭ୍ୟାନ ଅପେକ୍ଷା କରି ରହିଥିଲା । ସେହି ପିକ୍ ଭ୍ୟାନରେ ୩୫ ଜଣ ସୀଙ୍ଗୋଇ ଗ୍ରାମକୁ ଯିବା ସମୟରେ, ଭ୍ୟାନଟି ଭାରସାମ୍ୟ ହରାଇ ଡଙ୍ଗରପଦର ଘଟି ରାସ୍ତାରେ ଓଲଟି ପଡିଥିଲା ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପ୍ରଥମେ ଆହତମାନଙ୍କୁ ଯୋଡ଼ାମ୍ବ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ଘରକୁ ପଠାଯାଇ ଅନ୍ୟ ୨୦ରୁ ଉର୍ଦ୍ଧ ଆହତଙ୍କୁ ଯୋଡାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ବିଏସଏଫ ଯବାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଥିବା ୫ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ଅନ୍ୟ ଆହତଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଚିକିତ୍ସା କରାଯାଉଛି।ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ତୁରନ୍ତ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିବା ସହ ଗୁରୁତରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟକୁ ତୁରନ୍ତ ପଠାଇବା ନିମନ୍ତେ ଡାକ୍ତର ମାନଙ୍କ ସହ ମିଶି ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

10 May 2022 By The Sakala

ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହାତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଅନ୍ତରଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅଣ୍ଡିରାପଲ୍ଲୀ ପଞ୍ଚାୟତର ଓରାପଦର ଗ୍ରାମରେ ଲଞ୍ଚ ଯୋଗେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ସିଙ୍ଗୋଇ ଗ୍ରାମରେ ଏକ ପିକ୍ ଭ୍ୟାନ ଅପେକ୍ଷା କରି ରହିଥିଲା । ସେହି ପିକ୍ ଭ୍ୟାନରେ ୩୫ ଜଣ ସୀଙ୍ଗୋଇ ଗ୍ରାମକୁ ଯିବା ସମୟରେ, ଭ୍ୟାନଟି ଭାରସାମ୍ୟ ହରାଇ ଡଙ୍ଗରପଦର ଘଟି ରାସ୍ତାରେ ଓଲଟି ପଡିଥିଲା ।

ପ୍ରଥମେ ଆହତମାନଙ୍କୁ ଯୋଡ଼ାମ୍ବ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ଘରକୁ ପଠାଯାଇ ଅନ୍ୟ ୨୦ରୁ ଉର୍ଦ୍ଧ ଆହତଙ୍କୁ ଯୋଡାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ବିଏସଏଫ ଯବାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଥିବା ୫ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ଅନ୍ୟ ଆହତଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଚିକିତ୍ସା କରାଯାଉଛି।ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ତୁରନ୍ତ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିବା ସହ ଗୁରୁତରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟକୁ ତୁରନ୍ତ ପଠାଇବା ନିମନ୍ତେ ଡାକ୍ତର ମାନଙ୍କ ସହ ମିଶି ଆଲୋଚନା କରିଥିଲେ।

https://www.thesakala.in/latest-odisha-news/malkangiri/more-than-20-people-were-injured-when-the-vehicle-overturned/article-11470
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର