ଅନ୍ଧାରରେ ପୂଜା ପାଉଛନ୍ତି ମା’ ତାରାତାରିଣୀ; ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ

ତିନିଦିନ ହେଲା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

Madhusudan Das Picture
Published On

ପୁରୁଷୋତ୍ତମପୁର: ଦୀର୍ଘ ୩ ଦିନ ହେଲା ଅନ୍ଧାରରେ ପୂଜା ପାଉଛନ୍ତି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ। ମା’ଙ୍କ ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ନାହିଁ ଆଲୋକୀକରଣ ବ୍ୟବସ୍ଥା। ବତ୍ତର୍ମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଦୂରଦୂରାନ୍ତରୁ ମା’ ପୀଠରେ ପ୍ରତିଦିନ ହଜାରହଜାର ଭକ୍ତଙ୍କ ଭିଡ଼ ଲାଗୁଛି। କିନ୍ତୁ ସନ୍ଧ୍ୟା ପରେ ମନ୍ଦିର‌ରେ କିଟିକିଟି ଅନ୍ଧାର ରାଜୁତି କରୁଥିବାରୁ ଭୟରେ ଭକ୍ତ ଆସୁନାହାନ୍ତି। ଆଉ କିଛି ଭକ୍ତ ଟର୍ଚ୍ଚ ଲାଇଟ୍‌ରେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି। ଫଳରେ ସେମାନେ ଏକ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।

ଆହୁରି ପଢ଼ନ୍ତୁ: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍

ପୂର୍ବ ସରକାର ସମୟ‌ରେ ମନ୍ଦିର ପାଇଁ କୋଟିକୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ଏଥିରେ ମନ୍ଦିରର ବହୁବିଧ ଉନ୍ନତୀକରଣ ସାଧିତ ହୋଇଥିଲା। ନୂଆ ସରକାର ଆସିବା ପରେ ମଧ୍ୟ ବିଭିନ୍ନ ସମୟରେ ଆସିଥିବା ମନ୍ତ୍ରୀମାନେ ପୀଠର ବିକାଶଧାରା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତିନିଦିନ ହେଲା ଅନ୍ଧାର ଯୋଗୁଁ ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ କିମ୍ବା ସରକାର; ଏଥିପ୍ରତି କାହାର ନିଘା ନାହିଁ। ଏ ସଂପର୍କରେ ମନ୍ଦିର ନିର୍ବାହୀ ଅଧିକାରୀ ଟି. କେ. ରେଡ୍ଡୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ମନ୍ଦିର ଉନ୍ନୟନ କାମ ବର୍ତ୍ତମାନ ସୁଦ୍ଧା ଚାଲୁଛି, ପୂର୍ତ୍ତ ବିଭାଗ କମିଟିକୁ ହସ୍ତାନ୍ତର ହୋଇନାହିଁ। ଫଳରେ କମିଟି କୌଣସି କାର୍ଯ୍ୟ କରିପାରୁନାହିଁ। ଆମ ପାଖରେ ମନ୍ଦିର ଅନ୍ଧକାର ନେଇ କୌଣସି ଖବର ନାହିଁ। ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଦୁଇ ଦିନ ହେଲା ମନ୍ଦିର ଅନ୍ଧାକାର ଥିଲା। ଏବେ ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହୋଇଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ଵେଷା ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି: ବିଜେଡି 

Join Us @ WhatsApp

About The Author

Google News
Join Us @ WhatsApp