ସାରା ରାଜ୍ୟରେ ଲଘୁଚାପ ବର୍ଷା, ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

The Sakala Picture
Published On

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ରାତିରୁ ବର୍ଷାର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ଗତ ୩୬ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷାର ପରିମାଣ ୧୦୦ ମିମିରୁ ଅଧିକ ରହିଛି। ଗୁରୁବାର ମଧ୍ୟ ଏହି ସ୍ଥିତି ଜାରିରହିବା ସହ ବର୍ଷାର ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ରହିବା ପାଇଁ ଚେତାବନୀ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ […]

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ରାତିରୁ ବର୍ଷାର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ଗତ ୩୬ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷାର ପରିମାଣ ୧୦୦ ମିମିରୁ ଅଧିକ ରହିଛି। ଗୁରୁବାର ମଧ୍ୟ ଏହି ସ୍ଥିତି ଜାରିରହିବା ସହ ବର୍ଷାର ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ରହିବା ପାଇଁ ଚେତାବନୀ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ୱେଲ୍‌‌ ମାର୍କଡ ଲଘୁଚାପର ରୂପ ନେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗୁରୁବାର ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ନବରଙ୍ଗପୁର, ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ (୭-୨୦ ସେମି) ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରିକରିଛି। ସେହିପରି ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଟକ ଓ ଅନୁଗୋଳରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ: ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତି, ଆଇସିସିକୁ ସମର୍ଥନ କଲା ବିସିସିଆଇ

ଅନ୍ୟପଟେ ଗତ ୨୪ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ୧୫୬.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ୧୨୮ ମିମି ବର୍ଷା, ମାଲକାନଗିରିର ଚିତ୍ରାକୁଣ୍ଡରେ ୧୧୭ ମିମି ବର୍ଷା, ବରଗଡ଼ ଜିଲ୍ଲାର ଅତାବିରାରେ ୧୧୬ମିମି ବର୍ଷା, କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୧୪ମିମି ବର୍ଷା ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୧୦୨ମିମି ବର୍ଷା ରେକର୍ଡ କରାଯାଇଛି। ଗତ ୩ ଦିନ ହେବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଥିବା ହେତୁ କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସିଛି। ରାସ୍ତା ଉପରେ ଗଛ ଓ ମାଟି ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ପରେ ମାଟି ଓ ଗଛ ସଫା କରିବା ଯୋଗୁଁ ଏହି ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ସେହିପରି ଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଛି। ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ୍‌‌ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି। ସେହିପରି ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ହେବା କାରଣରୁ ଆଜି ଜଳଭଣ୍ଡାରର ୨ଟି ଗେଟ୍‌‌ ଖୋଲାଯାଇ ଜଳ ନିଷ୍କାସିତ କରାଯାଉଛି। ଏହି ଲଘୁଚାପ ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶା ଉପକୂଳ ହୋଇ ଛତିଶଗଡ଼ ଦେଇ ଅତିକ୍ରମ କରିବ। ଏହାଦ୍ୱାରା ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବ। ବର୍ତ୍ତମାନ ତୁଳନାରେ ଶୁକ୍ରବାରଠାରୁ ଯଦିଓ ବର୍ଷାର ପ୍ରକୋପ ହ୍ରାସ ପାଇବ ହେଲେ ପରବର୍ତ୍ତୀ ଦୁଇଦିନ ଅର୍ଥାତ ଶୁକ୍ରବାର ଓ ଶନିବାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp