ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ

The Sakala Picture
Published On

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଜି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ବିଶାଳ ସିଂହ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରିଥିବା ବେଳେ ଜନସାଧରଣଙ୍କ ସହ ସିଧା ସଳଖ ମିଶିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ, ପଣସପୁଟ, ଗାଜଲମାମୁଡି ଓ […]

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଜି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ବିଶାଳ ସିଂହ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରିଥିବା ବେଳେ ଜନସାଧରଣଙ୍କ ସହ ସିଧା ସଳଖ ମିଶିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ, ପଣସପୁଟ, ଗାଜଲମାମୁଡି ଓ ପାପରମେଟଲା ପଞ୍ଚାୟତ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଆଲୋଚନା ବେଳେ ଲୋକେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା, ପାନୀୟଜଳର ସୁବିଧା ପାଇଁ ସୋଲାର ଜଳ ଯୋଗାଣ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ବେକାରୀ ଯୁବକଙ୍କୁ ତାଲିମ ଦେଇ ବିଦ୍ୟୁତ ବିଭାଗରେ ନିଯୁକ୍ତି ଦେଲେ ବିଦ୍ୟୁତ ସମସ୍ୟା ଶୀଘ୍ର ଦୂର ହୋଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ।  ଜିଲ୍ଲାପାଳ ଶ୍ରୀ ସିଂହ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କିଛି ସମସ୍ୟା ଥିଲେ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ଏ ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ରହିଛି ଓ ମାଓ ସମସ୍ୟା ଦୁର ପାଇଁ ତଲାସୀ ଅଭିଯାନ ଜାରୀ ରହିଛି ବୋଲି କହିଥିଲେ । ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟତଃ ରାଜ୍ୟ ସରକାରଙ୍କ ଫୋକସରେ ଥିବା ଏହି ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଏହି ଗସ୍ତ କରିଥିବା ବେଳେ ଅଞ୍ଚଳରେ ମାଓ ଦମନ ସହ ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନା ଗମନରେ ସୁଧାର ଆଣିବା ଦିଗରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାର ବିଭିନ୍ନ ଜନ ହିତକର ଯୋଜନା ମାଧ୍ୟମରେ ସ୍ବାଭିମାନ ଅଞ୍ଚଳରେ ବିକାଶ ଆଣିବା ସହ ଏହାର ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ଯାକେଜ ଘୋଷଣା କରିଛନ୍ତି । ଏହା ବ୍ୟତିତ ଏଠାକାର ଲୋକଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ରାଜ୍ୟ ସରକାର ମାଛ ଚାଷ ପାଇଁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିବା ସହ ହଳଦୀ, ମାଣ୍ଡିଆ, ଶୁଆଁ, ପାଣି ପରିବା ଆଦି ଚାଷ ପାଇଁ ମଧ୍ୟ ଜୀବିକା ମିସନ, ମିସନ ଶକ୍ତି ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ପଦକ୍ଷେପ ନେଇଥିବା ବେଳେ ଏହାକୁ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରାଯାଇଛି ।   ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧା ସଳଖ ଆଲୋଚନା କରିଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ବ୍ୟକ୍ତ କରିବା ସହ ନିଜ ଅଞ୍ଚଳରେ ଆହୁରି ବିକାଶ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

27 Nov 2021 By The Sakala

ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଜି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ବିଶାଳ ସିଂହ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ସ୍ୱାଭିମାନ ଅଞ୍ଚଳର ୪ଟି ପଞ୍ଚାୟତ ଗସ୍ତ କରିଥିବା ବେଳେ ଜନସାଧରଣଙ୍କ ସହ ସିଧା ସଳଖ ମିଶିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ, ପଣସପୁଟ, ଗାଜଲମାମୁଡି ଓ ପାପରମେଟଲା ପଞ୍ଚାୟତ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଆଲୋଚନା ବେଳେ ଲୋକେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା, ପାନୀୟଜଳର ସୁବିଧା ପାଇଁ ସୋଲାର ଜଳ ଯୋଗାଣ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ବେକାରୀ ଯୁବକଙ୍କୁ ତାଲିମ ଦେଇ ବିଦ୍ୟୁତ ବିଭାଗରେ ନିଯୁକ୍ତି ଦେଲେ ବିଦ୍ୟୁତ ସମସ୍ୟା ଶୀଘ୍ର ଦୂର ହୋଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ।  ଜିଲ୍ଲାପାଳ ଶ୍ରୀ ସିଂହ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କିଛି ସମସ୍ୟା ଥିଲେ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ।

ଏ ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ରହିଛି ଓ ମାଓ ସମସ୍ୟା ଦୁର ପାଇଁ ତଲାସୀ ଅଭିଯାନ ଜାରୀ ରହିଛି ବୋଲି କହିଥିଲେ । ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟତଃ ରାଜ୍ୟ ସରକାରଙ୍କ ଫୋକସରେ ଥିବା ଏହି ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଏହି ଗସ୍ତ କରିଥିବା ବେଳେ ଅଞ୍ଚଳରେ ମାଓ ଦମନ ସହ ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନା ଗମନରେ ସୁଧାର ଆଣିବା ଦିଗରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାର ବିଭିନ୍ନ ଜନ ହିତକର ଯୋଜନା ମାଧ୍ୟମରେ ସ୍ବାଭିମାନ ଅଞ୍ଚଳରେ ବିକାଶ ଆଣିବା ସହ ଏହାର ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ଯାକେଜ ଘୋଷଣା କରିଛନ୍ତି । ଏହା ବ୍ୟତିତ ଏଠାକାର ଲୋକଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ରାଜ୍ୟ ସରକାର ମାଛ ଚାଷ ପାଇଁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିବା ସହ ହଳଦୀ, ମାଣ୍ଡିଆ, ଶୁଆଁ, ପାଣି ପରିବା ଆଦି ଚାଷ ପାଇଁ ମଧ୍ୟ ଜୀବିକା ମିସନ, ମିସନ ଶକ୍ତି ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ପଦକ୍ଷେପ ନେଇଥିବା ବେଳେ ଏହାକୁ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରାଯାଇଛି ।   ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧା ସଳଖ ଆଲୋଚନା କରିଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ବ୍ୟକ୍ତ କରିବା ସହ ନିଜ ଅଞ୍ଚଳରେ ଆହୁରି ବିକାଶ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର