‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌‌ : ନଗଦ ୧୦କୋଟି ଟଙ୍କା ଜମାକୁ ନେଇ ଖୋଳତାଡ଼, ୨୪ଜଣଙ୍କର ହେଲାଣି ବୟାନ ରେକର୍ଡ

The Sakala Picture
Published On

ଭୁବନେଶ୍ୱର : ସମ୍ବାଦ ଋଣ ସ୍କାମ୍‌‌ ମାମଲାରେ ଇଓଡବ୍ଲ୍ୟୁ ତଦନ୍ତ ଜାରି ରହିଛି। ଆଜି ଇଓଡବ୍ଲ୍ୟୁ ୩ ଜଣ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ବାଦ ନାମରେ ୨୪ଜଣ ଅଭିଯୋଗ କରିଥିବା ଇଓଡ଼ବ୍ଲ୍ୟୁ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଗତ ବର୍ଷରେ ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ନଗଦ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା ହୋଇଛି। ଏହାକୁ ନେଇ ଇଓଡ଼ବ୍ଲ୍ୟୁ ଖୋଳତାଡ଼ ଆରମ୍ଭ କରିଛି। ଏହା ସହ ଇପିଏଫ ଓ ଇଏସଆଇରେ […]

ଭୁବନେଶ୍ୱର : ସମ୍ବାଦ ଋଣ ସ୍କାମ୍‌‌ ମାମଲାରେ ଇଓଡବ୍ଲ୍ୟୁ ତଦନ୍ତ ଜାରି ରହିଛି। ଆଜି ଇଓଡବ୍ଲ୍ୟୁ ୩ ଜଣ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ବାଦ ନାମରେ ୨୪ଜଣ ଅଭିଯୋଗ କରିଥିବା ଇଓଡ଼ବ୍ଲ୍ୟୁ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଗତ ବର୍ଷରେ ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ନଗଦ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା ହୋଇଛି। ଏହାକୁ ନେଇ ଇଓଡ଼ବ୍ଲ୍ୟୁ ଖୋଳତାଡ଼ ଆରମ୍ଭ କରିଛି। ଏହା ସହ ଇପିଏଫ ଓ ଇଏସଆଇରେ ଅନିୟମିତତା ଅଭିଯୋଗର ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

‘ସମ୍ୱାଦ’ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି। କର୍ମଚାରୀଙ୍କ ନାଁରେ ଋଣ ମଞ୍ଜୁର ହେବା ପରେ କମ୍ପାନୀର କିଛି ଅଧିକାରୀ ଏହାକୁ ଉଠାଇ ନେଉଥିବା ସୂଚନା ମିଳିଛି। ଏହି ଅର୍ଥ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଆକାଉଣ୍ଟରେ ଜମା ହେଉଥିଲା।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏପଟେ ଲୋନ୍‌‌ ସ୍କାମ ତାଲିକା ଭଳି ସମ୍ୱାଦ ଶୋଷଣର ତାଲିକା ବି ଖୁବ ଲମ୍ୱା। କର୍ମଚାରୀଙ୍କୁ ଇଏସ୍‌‌ଆଇ ଓ ଇପିଏଫ ବାବଦରେ ମଧ୍ୟ ଠକେଇ ହେବାର କିଛି ତଥ୍ୟ ପଦାକୁ ଆସିଛି। ୨୦୧୯ ସେପ୍ଟେମ୍ବର ୯ ତାରିଖରେ ରାଜକୁମାର ମିଶ୍ରଙ୍କୁ ସର୍କୁଲେସନର ସିନିଅର ଏକଜିକ୍ୟୁଟିଭ ଭାବେ ନିଯୁକ୍ତିପତ୍ର ମିଳିଛି। ମାତ୍ର ଏହି ଲେଟରରେ ଇପିଏଫ ଓ ଇଏସ୍‌‌ଆଇ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଇପିଏଫ ଓ ଇଏସ୍‌‌ଆଇ ବାବଦ ଟଙ୍କା ଡିପୋଜିଟର ନିୟମକୁ ଜାଣିଶୁଣି ଉଲଂଘନ କରାଯାଇଛି। କର୍ମଚାରୀଙ୍କ ଅଂଶ ସହ ସମ୍ୱାଦ ନିଜର ଅଂଶ ମଧ୍ୟ ଇପିଏଫ୍‌‌ରେ ଆକାଉଣ୍ଟରେ ଡିପୋଜିଟ୍‌‌ କରିନାହିଁ। ଚାକିରି କରିବାର ଦିନ କେଇଟା ପରେ ରାଜକୁମାରଙ୍କ ଆକାଉଣ୍ଟରୁ ବି ଲୋନ୍‌‌ ଉଠାଇ ନେଇଛି କମ୍ପାନୀ। ପରେ ଲୋନ୍‌‌ ବନ୍ଦ କରିବାକୁ ଅଭିଯୋଗ ପରେ ବି କିଛି ନ ଜାଣିଲା ଭଳି ସମ୍ବାଦ କର୍ତ୍ତୃପକ୍ଷ ଚୁପ୍‌‌ ହୋଇ ବସି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ସେପଟେ ସମ୍ୱାଦ ଲୋନ ସ୍କାମର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ସୁଦାମ ପ୍ରଧାନ। ୫ହଜାର ଟଙ୍କା ଦରମା ପାଉଥିବାବେଳେ ତାଙ୍କ ନାଁରେ ବି ସମ୍ୱାଦ କରିଥିଲା ଲୋନ୍‌‌। ଏଥିପାଇଁ ବ୍ୟାଙ୍କ ସ୍ତରରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ‘ସମ୍ବାଦ’ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ଇଓଡବ୍ଲ୍ୟୁର ତଦନ୍ତରେ ସହଯୋଗ କରୁନାହାନ୍ତି ଓ ତଥ୍ୟ ସଂଗ୍ରହ କରିବାକୁ ଯାଉଥିବା ଗଣମାଧ୍ୟମ ଉପରେ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

24 Sep 2023 By The Sakala

‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌‌ : ନଗଦ ୧୦କୋଟି ଟଙ୍କା ଜମାକୁ ନେଇ ଖୋଳତାଡ଼, ୨୪ଜଣଙ୍କର ହେଲାଣି ବୟାନ ରେକର୍ଡ

ଭୁବନେଶ୍ୱର : ସମ୍ବାଦ ଋଣ ସ୍କାମ୍‌‌ ମାମଲାରେ ଇଓଡବ୍ଲ୍ୟୁ ତଦନ୍ତ ଜାରି ରହିଛି। ଆଜି ଇଓଡବ୍ଲ୍ୟୁ ୩ ଜଣ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ବାଦ ନାମରେ ୨୪ଜଣ ଅଭିଯୋଗ କରିଥିବା ଇଓଡ଼ବ୍ଲ୍ୟୁ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଗତ ବର୍ଷରେ ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ନଗଦ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା ହୋଇଛି। ଏହାକୁ ନେଇ ଇଓଡ଼ବ୍ଲ୍ୟୁ ଖୋଳତାଡ଼ ଆରମ୍ଭ କରିଛି। ଏହା ସହ ଇପିଏଫ ଓ ଇଏସଆଇରେ ଅନିୟମିତତା ଅଭିଯୋଗର ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି।

‘ସମ୍ୱାଦ’ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି। କର୍ମଚାରୀଙ୍କ ନାଁରେ ଋଣ ମଞ୍ଜୁର ହେବା ପରେ କମ୍ପାନୀର କିଛି ଅଧିକାରୀ ଏହାକୁ ଉଠାଇ ନେଉଥିବା ସୂଚନା ମିଳିଛି। ଏହି ଅର୍ଥ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଆକାଉଣ୍ଟରେ ଜମା ହେଉଥିଲା।

ଏପଟେ ଲୋନ୍‌‌ ସ୍କାମ ତାଲିକା ଭଳି ସମ୍ୱାଦ ଶୋଷଣର ତାଲିକା ବି ଖୁବ ଲମ୍ୱା। କର୍ମଚାରୀଙ୍କୁ ଇଏସ୍‌‌ଆଇ ଓ ଇପିଏଫ ବାବଦରେ ମଧ୍ୟ ଠକେଇ ହେବାର କିଛି ତଥ୍ୟ ପଦାକୁ ଆସିଛି। ୨୦୧୯ ସେପ୍ଟେମ୍ବର ୯ ତାରିଖରେ ରାଜକୁମାର ମିଶ୍ରଙ୍କୁ ସର୍କୁଲେସନର ସିନିଅର ଏକଜିକ୍ୟୁଟିଭ ଭାବେ ନିଯୁକ୍ତିପତ୍ର ମିଳିଛି। ମାତ୍ର ଏହି ଲେଟରରେ ଇପିଏଫ ଓ ଇଏସ୍‌‌ଆଇ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଇପିଏଫ ଓ ଇଏସ୍‌‌ଆଇ ବାବଦ ଟଙ୍କା ଡିପୋଜିଟର ନିୟମକୁ ଜାଣିଶୁଣି ଉଲଂଘନ କରାଯାଇଛି। କର୍ମଚାରୀଙ୍କ ଅଂଶ ସହ ସମ୍ୱାଦ ନିଜର ଅଂଶ ମଧ୍ୟ ଇପିଏଫ୍‌‌ରେ ଆକାଉଣ୍ଟରେ ଡିପୋଜିଟ୍‌‌ କରିନାହିଁ। ଚାକିରି କରିବାର ଦିନ କେଇଟା ପରେ ରାଜକୁମାରଙ୍କ ଆକାଉଣ୍ଟରୁ ବି ଲୋନ୍‌‌ ଉଠାଇ ନେଇଛି କମ୍ପାନୀ। ପରେ ଲୋନ୍‌‌ ବନ୍ଦ କରିବାକୁ ଅଭିଯୋଗ ପରେ ବି କିଛି ନ ଜାଣିଲା ଭଳି ସମ୍ବାଦ କର୍ତ୍ତୃପକ୍ଷ ଚୁପ୍‌‌ ହୋଇ ବସି ଯାଇଛନ୍ତି।

ସେପଟେ ସମ୍ୱାଦ ଲୋନ ସ୍କାମର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ସୁଦାମ ପ୍ରଧାନ। ୫ହଜାର ଟଙ୍କା ଦରମା ପାଉଥିବାବେଳେ ତାଙ୍କ ନାଁରେ ବି ସମ୍ୱାଦ କରିଥିଲା ଲୋନ୍‌‌। ଏଥିପାଇଁ ବ୍ୟାଙ୍କ ସ୍ତରରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ‘ସମ୍ବାଦ’ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ଇଓଡବ୍ଲ୍ୟୁର ତଦନ୍ତରେ ସହଯୋଗ କରୁନାହାନ୍ତି ଓ ତଥ୍ୟ ସଂଗ୍ରହ କରିବାକୁ ଯାଉଥିବା ଗଣମାଧ୍ୟମ ଉପରେ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର