ଆଜି ଧନଦାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ; ନାହିଁ ଜାକଜମକ, ହେବନି ମିନା ବଜାର

The Sakala Picture
Published On

ଭୁବନେଶ୍ୱର: ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ଏବେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିବେ । କିନ୍ତୁ କରୋନା କଟକଣା ମଧ୍ୟରେ କେବଳ ମା’ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ କଟକଣା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯିବ। ରାତିପାହିଲେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦିଆଯାଇଛି। ମହାମାରୀର କଟକଣା ଥିବା ଯୋଗୁଁ ମା’ ଧନଦାତ୍ରୀଙ୍କର ପୂଜା […]

ଭୁବନେଶ୍ୱର: ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ଏବେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିବେ । କିନ୍ତୁ କରୋନା କଟକଣା ମଧ୍ୟରେ କେବଳ ମା’ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ କଟକଣା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯିବ। ରାତିପାହିଲେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦିଆଯାଇଛି। ମହାମାରୀର କଟକଣା ଥିବା ଯୋଗୁଁ ମା’ ଧନଦାତ୍ରୀଙ୍କର ପୂଜା କେବଳ ୭ଜଣ କର୍ମକର୍ତ୍ତାଙ୍କ ମଧ୍ୟରେ ସମାପନ ହେବ। ନା ବାହାର ଭକ୍ତଙ୍କୁ ମା’ଙ୍କୁ ଦର୍ଶନ କରିବାର ଅବକାଶ ଅଛି ନା ଆଡ଼ମ୍ବରରେ ମା’ଙ୍କ ଆବାହନର କୌଣସି ବ୍ୟବସ୍ଥା ହୋଇଛି। ୪ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତିରେ ଚାନ୍ଦି ହାର ଓ ମୁକୁଟ ଅନାବରଣ ନାହିଁ କି ଆଉ କେହି ବିଭିନ୍ନ ଡିଜାଇନ୍‌ର ତୋରଣ ନିର୍ମାଣ କରି ସେଥିରେ ମା’ଙ୍କୁ ବିରାଜିତ କରାଯିବ ନାହିଁ। ଏମିତିକି ରାଜଧାନୀ ଭୁବନେଶ୍ଵରର କୌଣସି ସ୍ଥାନରେ ବି କଟକଣାକୁ ଦୃଷ୍ଟିରେ ରଖି ମିନାବଜାରର ଆୟୋଜନ କରାଯିବ ନାହିଁ। ଏଥିପାଇଁ ବାପୁଜୀନଗର, ନହରକଣ୍ଟା, ୟୁନିଟ୍-୮, ପୁରୁଣା ଭୁବନେଶ୍ଵର, ଖଣ୍ଡଗିରି ଆଦିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ନିରାଡ଼ମ୍ବରରେ ମା’ଙ୍କ ପୂଜା କରାଯିବ। କିଛିସ୍ଥାନରେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ସ୍ଥଗିତ ରଖାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ବାପୁଜୀନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ୫୬ବର୍ଷରେ ପଦାର୍ପଣ କରିଛି ଗଜଲକ୍ଷ୍ମୀ ପୂଜା। ଆସନ୍ତାକାଲି ସକାଳେ ପୂଜା ପାଇଁ ପାଣି ଅଣାଯିବାପରେ ସନ୍ଧ୍ୟା ୭ଟାରେ ପୂଜାର୍ଚ୍ଚନା ଆରମ୍ଭ ହେବ । ଏଥିପାଇଁ ମା’ଙ୍କ ପାଖରେ ସ୍ୱତନ୍ତ୍ରଭାବେ ଖିରି ଓ ରସଗୋଲା ଭୋଗ ଲାଗିହେବ ବୋଲି ଆସୋସିଏସନ୍‌ ପକ୍ଷରୁ ଆଶିଷ୍ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସେହିପରି ୟୁନିଟ୍-୯ ସ୍ଥିତ ଭୁବନେଶ୍ବର ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ନିଡ୍ଡମ୍ବର ଭାବେ ମା’ ଧନଦାତ୍ରୀଙ୍କର ଆବାହନ କରାଯିବ। ଏଥର ମା’ଙ୍କ ମୁଣ୍ଡରେ ଶୋଭା ପାଇବନି ସୁନା ରୁପାର ମୁକୁଟ ସାଙ୍ଗକୁ ପାଦରେ ପାଉଁଜି। ପ୍ରତିବର୍ଷ ୧୨ଦିନ ଧରି ଚାଲୁଥିବା ମା’ଙ୍କ ପୂଜାର୍ଚ୍ଚନା ଏଥର କେବଳ ୩ଦିନ ମଧ୍ୟରେ ସୀମିତ ରହିବ। ଆସନ୍ତାକାଲି ସନ୍ଧ୍ୟା ୫ଟାରୁ କଳସ ଯାତ୍ରାରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ୭ଟାରେ ମା’ଙ୍କ ଆରାଧନା କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ ବୋଲି କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର