ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ, ଖରାରେ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ: ଏସଆରସି

The Sakala Picture
Published On

ଭୁବନେଶ୍ୱର: ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଆରସି । ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ […]

ଭୁବନେଶ୍ୱର: ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଆରସି ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜିକୁ ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ୪୧.୪ ଡ଼ିଗ୍ରୀ ସହ ବାରିପଦା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡା ରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ସହର ପାଲଟିଛି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣି ପାଗ କେନ୍ଦ୍ର ସତର୍କ କରାଇଛି । ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

15 Apr 2024 By The Sakala

ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ, ଖରାରେ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ: ଏସଆରସି

ଭୁବନେଶ୍ୱର: ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଆରସି ।

ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜିକୁ ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ୪୧.୪ ଡ଼ିଗ୍ରୀ ସହ ବାରିପଦା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡା ରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ସହର ପାଲଟିଛି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣି ପାଗ କେନ୍ଦ୍ର ସତର୍କ କରାଇଛି । ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର