ବିଜେଡିର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ…..

The Sakala Picture
Published On

ଭୁବନେଶ୍ୱର,(ଲଳିତ ମୋହନ ମିଶ୍ର ): ୨୬ ଡିସେମ୍ବର ୧୯୯୭ ଦିନ ପ୍ରତିଷ୍ଠିତ ବିଜୁ ଜନତା ଦଳ ୨୬ ଡିସେମ୍ବର ୨୦୨୩ରେ ଏହାର ୨୭ତମ ସ୍ଥାପନା ଦିବସ ପାଳନ କରୁଛି। ୨୬ବର୍ଷର କାଳଖଣ୍ଡ ମଧ୍ୟରେ ଦଳ କେବଳ ରାଜ୍ୟରେ ସୁଶାସନ ପ୍ରଦାନ କରି ପ୍ରତ୍ୟେକ ନିର୍ବାଚନରେ ଶାସନକୁ ଆସୁନି, ବରଂ ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ସମର୍ଥନ କରି ଏହାର ରାଷ୍ଟ୍ରବାଦୀ ଭୂମିକାକୁ ନିର୍ବାହ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ସରକାରୀ କାର୍ଯ୍ୟକ୍ରମ […]

ଭୁବନେଶ୍ୱର,(ଲଳିତ ମୋହନ ମିଶ୍ର ): ୨୬ ଡିସେମ୍ବର ୧୯୯୭ ଦିନ ପ୍ରତିଷ୍ଠିତ ବିଜୁ ଜନତା ଦଳ ୨୬ ଡିସେମ୍ବର ୨୦୨୩ରେ ଏହାର ୨୭ତମ ସ୍ଥାପନା ଦିବସ ପାଳନ କରୁଛି। ୨୬ବର୍ଷର କାଳଖଣ୍ଡ ମଧ୍ୟରେ ଦଳ କେବଳ ରାଜ୍ୟରେ ସୁଶାସନ ପ୍ରଦାନ କରି ପ୍ରତ୍ୟେକ ନିର୍ବାଚନରେ ଶାସନକୁ ଆସୁନି, ବରଂ ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ସମର୍ଥନ କରି ଏହାର ରାଷ୍ଟ୍ରବାଦୀ ଭୂମିକାକୁ ନିର୍ବାହ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ସରକାରୀ କାର୍ଯ୍ୟକ୍ରମ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା ମଡେଲ୍‌ ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛି। କ୍ରୀଡ଼ା, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ, ଶିଳ୍ପାୟନ ଆଦି କ୍ଷେତ୍ରରେ ବିକାଶ, ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଛି। ବିଜୁ ଜନତା ଦଳର ଏହି ସଫଳଯାତ୍ରା ବିଷୟରେ ସଂକ୍ଷେପରେ ଅଲୋକପାତ କରିବାର ପ୍ରାସଙ୍ଗିକତା ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ବିଜୁ ଜନତା ଦଳର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ ହେଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅକ୍ଷୁର୍ଣ୍ଣ ଲୋକପ୍ରିୟତା। ଏବେ ବି ବିଭିନ୍ନ ସର୍ଭେରେ ସେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର କେତେକ କାରଣ ହେଲା- ସରଳ ଜୀବନଯାପନ ଶୈଳୀ, ଲୋକଙ୍କ ପାଇଁ ସମ୍ମାନ, ସମାଜର ଅବହେଳିତ ବର୍ଗ ଓ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସଂକଳ୍ପ, ଓଡ଼ିଶାକୁ ଏକନମ୍ବର ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ପ୍ରୟାସ, ବିରୋଧୀ ଦଳ ତଥା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ପାଇଁ ସମ୍ମାନ ଏବଂ ଶୃଙ୍ଖଳିତ ଦଳ ପରିଚାଳନା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ବିଜୁ ଜନତା ଦଳର ସଫଳତାର ଦ୍ୱିତୀୟ କାରଣ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରର ସଫଳ ବିକାଶ, ଜନମଙ୍ଗଳ ଓ ରୂପାନ୍ତରଣ କାର୍ଯ୍ୟକ୍ରମ, ରାଜ୍ୟରେ ଅଇନ ଶୃଙ୍ଖଳା ରକ୍ଷା, ପ୍ରଶାସନରେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମ ଓ ‘୫-ଟି’ ଉପକ୍ରମ, ରାଜ୍ୟର ବଜେଟ୍‌ରେ ଶୃଙ୍ଖଳା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା, ଐତିହ୍ୟ, କ୍ରୀଡ଼ା ଆଦିର ରୂପାନ୍ତରଣକୁ ପ୍ରାଥମିକତା ପ୍ରଦାନ କରାଯିବା ସହିତ ମହିଳାଙ୍କ ରାଜନୈତିକ ତଥା ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ବିଜୁ ଜନତା ଦଳ ରାଜନୈତିକ ସଫଳତାର ତୃତୀୟ କାରଣ ହେଲା ସାମଜିକ-ଆର୍ଥିକ-ଲିଙ୍ଗଗତ-ଆଞ୍ଚଳିକ ନ୍ୟାୟ, ଆଦର୍ଶ ଓ ଉପଯୁକ୍ତ ନିର୍ବାଚନ ପରିଚାଳନା। ଦଳ ଜଣେ ଦଳିତ ମହିଳା ଓ ଜଣେ ଆଦିବାସୀ ନେତାଙ୍କୁ ବିଧାନସଭାର ବାଚସ୍ପତି ଓ ଉପବାଚସ୍ୱତି ଦାୟିତ୍ୱ ଦେଇଛି ଓ ୫ ଜଣ ମହିଳାଙ୍କୁ ଲୋକସଭା ପଠାଇଛି। ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ଅନେକ ପଛୁଆବର୍ଗ, ମହିଳା, ଯୁବକ, ଆଦିବାସୀ ଓ ଦଳିତ ବ୍ୟକ୍ତିଙ୍କୁ ଦଳ ଲୋକ ପ୍ରତିନିଧି ହେବାର ସୁଯୋଗ ପ୍ରଦାନ କରିଛି। ଫଳରେ ବିଜୁ ଜନତା ଦଳ ରାଜ୍ୟର ପ୍ରଗତି ପାଇଁ ଏକ ସାମାଜିକ ଅନ୍ଦୋଳନରେ ପରିବର୍ତ୍ତନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

26 Dec 2023 By The Sakala

ବିଜେଡିର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ…..

ଭୁବନେଶ୍ୱର,(ଲଳିତ ମୋହନ ମିଶ୍ର ): ୨୬ ଡିସେମ୍ବର ୧୯୯୭ ଦିନ ପ୍ରତିଷ୍ଠିତ ବିଜୁ ଜନତା ଦଳ ୨୬ ଡିସେମ୍ବର ୨୦୨୩ରେ ଏହାର ୨୭ତମ ସ୍ଥାପନା ଦିବସ ପାଳନ କରୁଛି। ୨୬ବର୍ଷର କାଳଖଣ୍ଡ ମଧ୍ୟରେ ଦଳ କେବଳ ରାଜ୍ୟରେ ସୁଶାସନ ପ୍ରଦାନ କରି ପ୍ରତ୍ୟେକ ନିର୍ବାଚନରେ ଶାସନକୁ ଆସୁନି, ବରଂ ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ସମର୍ଥନ କରି ଏହାର ରାଷ୍ଟ୍ରବାଦୀ ଭୂମିକାକୁ ନିର୍ବାହ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ସରକାରୀ କାର୍ଯ୍ୟକ୍ରମ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା ମଡେଲ୍‌ ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛି। କ୍ରୀଡ଼ା, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ, ଶିଳ୍ପାୟନ ଆଦି କ୍ଷେତ୍ରରେ ବିକାଶ, ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଛି। ବିଜୁ ଜନତା ଦଳର ଏହି ସଫଳଯାତ୍ରା ବିଷୟରେ ସଂକ୍ଷେପରେ ଅଲୋକପାତ କରିବାର ପ୍ରାସଙ୍ଗିକତା ରହିଛି।

ବିଜୁ ଜନତା ଦଳର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ ହେଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅକ୍ଷୁର୍ଣ୍ଣ ଲୋକପ୍ରିୟତା। ଏବେ ବି ବିଭିନ୍ନ ସର୍ଭେରେ ସେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର କେତେକ କାରଣ ହେଲା- ସରଳ ଜୀବନଯାପନ ଶୈଳୀ, ଲୋକଙ୍କ ପାଇଁ ସମ୍ମାନ, ସମାଜର ଅବହେଳିତ ବର୍ଗ ଓ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସଂକଳ୍ପ, ଓଡ଼ିଶାକୁ ଏକନମ୍ବର ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ପ୍ରୟାସ, ବିରୋଧୀ ଦଳ ତଥା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ପାଇଁ ସମ୍ମାନ ଏବଂ ଶୃଙ୍ଖଳିତ ଦଳ ପରିଚାଳନା।

ବିଜୁ ଜନତା ଦଳର ସଫଳତାର ଦ୍ୱିତୀୟ କାରଣ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରର ସଫଳ ବିକାଶ, ଜନମଙ୍ଗଳ ଓ ରୂପାନ୍ତରଣ କାର୍ଯ୍ୟକ୍ରମ, ରାଜ୍ୟରେ ଅଇନ ଶୃଙ୍ଖଳା ରକ୍ଷା, ପ୍ରଶାସନରେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମ ଓ ‘୫-ଟି’ ଉପକ୍ରମ, ରାଜ୍ୟର ବଜେଟ୍‌ରେ ଶୃଙ୍ଖଳା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା, ଐତିହ୍ୟ, କ୍ରୀଡ଼ା ଆଦିର ରୂପାନ୍ତରଣକୁ ପ୍ରାଥମିକତା ପ୍ରଦାନ କରାଯିବା ସହିତ ମହିଳାଙ୍କ ରାଜନୈତିକ ତଥା ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ।

ବିଜୁ ଜନତା ଦଳ ରାଜନୈତିକ ସଫଳତାର ତୃତୀୟ କାରଣ ହେଲା ସାମଜିକ-ଆର୍ଥିକ-ଲିଙ୍ଗଗତ-ଆଞ୍ଚଳିକ ନ୍ୟାୟ, ଆଦର୍ଶ ଓ ଉପଯୁକ୍ତ ନିର୍ବାଚନ ପରିଚାଳନା। ଦଳ ଜଣେ ଦଳିତ ମହିଳା ଓ ଜଣେ ଆଦିବାସୀ ନେତାଙ୍କୁ ବିଧାନସଭାର ବାଚସ୍ପତି ଓ ଉପବାଚସ୍ୱତି ଦାୟିତ୍ୱ ଦେଇଛି ଓ ୫ ଜଣ ମହିଳାଙ୍କୁ ଲୋକସଭା ପଠାଇଛି। ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ଅନେକ ପଛୁଆବର୍ଗ, ମହିଳା, ଯୁବକ, ଆଦିବାସୀ ଓ ଦଳିତ ବ୍ୟକ୍ତିଙ୍କୁ ଦଳ ଲୋକ ପ୍ରତିନିଧି ହେବାର ସୁଯୋଗ ପ୍ରଦାନ କରିଛି। ଫଳରେ ବିଜୁ ଜନତା ଦଳ ରାଜ୍ୟର ପ୍ରଗତି ପାଇଁ ଏକ ସାମାଜିକ ଅନ୍ଦୋଳନରେ ପରିବର୍ତ୍ତନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର