ଚାଷୀଙ୍କ କୋହ ଶୁଣିଲେ ନବୀନ; ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ କଲେ ଦାବି

The Sakala Picture
Published On

ସତ୍ୟବାଦୀ/ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ […]

ସତ୍ୟବାଦୀ/ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ ନେତା ନବୀନଙ୍କୁ ପାଖରେ ପାଇ କୋହ ବଖାଣିବା ସହ ନୂଆ ସରକାରଙ୍କ ଅପାରଗତାକୁ କଟୁ ସମାଲୋଚନା କରିଛନ୍ତି। ପୂର୍ବ ସରକାର ସମୟରେ ଚାଷୀଙ୍କୁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଚାଷୀ କିନ୍ତୁ ନୂଆ ସରକାର କିପରି ଚାଷୀଙ୍କୁ ହତାଦର କରୁଛନ୍ତି ସେନେଇ ନବୀନଙ୍କ ଆଗରେ ବଖାଣିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଅରପକ୍ଷରେ ଚାଷୀଙ୍କ ଛଳ ଛଳ ଆଖି ଦେଖି ନବୀନ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଚାଷୀଙ୍କ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଦୁଃଖରେ ସମଦୁଃଖୀ ନବୀନ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରରେ ନଥିଲେ ମଧ୍ୟ ସେ ଲୋକଙ୍କ ସହ ଥିବା ନେଇ କହିଛନ୍ତି। ଜିଲ୍ଲା ଗସ୍ତ ଅବସରରେ ନବୀନ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

31 Dec 2024 By The Sakala

ଚାଷୀଙ୍କ କୋହ ଶୁଣିଲେ ନବୀନ; ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ କଲେ ଦାବି

ସତ୍ୟବାଦୀ/ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ ନେତା ନବୀନଙ୍କୁ ପାଖରେ ପାଇ କୋହ ବଖାଣିବା ସହ ନୂଆ ସରକାରଙ୍କ ଅପାରଗତାକୁ କଟୁ ସମାଲୋଚନା କରିଛନ୍ତି। ପୂର୍ବ ସରକାର ସମୟରେ ଚାଷୀଙ୍କୁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଚାଷୀ କିନ୍ତୁ ନୂଆ ସରକାର କିପରି ଚାଷୀଙ୍କୁ ହତାଦର କରୁଛନ୍ତି ସେନେଇ ନବୀନଙ୍କ ଆଗରେ ବଖାଣିଛନ୍ତି ।

ଅରପକ୍ଷରେ ଚାଷୀଙ୍କ ଛଳ ଛଳ ଆଖି ଦେଖି ନବୀନ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ଚାଷୀଙ୍କ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଦୁଃଖରେ ସମଦୁଃଖୀ ନବୀନ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରରେ ନଥିଲେ ମଧ୍ୟ ସେ ଲୋକଙ୍କ ସହ ଥିବା ନେଇ କହିଛନ୍ତି। ଜିଲ୍ଲା ଗସ୍ତ ଅବସରରେ ନବୀନ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର