ରାଜ୍ୟରେ ଆଳୁ ଦରବୃଦ୍ଧି ପ୍ରସଙ୍ଗରେ ନବୀନଙ୍କ ହସ୍ତକ୍ଷେପ : ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

The Sakala Picture
Published On

ଭୁବନେଶ୍ବର :  ଏବେ ଆଳୁଦର ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି। ସାରା ରାଜ୍ୟରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଧନୀ ହୁଅନ୍ତୁ ବା ଗରିବ ଆଳୁ ଦର ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ବଜାର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ହେଲେ ତାଜା ଖବର […]

ଭୁବନେଶ୍ବର :  ଏବେ ଆଳୁଦର ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି। ସାରା ରାଜ୍ୟରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଧନୀ ହୁଅନ୍ତୁ ବା ଗରିବ ଆଳୁ ଦର ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ବଜାର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ହେଲେ ତାଜା ଖବର ଅନୁସାରେ, ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବାକୁ ଦେଉନାହାନ୍ତି । ଏପରିକି ଓଡ଼ିଶା ଆସିବାକୁ ସୀମାରେ ଅଟକି ଥିବା ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଛି । ସୋନାକଣିଆ ଚେକପୋଷ୍ଟ ନିକଟରୁ ଖଡ଼ଗପୁର ଟ୍ରାଫିକ ଆଡିସିନାଲ ଏସପି ଆଳୁ ଟ୍ରକଗୁଡିକୁ ଫେରାଇ ନେଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

ତେବେ ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ୍‌ ଫେରାଇ ନେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆଳୁ ଯୋଗାଇଣ ସ୍ୱାଭାବିକ ପାଇଁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

ନବୀନ ମମତାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଆଳୁ ଦର ବଢିଥିବା ବେଳେ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଆପଣଙ୍କ ସରକାର ଆଳୁ ଟ୍ରକ୍‌ ଗୁଡିକୁ ରାଜ୍ୟରେ ଓଡ଼ିଶାରେ ପ୍ରବେଶ କରିବାକୁ ଦେଉନାହାନ୍ତି ବୋଲି  ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ଆଳୁ ଏକ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଏହାର ଅଭାବରୁ କୃତ୍ରିମ ଦର ବଢ଼ିଛି। ଏଣୁ ଆପଣ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କଲେ ଓଡ଼ିଶାବାସୀ ଉପକୃତ ହେବେ। ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଆମ ରାଜ୍ୟକୁ ଉପକୃତ କରିଛି, ଏଣୁ ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ କହିଛନ୍ତି।

ନବୀନ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସାମଞ୍ଜସ୍ୟ ରହିଛି । ଉଭୟ ରାଜ୍ୟର ଲୋକେ ଜଗନ୍ନାଥଙ୍କ ଭକ୍ତ। ଏଣୁ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ପାଇଁ ଏବେ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି। ଏଥିପାଇଁ ହଠାତ ଆଳୁଦର ଆଜି ବସ୍ତା ପ୍ରତି ୫୦୦ ଟଙ୍କା ବଢ଼ିଛି। ଖୁଚୁରା ବଜାରରେ ଆଳୁ କିଲୋ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ଯଦି ଏହି ସ୍ଥିତି ଲାଗି ରହେ, ତା’ହେଲେ ଆଗକୁ ଆହୁରି ସଂକଟ ସୃଷ୍ଟି ହେବ, ଏଥିରେ ସନ୍ଦେହ ନାହିଁ।

ସେପଟେ ଆଜି ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ଆଜି ଗୋଦାମ ପରିଦର୍ଶନ କରିଥିଲି । ସେଠାରେ ରେଟ୍ ୨୭ ଟଙ୍କା ଅଛି । ତେଣୁ ରିଟେଲରେ ୩୨ ଟଙ୍କା ରହିବା କଥା । ଏହାଠାରୁ କେହି ଅଧିକ ରେଟରେ ଆଳୁ ନ ବିକିବାକୁ ବ୍ୟବସାୟୀଙ୍କୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ।

26 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର